ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପାଟଣା: ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା୧/୨: ଭାଲୁ ଆକ୍ରମଣରେ ଗୁରୁତର ଯୁବକଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ କେତାଙ୍ଗ ଗ୍ରାମର ଭକ୍ତବନ୍ଧୁ ନାଏକ। ଗାଧୋଇବାକୁ ଯାଇଥିବା ବେଳେ ବୁଦା ତଳେ ଶୋଇଥିବା ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭକ୍ତବନ୍ଧୁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ତାଙ୍କ ବାମ ଗୋଡ ଏବଂ ହାତକୁ ଭାଲୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୯ କୋଭିଡ୍ ପଜିଟିଭ୍‌, ୩୩୫୧୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୦୧।୦୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୧୫୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ନେଇନାହାଁନ୍ତି ଡାକ୍ତରଙ୍କ ପରାମର୍ଶ

ଜୟପୁର,୦୧/୦୨: ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଞ୍ଚାୟତ ପାତ୍ରପୁଟରେ ରହୁଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ପଡିଛନ୍ତି । ଶରୀର ସହ ଅଣ୍ଟା ବ୍ୟଥା ଓ ଦୁର୍ବଳ ଅନୁଭବ କରୁଛନ୍ତି କମଳା । ଅଧିକ ଚଲାବୁଲା କରିପାରୁନାହାନ୍ତି । ତେବେ ଚିକିତ୍ସା ନହୋଇ ସେ ଘରେ ପଡିରହିଥିବା ଜଣାପଡିଛି । ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ କମଳା କହିଛନ୍ତି, କିଛି ଦିନ ହେଲା ତାଙ୍କୁ ଭଲ କିଛି ଲାଗୁନି। କିଛି ଖାଇବାକୁ ଇଚ୍ଛା ହେଉନି । ଦେହ, […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଦେଶରେ ଶହେଟି ନୂତନ ସୈନିକ ସ୍କୁଲ ଓ ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ୍ ପ୍ରତିଷ୍ଠା କରାଯିବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ ସରକାର ଶିକ୍ଷା ଉପରେ ବି ଗୁରୁତ୍ବ ଦେଉଛନ୍ତି। ଦେଶରେ ଶହେଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ସବସରକାରୀ ବିଦ୍ୟାଳୟଙ୍କ ସହଭାଗିତାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଛଡ଼ା ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ୍ ପ୍ରତିଷ୍ଠା କରାଯିବ। ଏଥିରେ ପ୍ରତି ସ୍କୁଲ ପିଛା ୨୦ରୁ ୩୮ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆମ୍ବୁଲାନ୍ସରେ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଲେ କରୋନା ଆକ୍ରାନ୍ତ

କୋଚି: କରୋନା ଭୂତାଣୁ ଭଳି ମହାମାରୀ ପ୍ରାୟ ବର୍ଷେ ହେଲାଣି ଲୋକଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରି ରଖିଛି। ହେଲେ କରୋନା ମାଡ଼ରେ ମଧ୍ୟ ଲୋକେ ହାରି ଯାଇନାହାନ୍ତି, ଯାହାର ଉଦାହରଣ ପାଲଟିଛନ୍ତି ଜଣେ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ହୋଇ ମଧ୍ୟ ସେ ନିଜ ଲକ୍ଷ୍ୟ ହାସଲ କରିବାରୁ ପଛକୁ ହଟିନାହାନ୍ତି। ପରୀକ୍ଷା କେନ୍ଦ୍ରକୁ ଯିବା ସମ୍ଭବ ନଥିବାରୁ ଆମ୍ବୁଲାନ୍ସରୁ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଇଛନ୍ତି କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ହୋଇ […]

ଖେଳ ଦେଶ ବିଦେଶ

ଭାରତ ବନାମ ଇଂଲଣ୍ଡ: ପ୍ରଥମ ପାଳି ବଡ଼ ସ୍କୋର୍‌ ଲକ୍ଷ୍ୟରେ ଇଂଲଣ୍ଡ ଈଶାନ୍ତଙ୍କ ଅଭ୍ୟାସ

ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ-ଇଂଲଣ୍ଡ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ଶନିବାରଠାରୁ ଅଭ୍ୟାସ ଆରମ୍ଭ କରିଥିବା ଇଂଲଣ୍ଡ ଦଳ ମଧ୍ୟ ନିଜ ରଣ‌‌ କୌଶଳ ପ୍ରସ୍ତୁତିରେ ଲାଗି ପଡ଼ିଛି। ଶେଷ ଥର ପାଇଁ ୨୦୧୬ ଗସ୍ତରୁ ଦଳ ପାଇଥିବା ଅଭିଜ୍ଞତାକୁ ଉପଯୋଗ କରି ଇଂଲଣ୍ଡ ସଫଳ ହେବ‌ ବୋଲି ମଧ୍ୟ ଆଶା ରଖିଛି। ବିଶେଷ କରି ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରିନପାରି ଦଳ ହାରିଯାଉଥିବାରୁ ଇଂଲଣ୍ଡ ଏଥର ଏହି ଦୁର୍ବଳ ଦିଗକୁ […]

ଖେଳ ଦେଶ ବିଦେଶ ରାଜ୍ୟ

ସତ୍ୟସାଇ ରାଜ୍ୟ ଓପନ୍ ଚେସ୍‌: ସୌମ୍ୟ ବିଜେତା

ଭୁବନେଶ୍ବର: ଜଟଣୀ ଚେସ୍‌ ସଂଘ ଏବଂ ଓଡ଼ିଶା ରାଜ୍ୟ ଚେସ୍ ସଂଘ ମିଳିତ ଆନୁକୂଲ୍ୟରେ ଜଟଣୀ ଏଡିଏସ୍‌ ପବ୍ଲିକ ସ୍କୁଲ୍‌ ପରିସରରେ ଦ୍ବିତୀୟ ସତ୍ୟସାଇ ରାଜ୍ୟ ଓପନ୍ ଚେସ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଲଗାତାର ଦ୍ବିତୀୟ ସପ୍ତାହରେ ଫିଡେ ମାଷ୍ଟର ସୌମ୍ୟରଂଜନ ମିଶ୍ର ବିଜେତା ହୋଇ ନିଜ ଖେଳ ଜୀବନର ୬୨ତମ ଟ୍ରଫି କବ୍‌ଜା କରିଛନ୍ତି। ୭ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସୌମ୍ୟ ୬.୫ ପଏଣ୍ଟ୍ ପାଇ ଶୀର୍ଷରେ ରହିଥିବା ବେଳେ ଚେସ୍‌ ଗୁରୁ […]

ଖେଳ ଦେଶ ବିଦେଶ

ଏଥର ଆଇପିଏଲ୍‌ ଭାରତରେ: ଏପ୍ରିଲ ୧୧ରୁ

ମୁମ୍ବାଇ: କୋଭିଡ୍‌ ମହାମାରୀ ଯୋଗୁଁ ମାର୍ଚ୍ଚ ୨୦୨୦ ପରେ ପ୍ରଥମ ଥର ପାଇଁ କ୍ରିକେଟ୍‌ ପ୍ରତିଯୋଗିତା ଭାବେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିକୁ ସଫଳତାର ସହ ଆୟୋଜନ କରିବା ପରେ ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଆଉ ଦୁଇଟି ଘରୋଇ ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତୁତ ହୋଇଯାଇଛି। ଫେବ୍ରୁଆରି-ମାର୍ଚ୍ଚରେ ବିଜୟ ହଜାରେ ଟ୍ରଫି ଏବଂ ମହିଳା ଦିନିକିଆ ପ୍ରତଯୋଗିତା ଆୟୋଜିତ ହେବ। ଏହି ତିନିଟି ପ୍ରତିଯୋଗିତା ଦେଶରେ କରୋନା କଟକଣା ମଧ୍ୟରେ ସମ୍ଭବ ହେବାକୁ ଯାଉଥିବାରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୧,୪୨୭ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ୧୦.୪୩ ନିୟୁତ ଟପିଲା ସମୁଦାୟ ସୁସ୍ଥତାସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୧,୪୨ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧୦.୪୩ ନିୟୁତ ଟପିଯାଇଛି। ଗତକାଲିର ସଂକ୍ରମଣ ଠାରୁ ଆଜିର ସଂକ୍ରମଣ ହାର ୧୨% କମ୍‌ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୧,୪୨୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆସନ୍ତା ୩ ଦିନ ରା‌ଜ୍ୟରେ ଶୀତ ଲହରି

ଭୁବନେଶ୍ବର : ଜାନୁଆରି ସାରା ଲୁଚକାଳି ଖେଳିବା ପରେ ରାଜ୍ୟକୁ ଏବେ ଶୀତ ଲେଉଟିଛି। ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଫଳରେ ରାଜ୍ୟରେ ଶୀତ ବଢ଼ିଛି। ଆଗକୁ ଆହୁରି ବଢ଼ିବ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୩ ଦିନ ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବ। ଏହାକୁ ଦୃଷ୍ଟି‌ରେ ରଖି […]