ରାଜ୍ୟ

ଅନ୍‌ଲାଇନ୍‌ ଆବେଦନ ପ୍ରଭାବିତ: ‘ସୁଯୋଗ’ କାମ କରୁନି

ଭୁବନେଶ୍ୱର: ଘର ପ୍ଲାନ୍‌ ପାଇଁ ଆବେଦନ ବ୍ୟବସ୍ଥା କେବଳ ଅନ୍‌ଲାଇନ୍‌ରେ ହେବା ପରେ ଏହି ବ୍ୟବସ୍ଥାକୁ ବିବାଦ ପିଛା ଛାଡ଼ୁନି। ୨୦୧୪ ମସିହାରୁ ଏହି ପ୍ଲାନିଂ ମଞ୍ଜୁରୀ ବ୍ୟବସ୍ଥା ବିଡିଏ ଠାରୁ ବିଏମ୍‌ସି ହାତକୁ ଆସିବା ପରେ ନିୟମିତ ଭାବରେ ସମସ୍ୟା ଲାଗି ରହିଛି। ୨୦୨୨ ଜାନୁଆରି ମାସରୁ ‘ସୁଯୋଗ’ ପୋର୍ଟାଲ୍‌ ଜରିଆରେ ଆବେଦନ ହେଉଛି। ମରାମତି ନାଁରେ ଏହି ସୁଯୋଗ ୫ ଥର ବନ୍ଦ ହୋଇଥିବା ବେଳେ ଏଥିରେ ତଥାପି ତ୍ରୁଟି ରହିଛି। ଗତ ପ୍ରାୟ […]

ରାଜ୍ୟ

ହାରିଲେନି ରାଣୀ: ଇଚ୍ଛାଥିଲେ ଉପାୟ ମିଳେ

ଭୁବନେଶ୍ବର: ଆଜି ଅନୁଷ୍ଠିତ ‘କନକ ନ୍ୟୁଜ୍‌ ମେକର-୨୦୨୩’ ସ୍ବତନ୍ତ୍ର ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଝିଅ ରାଣୀ ସିଂ। ରାଣୀଙ୍କ ଜୀବନ କାହାଣୀ ସଂକ୍ଷେପରେ ଏମିତି: ଦି’ ଓଳି ଦି’ ମୁଠା ଖାଦ୍ୟ ଯୋଗାଡ଼ କରିବା ପିତାମ୍ବର ସିଂଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। ଦୈନିକ ମୂଲ ଲାଗି ଉଭୟ ସ୍ବାମୀ ସ୍ତ୍ରୀ ଯେତିକି ଟଙ୍କା ରୋଜଗାର କରୁଥିଲେ ‌ସେଥିରେ କଷ୍ଟେମଷ୍ଟେ ପରିବାର ଚଳି ଯାଉଥିଲା। ମାତ୍ର ଯେଉଁଦିନ ଦୁର୍ଘଟଣାରେ ପିତାମ୍ବରଙ୍କ […]

ରାଜ୍ୟ

ରିଲାଏନ୍ସ କରିବ ବାୟୋଗ୍ୟାସ୍ କାରଖାନା: ସିଙ୍ଗଲ ୱିଣ୍ଡୋରେ ୧୪୮୩ କୋଟିର ୭ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍‌ ବାଲେଶ୍ବର ଜିଲ୍ଲାରେ ଏକ କମ୍ପ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୨୧.୨୧ କୋଟି ଟଙ୍କା ନିବେଶ କରିବ। ଆଜି ଏହି ପ୍ରକଳ୍ପ ସମେତ ମୋଟ ୧୪୮୨.୬୩ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ସାତଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ […]

ରାଜ୍ୟ

ମଲାପରେ ମରାମତି: ରାଉରକେଲାରେ ହଇଜା ମୃତକଙ୍କ ଶବ ପାଖରେ ପାଇପ୍‌ ସଜଡ଼ା

ରାଉରକେଲା: ସ୍ମାର୍ଟସିଟିରେ ହଇଜା ମୃତ୍ୟୁ ସଂଖ୍ୟା ୧୫‌ରେ ପହଞ୍ଚିଲାଣି। ଆକ୍ରାନ୍ତ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଅବଶ୍ୟ, ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ପ୍ରଶାସନ ପକ୍ଷରୁ ଅସଜଡ଼ା ପାଇପ୍‌କୁ ମରାମତି କରାଯାଉଛି। ପୂର୍ବରୁ ୩୬ଟି ସ୍ଥାନରେ ପାଇପ୍‌ ଫାଟିଥିବାବେଳେ ତାକୁ ମରାମତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ବର୍ଷ ବର୍ଷ ଧରି ଅଛୁଆଁ ହୋଇ ରହିଥିବା ଏକାଧିକ ପାଇପ୍‌ର ସ୍ଥିତି କିନ୍ତୁ ସୁଧୁରିପାରୁନି। ଫଳରେ ଗୋଳିଆ ପାଣି ପିଇ ଜନସାଧାରଣ ହଇଜା ଆକ୍ରାନ୍ତ ହେବା ହିଁ […]

ରାଜ୍ୟ

ରାୟଗଡ଼ାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ୨ ପ୍ରକଳ୍ପ: ଆଲୁମିନା ରିଫାଇନାରି, ପୋଷାକ ୟୁନିଟ୍‌ର ଶିଳାନ୍ୟାସ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାରେ ସ୍ଥାପନ ହେଉଥିବା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇ ପ୍ରକଳ୍ପରେ ୮୦୦୦ କୋଟି ଟଙ୍କା ନିବେଶ ହେବ। ହିଣ୍ଡାଲ୍‌କୋ ପକ୍ଷରୁ ରାୟଗଡ଼ାର କଂସାରିଗୁଡ଼ାରେ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି ସ୍ଥାପନ କରାଯିବ। ସେହିପରି, ଫୁଲୁଜୁବା ଗ୍ରାମରେ ଉତ୍କଳ ଆଲୁମିନା ସୋସିଆଲ ୱେଲଫେୟାର ଫାଉଣ୍ଡେସନ ଏକ ପୋଷାକ କାରଖାନା ବସାଇବ ଯେଉଁଥିରେ ବର୍ଷକୁ ୩୬ ଲକ୍ଷ ସାର୍ଟ ତିଆରି […]

ରାଜ୍ୟ

ଅମ୍ଲଜାନ ଲୋଡ଼ୁଛି ‘ଆଇସିୟୁ’ ବିଲ୍‌ଡ଼ିଂ; ଉଦ୍‌ଘାଟନ ହେଲା, ସେବା ଆରମ୍ଭ ନୋହିଲା

ଖୋର୍ଦ୍ଧା: ଗଲା ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍‌ଘାଟିତ ହୋଇଥିଲା ‘ଆଇସିୟୁ’ ବିଲ୍‌ଡ଼ିଂ। ୧୦ଟି ବେଡ୍ ବିଶିଷ୍ଟ ଏ ୱାର୍ଡଟି ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ପାଇଁ ସମର୍ପିତ କରାଯାଇଥିଲା। ପ୍ରାୟ ଦୁଇ କୋଟି ମୂଲ୍ୟର ଏ ନୂଆ ବିଲ୍‌ଡ଼ିଂ ଚମକୁଛି ସିନା, କିନ୍ତୁ ରୋଗୀ ସେବାରେ ଲାଗିପାରୁନି। କେବଳ ଅମ୍ଲଜାନ ପାଇପ୍‌ଟିଏ ଅଭାବ ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ୱାର୍ଡ ଆରମ୍ଭରୁ ଅଟକିଛି। ତଥ୍ୟ ମୁତାବକ, ଏ ପ୍ରକଳ୍ପ ତିଆରି ହୋଇଥିଲା ବିଧାୟକଙ୍କ ହାତପାଣ୍ଠିରୁ। […]

ଅପରାଧ ଦେଶ ବିଦେଶ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ପ୍ରଚଣ୍ଡ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଆଉ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପରେ ସେନା ମଧ୍ୟ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ସେନା ପକ୍ଷରୁ କୁହାଯାଇଛି ଯେ ରାଜୌରୀ ସେକ୍ଟରର ଥାନାମଣ୍ଡି ଅଂଚଳରେ ଆଜି ସନ୍ଧ୍ୟାରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର […]

ଦେଶ ବିଦେଶ

ଉତ୍ତରକାଶୀ ସୁଡ଼ଙ୍ଗରେ ପୁଣି ନିର୍ମାଣ କାମ ଆରମ୍ଭ

ଡେରାଡୁନ୍‌: ଉତ୍ତରକାଶୀର ସିଲ୍‌କ୍ୟାରା-ବାରକୋଟ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଜାତୀୟ ରାଜପଥ ଭିତ୍ତିଭୂମି ଉନ୍ନୟନ ନିଗମ ଲିଃ (ଏନ୍ଏଚ୍‌ଡିସିଏଲ୍‌)ର ଜଣେ ପଦସ୍ଥ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ୪.୫ କିଲୋମିଟର ଦୀର୍ଘ ଏହି ସୁଡ଼ଙ୍ଗ ସିଲ୍‌କ୍ୟାରା ପଟରୁ ଭୁଶୁଡ଼ି ପଡ଼ିଥିଲା। ବର୍ତମାନ ଏହାର ବିପରୀତ ବାରକୋଟ ପଟରୁ କାମ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପରେ ସିଲ୍‌କ୍ୟାରା ପଟରୁ କାମ ଆରମ୍ଭ ହେବ। ହିମାଳୟ ଅଞ୍ଚଳରେ କାର୍ଯ୍ୟକରିଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉପନିବେଶ ଯୁଗର ଆଇନକୁ କବର

ନୂଆଦିଲ୍ଲୀ: ଉପନିବେଶ ସମୟରୁ ଚାଲିଆସୁଥିବା ଆପରାଧିକ ଆଇନକୁ ସରକାର ମୂଳପୋଛ କରିବା ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ନୂଆ ଆପରାଧିକ ନ୍ୟାୟ ବିଲ୍‌ ସଂସଦରେ ଗୃହୀତ କରାଇଛନ୍ତି। ବ୍ରିଟିଶ ଅମଳର ତ୍ରୁଟିପୂର୍ଣ୍ଣ ଓ ସମସ୍ୟା ସୃଷ୍ଟିକାରୀ ଆଇନଗୁଡ଼ିକୁ ଉଚ୍ଛେଦ କରିବାକୁ ସରକାର ଚାହୁଥିବାରୁ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଛି। ଗୃହମନ୍ତ୍ରୀ ଅମିତ ଶାହା ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରି କହିଥିଲେ ଯେ, ନୂଆ ଆଇନରେ […]

ଦେଶ ବିଦେଶ

ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି କୌଣସି ଭେଦଭାବ ନାହିଁ: ମୋଦୀ

ନୂଆଦିଲ୍ଲୀ: ଭାରତୀୟ ସମାଜରେ କୌଣସି ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ରିଟିସ ବିଜ୍‌ନେସ୍ ଦୈନିକ ‘ଫାଇନାନ୍ସିଆଲ ଟାଇମ୍ସ’ (ଏଫ୍‌ଟି)କୁ ଏକ ବିରଳ ସାକ୍ଷାତ୍‌କାର ଦେଇ ମୋଦୀ କହିଛନ୍ତି, ଆମ ଦେଶରେ ଉପଲବ୍ଧ ସ୍ୱାଧୀନତାକୁ ବ୍ୟବହାର କରି ପ୍ରତିଦିନ ସମ୍ପାଦକୀୟ, ଟିଭି ଚ୍ୟାନେଲ, ସୋସିଆଲ ମିଡିଆ, ଭିଡିଓ, ଟ୍ୱିଟ୍ ଇତ୍ୟାଦି ମାଧ୍ୟମରେ ଆମ ଉପରେ ଏହି ଅଭିଯୋଗ ଲଦିଦିଆଯାଉଛି।ଭାରତରେ ୨୦୦ ନିୟୁତ ସଂଖ୍ୟାଲଘୁଙ୍କ ଭବିଷ୍ୟତ କ’ଣ ବୋଲି ପଚରାଯିବାରୁ ମୋଦୀ […]