ଲାଇଫ୍ ଷ୍ଟାଇଲ

ସାଲାଡ୍‌ ଖାଇବାକୁ ଭଲ ପାଆନ୍ତି ? ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ନିହାତି ଜରୁରୀ

ନୂଆଦିଲ୍ଲୀ ୧୪/୦୨: ଭୋଜନ ସମୟରେ ସାଲାଡ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସାଲାଡ୍‌ ଖାଇବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ପୋଷକ ମିଳିଥାଏ। ରୋଷେଇ ପରେ କିଛି ଭିଟାମିନ୍‌ ନଷ୍ଟ ହେଉଥିବା ବେଳେ ସାଲାଡ୍‌ ଖାଇଲେ ବିଭିନ୍ନ ଭିଟାମିନ୍‌ ଶରୀରକୁ ମିଳିଥାଏ। ସାଲାଡ୍‌ ଜରିଆରେ ଶରୀରରେ କେବଳ ଭିଟାମିନ୍ସ ନୁହେଁ, ମିନେରାଲ୍ସ ଏବଂ ଫାଇବର ଚାହିଦା ପୂର୍ଣ୍ଣ ହୋଇଥାଏ। ଯଦିଓ ସାଲାଡ୍‌ ଖାଇବା ଶରୀର ପାଇଁ ଲାଭଦାୟକ ତେବେ ଅନେକ ଲୋକ ଏହା ଖାଇବାର ତରିକା ସମ୍ପର୍କରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀରାମଙ୍କ ପ୍ରତି ଅନନ୍ୟ ଭକ୍ତି: ପତ୍ନୀଙ୍କ ଗହଣା ବିକି ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୭ ଲକ୍ଷ ଟଙ୍କା, ପୂରଣ କଲେ ଶେଷ ଇଚ୍ଛା

ଯୋଧପୁର ୧୫/୦୨ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଚାଲିଛି। ରାମ ମନ୍ଦିର ନିର୍ମାଣ ପାଇଁ ଲୋକେ ନିଜ ଇଚ୍ଛା ଅନୁସାରେ ରାଶି ଦାନ କରୁଛନ୍ତି। ରାଜସ୍ଥାନ ଯୋଧପୁରରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ଦେହାନ୍ତ ପରେ ପରିବାର ଲୋକେ ତାଙ୍କ ଗହଣା ବିକ୍ରି କରି ୭ ଲକ୍ଷରୁ ଅଧିକ ଧନରାଶି ମନ୍ଦିର ନିର୍ମାଣ ପାଇଁ ଦାନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୧ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୧୫।୧: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣଙ୍କ ସମ୍ବଲପୁର ଜିଲ୍ଲାର । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୬୨୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆସନ୍ତାକାଲି ସରକାରୀ ଏବଂ ବେସରକାରୀ ସମସ୍ତ କଲେଜ ବନ୍ଦ

ଭୁବନେଶ୍ବର୧୪/୨: ଆସନ୍ତାକାଲି ସମସ୍ତ ସରକାରୀ ଏବଂ ବେସକାରୀ କଲେ ବନ୍ଦ ରହିବ। ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତାକାଲି ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଜୀବନରେ ସ୍ଥିରତା ବଜାୟ ରହିବ। ବୁଧ ଓ ଗୁରୁବାର: କାମ ପାଇଁ ଚେଷ୍ଟାରେ ସଫଳ ହେବେ। ଶୁକ୍ର ଓ ଶନିବାର: ଆପଣଙ୍କୁ ସମ୍ମାନିତ କରାଯାଇପାରେ। ରବି, ସୋମ ଓ ମଙ୍ଗଳବାର: କାହାରି ଉପରେ ଭରସା କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ରବି, ସୋମ ଓ ମଙ୍ଗଳବାର: ଆୟ ଉତ୍ସରେ ସ୍ଥିରତା ରହିବ। ବୁଧ ଓ […]

ଦେଶ ବିଦେଶ ମନୋରଞ୍ଜନ

ମାଙ୍କଡ଼ ପ୍ରାଦୁର୍ଭାବରୁ ବର୍ତ୍ତିବା ପାଇଁ ସୋନୁଙ୍କୁ ଟ୍ବିଟ୍

ମହାମାରୀ କରୋନା ସମୟରେ ଲୋକଙ୍କୁ ସହାୟତା କରି ସମାଜସେବାରେ ନିଦର୍ଶନ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଜଣେ ବ୍ୟକ୍ତି ଏବେ ଏକ ଅଜବ ସହାୟତା ମାଗିଛି। ବ୍ୟକ୍ତି ଜଣକ ସୋନୁଙ୍କୁ ଟ୍ବିଟ୍‌ କରି ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ସାହାଯ୍ୟ ମାଗିଛନ୍ତି। ସୋନୁ ପ୍ରତି ଉତ୍ତରରେ ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଶେଷରେ ମାଙ୍କଡ଼ ଧରିବା କାମ ବାକି ରହିଯାଇଥିଲା। ଠିକଣା ପଠାଅ, ଏ ଉପରେ ବି ଚେଷ୍ଟା କରି ଦେଖିନିଏ। ସୂଚନା ମୁତାବକ, ଉତ୍ତରପ୍ରଦେଶର ରାମକୋଲା […]

ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କୁ ବିବାହ କରିବାକୁ ଭାରତ ଆସିଥିଲେ ସୋମି

ମୁମ୍ବାଇ: ବଲିଉଡରେ ନିଜର କ୍ୟାରିୟର ଗଢ଼ିବାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀଙ୍କ ମଧ୍ୟରୁ ସୋମି ଅଲ୍ଲୀ ଅନ୍ୟତମ। ସେ ନାଁ କମେଇବାକୁ ନୁହେଁ ବରଂ ସଲମାନ ଖାନ୍‌ଙ୍କୁ ବାହା ହେବା ପାଇଁ ବଲିଉଡ୍‌ ଅଭିନୟ ଜଗତରେ ପାଦ ଥାପିଥିଲେ ବୋଲି ଜଣାପଡ଼ିଛି। ସୋମି ଅଲ୍ଲୀଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ସଲମାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈନେ ପ୍ୟାର୍ କିୟା’ ଦେଖିଥିଲେ। ସେବେଠାରୁ ସେ ସଲମାନଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ […]

ଦେଶ ବିଦେଶ ମନୋରଞ୍ଜନ

ଦ୍ବିତୀୟ ବିବାହ କରିବେ ଦିୟା

କରୋନା ହ୍ରାସ ପାଇବା ସଙ୍ଗେ ସଙ୍ଗେ ବି’ ଟାଉନର କଳାକାରମାନେ ଏବେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କିଛି ଦିନ ପୂର୍ବେ ବରୁଣ ଧାଵନ୍- ନତାଶା ଦଲାଲ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ଦିୟା ମିର୍ଜା ବାହା ହେବେ ବୋଲି ଚର୍ଚ୍ଚା ହେଉଛି। ମହାମାରୀ କରୋନା ସମୟରେ ଦିୟା ମୁମ୍ବାଇର ଯୁବ ବ୍ୟବସାୟୀ ବୈଭବ ରେଖିଙ୍କୁ ଡେଟ୍‌ କରୁଥିବା ଫଟୋ ସାମ୍ନାକୁ ଆସିଥିଲା। ଆଗାମୀ ୧୫ରେ ଦିୟା-ବୈଭବଙ୍କ ସାହାନାଇ ବାଜିବ ବୋଲି ଚର୍ଚ୍ଚା ହେଉଛି। […]

ଖେଳ ଦେଶ ବିଦେଶ

ବେୟର୍ଣ୍ଣ ମ୍ୟୁନିକ୍‌ ଜିତିଲା କ୍ଲବ୍‌ ବିଶ୍ବକପ୍‌ ଟ୍ରଫି

ଜୁରିକ୍: ବୁନ୍ଦେସଲିଗା ବିଜେତା ବେୟର୍ଣ୍ଣ ମ୍ୟୁନିକ୍‌ ଗୁରୁବାର ଫିଫା କ୍ଲବ୍‌ ବିଶ୍ବକପ୍‌ ବିଜେତା ହୋଇଛି। ଫାଇନାଲ୍‌ରେ ଏହ‌ି ଦଳ ମେକ୍ସିକୋ ଟାଇଗର୍ସକୁ ୧-୦ ଗୋଲ୍‌ରେ ପରାସ୍ତ କରି ଟ୍ରଫି ହାତେଇନେଇଛି। ବେଞ୍ଜାମିନ ପାଭାର୍ଡ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ୫୯ ମିନିଟ୍‌ରେ କରିଥିଲେ। ଉତ୍ତର ଓ କେନ୍ଦ୍ରୀୟ ଆମେରିକାର ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଥିବା ଟାଇଗର୍ସ ଦଳ ଚାମ୍ପିଅନ୍‌ସ ଲିଗ୍‌ ବିଜେତା ମ୍ୟୁନିକ୍‌ ଦଳ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଲା। […]

ଖେଳ ଦେଶ ବିଦେଶ

ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ଇଣ୍ଡିଜ୍‌ ୧୫୪ ରନ୍‌ରେ ଆଗୁଆ, ରଖିମ କର୍ଣ୍ଣୱାଲ୍‌-୫/୭୪

ଢାକା: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭଲ ସ୍ଥିତିରେ ରହିଛି। ପ୍ରଥମ ପାଳିରେ ୧୧୩ ରନ୍ ଅଗ୍ରଣୀ ପାଇଥିବା ଭ୍ରମଣକାରୀ ଦଳ ତୃତୀୟ ଦିନ ସୁଦ୍ଧା ୪୧ ରନ୍‌ରେ ଦ୍ବିତୀୟ ପାଳିର ୩ ୱିକେଟ୍ ହରାଇ ଦେଇଛି। ହାତରେ ୭ ୱିକେଟ୍ ଥାଇ ୱେଷ୍ଟଇଣ୍ଡିଜ୍‌ ୧୫୪ ରନ୍‌ରେ ଆଗୁଆ ହୋଇ ସାରିଥିବାରୁ ନିୟନ୍ତ୍ରଣରେ ରହିଥିବା ବିଶ୍ବାସ କରାଯାଉଛି। ଶନିବାର ବାଂଲାଦେଶ ଦ୍ବିତୀୟ ଦିନର ସ୍କୋର୍‌ ୧୦୫/୪ରୁ […]