ଚେନ୍ନାଇର ପ୍ରତିଶୋଧ ଚେନ୍ନାଇରେ: ୩୪ ବର୍ଷର କୀର୍ତ୍ତିମାନ ତୁଟିଲା, ଦ୍ବିତୀୟ ଟେଷ୍ଟ୍କୁ ୩୧୭ ରନ୍ରେ ଜିତିଲା ଭାରତ ଅଟକିଲା ଇଂଲଣ୍ଡର ବିଦେଶ ବିଜୟ ଧାରା, ଶୃଙ୍ଖଳା ୧-୧ ସ୍ଥିତିରେ, ୨୪ରୁ ଗୋଲାପି ବଲ୍ ଟେଷ୍ଟ୍
ଚେନ୍ନାଇ: ଯେ କୌଣସି ବିଫଳତା ଏବଂ ବାଧାବିଘ୍ନକୁ କଠିନ ପରିଶ୍ରମ, ଉଚ୍ଚ ଆତ୍ମବିଶ୍ବାସ ଓ ଦୃଢ଼ ସଙ୍କଳ୍ପ ଦ୍ବାରା ଦୂର କରିହୁଏ। ଏକଥାକୁ ସତ ପ୍ରମାଣିତ କରି ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତର ସଫଳ ତଥା ଐତିହାସିକ ଲେଉଟାଣୀକୁ ସ୍ବଦେଶ ମାଟିରେ ଦୋହରାଇଛି। ଚେନ୍ନାଇରେ ପ୍ରତିଶୋଧ ମଧ୍ୟ ଚେନ୍ନାଇରେ ନେଇଛି କୋହଲିଙ୍କ ଦଳ। ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍କୁ ୩୧୭ ରନ୍ର ବଡ଼ ବ୍ୟବଧାନରେ ଜିତି ନେଇ ପ୍ରଥମ ମୁକାବିଲାରେ ବରଣ କରିଥିବା ଅପ୍ରତ୍ୟାଶିତ […]