ସିର୍ଲା ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ: କମ୍ବିଂ ଅପରେସନ୍ ବେଳେ ବିସ୍ଫୋରଣ, ୨ ଯବାନ ଆହତ
ଫୁଲବାଣୀ/ତୁମୁଡ଼ିବନ୍ଧ: କିଛି ଦିନର ନିରବତା ପରେ କନ୍ଧମାଳ ଜିଲ୍ଲାରେ ପୁଣି ପୁଲିସ ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ କେହେଲିଗୁଡା ନିକଟସ୍ଥ କରୁଗାଡ଼େଙ୍ଗ ଜଙ୍ଗଲରେ ଆଜି ସକାଳୁ ଏସ୍ଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ଦୁଇଜଣ ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ଅମିୟ ରଞ୍ଜନ ଦାସ ଓ ପ୍ରଶାନ୍ତ କୁମାର ଜେନା। ଅମିୟଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ବାଲିଗୁଡ଼ା […]









