ଭୌମୀ ଏକାଦଶୀ
ଯୁଧିଷ୍ଠିରଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏକଦା ଶ୍ରୀକୃଷ୍ଣ ‘ଜୟା’ ବା ‘ଭୌମୀ’ନାମକ ଏକ ଏକାଦଶୀର ମହତ୍ତ୍ବ ସ˚ପର୍କରେ ବ୍ୟାଖ୍ୟା କରିଥିଲେ। ଏକାଦଶୀମାନଙ୍କ ମଧୢରେ ଏହି ଏକାଦଶୀ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏହା ସ˚ପର୍କରେ ଏକ ସୁନ୍ଦର କଥାର ଅବତାରଣା ଦେଖିବାକୁ ମିଳେ। ପ୍ରାଚୀନ କାଳର କଥା। ଇନ୍ଦ୍ର ଏକଦା ପଚାଶ କୋଟି ଗନ୍ଧର୍ବଙ୍କ ସହିତ ନନ୍ଦନ ବନରେ ବିହାର କରୁଥାନ୍ତି। ନୃତ୍ୟ ଗୀତର ଆସର ଜମିଥାଏ। ସେହି ଗନ୍ଧର୍ବମାନଙ୍କ ମଧୢରେ ପୁଷ୍ପଦନ୍ତଙ୍କ ପୁତ୍ର ମାଲ୍ୟବାନ ଓ […]