ଖେଳ ଦେଶ ବିଦେଶ ରାଜ୍ୟ

ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାପିଡ୍‌ ଚେସ୍‌: ସୌମ୍ୟ ବିଜେତା

ଭୁ‌ବନେଶ୍ବର : ଭୁବନେଶ୍ବର ଚେସ୍‌ ସଂଘ ଓ ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ମୃତ୍ୟୁଞ୍ଜୟ ପାତ୍ର ‌ସ୍ମାରକୀ ରାଜ୍ୟ ରାପିଡ ଚେସ୍‌ ପ୍ରତିଯୋଗିତାରେ ସୌମ୍ୟରଞ୍ଜନ ମିଶ୍ର ବିଜେତା ହୋଇଛନ୍ତି। ଏଠାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଫିଡେ ମାଷ୍ଟର ସୌମ୍ୟ (୨୧୯୭ ମାନ୍ୟତା) ୭ ରାଉଣ୍ଡ ସ୍ବିସ୍‌‌ରେ ୬ ପଏଣ୍ଟ୍‌ ପାଇ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଏଠାରେ ବିଜେତା ହୋଇ ସୌମ୍ୟ ମଧ୍ୟ ୨୪ ଫିଡେ ମାନ୍ୟତା ପଏଣ୍ଟ୍‌ କରାୟତ୍ତ କରିଛନ୍ତି। ହର୍ଷିତ […]

ଖେଳ ଦେଶ ବିଦେଶ

ଭୁବନେଶ୍ବର ଜିତିଲା ଅନ୍ତଃଜିଲ୍ଲା ମହିଳା ଫୁଟ୍‌ବଲ୍‌ ଟ୍ରଫି

ଝାରସୁଗୁଡ଼ା : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଚାଲିଥିବା ଅନ୍ତଃଜିଲ୍ଲା ପିସି ବେହେରା ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ରବବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ କଟକକୁ ୬-୫ (ଟାଇବ୍ରେକର୍‌) ଗୋଲ୍‌ରେ ପରାସ୍ତ କରି ଭୁବନେଶ୍ବର-ଏ ବିଜେତା ହୋଇଛି। ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ଫଳରେ ନିର୍ଧାରିତ ସମୟ ଗୋଲ୍‌ ଶୂନ୍ୟ ରହିଥିଲା। ଲୋଚନା ମୁଣ୍ତା ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଅତିଥିଙ୍କଠାରୁ ଟ୍ରଫି ଗହଣ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭୁବନେଶ୍ବରର ସୁଭଦ୍ରା ସାହୁଙ୍କୁ ଗୋଲ୍ଡେନ୍‌ […]

ଖେଳ ଦେଶ ବିଦେଶ

ଇତିହାସ ରଚିଲେ ଜୋକୋଭିକ୍‌ : ନବମ ଥର ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି

ମେଲ୍‌ବର୍ଣ୍ଣ : କରୋନା କଟକଣା ମଧ୍ୟରେ ଆୟୋଜିତ ଭିନ୍ନ ପ୍ରକାରର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ଆଜି ଶେଷ ହୋଇଛି। ରବିବାର ଶେଷ ଦିବସରେ ଆୟୋଜିତ ପୁରୁଷ ଏକକ ବର୍ଗ ଫାଇନାଲ୍‌‌ ଜିତି ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ ଇତିହାସ ରଚିଛନ୍ତି। ଏକପାଖିଆ ଫାଇନାଲ୍‌ ଲଢ଼େଇରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍‌ ସିଧାସଳଖ ୭-୫, ୬-୨ ଓ ୬-୨ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷିଆ ତାରକା ଡାନିଲ ମେଦ୍‌ଭେଦେଭ୍‌ଙ୍କୁ ପରାସ୍ତ କରି ନବମ ଥର ପାଇଁ […]

ଖେଳ ଦେଶ ବିଦେଶ

ମୋଟେରାରେ ମଧ୍ୟ ଟର୍ନିଂ ଟ୍ରାକ୍

ମୋଟେରା : ମୋଟେରାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ୍‌ରେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଗୋଲାପି ବଲ୍ ଟେଷ୍ଟ୍‌ରେ ମଧ୍ୟ ଟର୍ନିଂ ଟ୍ରାକ୍‌ର ଉପଯୋଗ ହେବ। ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ର ମାନ୍ୟତା ପାଇ ସାରିଥିବା ଏହି ବିଶାଳ କ୍ରୀଡ଼ାଙ୍ଗନରେ ମୋଟ ୧୧ଟି ପିଚ୍ ଥିଲେ ମଧ୍ୟ ଆଗାମୀ ମ୍ୟାଚ୍‌ରେ ସ୍ପିନରଙ୍କୁ ସୁହାଇଲା ଭଳି ପିଚ୍ ଉପଯୋଗ ହେବ ବୋଲି କ୍ୟୁରେଟର ଆଭାସ ଦେଇଛନ୍ତି। ଯାହା ଭାରତୀୟ ଦଳ ପାଇଁ ଶୁଭଙ୍କର ହେବ। କାରଣ […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଜନ ହ୍ରାସ କରିବାକୁ ଚାହୁଁଥି‌ଲେ ଖାଦ୍ୟରେ ଏସବୁକୁ ଆଦୌ ସାମିଲ କରନ୍ତୁ ନାହିଁ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖା ଦେଇଛି ବହୁ ଚେଷ୍ଟା ପରେ ବି ଲୋକମାନେ ତାଙ୍କ ଓଜନ ହ୍ରାସ କରି ପାରନ୍ତି ନାହିଁ। କାରଣ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆପଣ ଖାଉଥିଲେ ତାହା ଓଜନ ହ୍ରାସ କରିବାକୁ ଦିଏ ନାହିଁ। ଏଭଳି ଖାଦ୍ୟରେ ଥିବା ଫ୍ୟାଟ, କାର୍ବୋହାଇଡ୍ରେଟରୁ ଶରୀରକୁ ଆକସ୍ମିକ ଭାବେ ହାଏ କ୍ୟାଲୋରୀ ମିଳିଯାଇଥାଏ, ଯାହା ଦ୍ବାରା ଶରୀରରୁ ଚର୍ବି ହ୍ରାସ କରିବା ସହଜ ହୋଇ ନଥାଏ। ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜ କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିନେବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଜୀବନସାଥୀଙ୍କୁ ବାହାରକୁ ବୁଲାଇ ନେଇଯିବେ। ବୃଷ: ଲଗାତାର ପ୍ରୟାସରେ ସଫଳତା ପାଇବେ। ଲୁଗା ବ୍ୟବସାୟୀଙ୍କୁ ସତର୍କ ରହିବାକୁ ହେବ। ପରିବାର ସହିତ ଭଲରେ ସମୟ ଅତିବାହିତ କରିବେ। ମିଥୁନ: ଚାକିରି ସମ୍ବନ୍ଧରେ କୌଣସି ଶୁଭ ସମାଚାର ପାଇବେ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ବେପାରୀଙ୍କ ଲାଗି ଦିନଟି ଭଲ। କର୍କଟ: ଆପଣଙ୍କର ହାସ୍ୟୋଦ୍ଦୀପକ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ଗୋଟିଏ ପୁଅକୁ ସ୍ୱାଗତ କଲେ କରୀନା ଓ ସୈଫ୍‌; ତୈମୁରକୁ ମିଳିଲା ସାନ ଭାଇ

ମୁମ୍ବାଇ: ଆଜି ବଲିଉଡ୍ ତାରକା କରୀନା କପୁର ଓ ସୈଫ୍‌ ଅଲି ଖାଁ ପୁଣି ଗୋଟିଏ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି। ଅର୍ଥାତ୍‌ ତୈମୁର୍‌ର ସାନଭାଇଟିଏ ହୋଇଛି। ଭୋର୍‌ ୪.୪୫ ମିନିଟ୍‌ରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ କରୀନା ଏହି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କରୀନା ଦ୍ୱିତୀୟ ବାର ଅନ୍ତଃସତ୍ତ୍ୱା ହୋଇଥିବା କଥା ୨୦୨୦ ଅଗଷ୍ଟରେ ଜଣାପଡ଼ିଥିଲା। ଏକ ବିବୃତିରେ ସୈଫ୍‌ ଓ କରୀନା କହିଥିଲେ, ଆମ ପରିବାରରେ ଆଉ ଜଣଙ୍କ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ବିଗ୍‌ବସ୍‌-୧୪ର ବିଜୟିନୀ ହେଲେ ରୁବିନା, ଘରକୁ ନେଇଗଲେ ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ଦେଶର ବଡ଼ ରିୟାଲିଟି ସୋ ବିଗ୍‌ବସ୍ ସିଜିନ୍‌-୧୪ର ଫଳାଫଳ ବାହାରି ସାରିଛି। ରବିବାର ରାତିରେ ଦୀର୍ଘ ୩ ଘଣ୍ଟା ଧରି ସୋ’କୁ ହୋଷ୍ଟ୍‌ କରିବା ପରେ ସଲ୍‌ମାନ ଖାନ୍‌ ତାହାର ଫଳାଫଳ ପ୍ରକାଶ କରିଥିଲେ। ଏଥର ସିଜିନ୍‌ର ବିଜୟିନୀ ହୋଇଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲାଏକ୍‌। ଏହି ସୋ’କୁ ଜିତିବା ପରେ ରୁବିନା ଏକ ଇନ୍‌ଷ୍ଟା ପୋଷ୍ଟ୍‌ କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବିଶ୍ବାସ ରଖନ୍ତି ଯେ କେବଳ ପ୍ରଶଂସକମାନଙ୍କ ଭଲପାଇବା ଓ […]

ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୦ ଫୁଟ୍‌ ତଳକୁ ଖସିଗଲା ଡାକ୍ତରଖାନା ଲିଫ୍‌ଟ୍‌; ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ

ଭୋପାଳ: ରବିବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଯାଉଥିବା ଲିଫ୍‌ଟ୍‌ଟି ଉପରକୁ ଉଠିବା ପରିବର୍ତ୍ତେ ଅକାମି ହୋଇ ୧୦ ଫୁଟ୍‌ ତଳକୁ ଖସିଯିବାରୁ ସେ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ତାଙ୍କ ସହ ସେ ଲିଫ୍‌ଟ୍‌ରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଥିଲେ। କମଲ ନାଥ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୂର୍ବତନ ମନ୍ତ୍ରୀ ରାମେଶ୍ୱର ପଟେଲ୍‌ଙ୍କୁ ଦେଖିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କ ସହ ଥିଲେ କଂଗ୍ରେସ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ କୋଭିଡ୍‌-୧୯ ନିର୍ଦେଶାବଳୀ ପାଳନ ପାଇଁ କର, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, କେରଳ ସମେତ ଆଉ କେତେକ ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ହୋଇଛି। ତେଣୁ ଓଡ଼ିଶାରେ ବି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବଢ଼ିବାର ଆଶଙ୍କା ହେବା ପରେ ପ୍ରଶାସନ ଚିନ୍ତା ବଢ଼ିଯାଇଛି। କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବା ବେଳେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ […]