ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ଜାଣନ୍ତୁ ବିବାହ ତିଥି କେମିତି ସ୍ଥିର ହୁଏ?

କଟକ: ବିବାହ ତିଥି କେମିତି ସ୍ଥିର ହୁଏ? ଏହାକୁ ନେଇ ସାଧାରଣରେ ଏକ ଉତ୍ସୁକତା ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଜ୍ଞାନ ରଖୁଥିବା ବ୍ୟକ୍ତିବିଶେଷ ଅଥବା ଅନେକ ନିଜନିଜର ପୂରୋହିତ ମାନଙ୍କ ମତାମତ ନେଇ ବିବାହ ତାରିଖ ସ୍ଥିର କରିଥାନ୍ତି। ବର୍ତ୍ତମାନ ସମୟରେ ଅନେକ ଆଉ ବିବାହ ପୂର୍ବରୁ ପୁଅ-ଝିଅଙ୍କ ଜାତକ ମେଳ କରୁ ନଥିବା ବେଳେ ଏବେ ବି ଅନେକ ବିବାହ ଠିକ କରିବା ପୂର୍ବରୁ ଜାତକ ମେଳ ଉପରେ ବିଶ୍ବାସ ରଖୁଛନ୍ତି। ଏଭଳି ବିଶ୍ବାସ ରଖୁଥିବା […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆସନ୍ତା ପହିଲାରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବୟସ୍କଙ୍କୁ ମିଳିବ ଟିକା

ଭୁବନେଶ୍ବର: ଆସନ୍ତା ମାର୍ଚ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ବିଏମସି କମିସନରଙ୍କ ସୂଚନା ପ୍ରଦାନ କରିଛନ୍ତି । ତେବେ ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଏହି ଟିକାକରଣ ହେବ ବୋଲି ସୂଚନା ରହିଛି । ୪୫ରୁ ୬୦ବର୍ଷ ବୟସ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଛି । ଆରୋଗ୍ୟ ସେତୁ […]

ଖେଳ ଦେଶ ବିଦେଶ

ଇଂଲଣ୍ଡ ଆତ୍ମସମର୍ପଣକୁ ନେଇ ବ୍ରିଟେନ୍‌ରେ ଆଲୋଡ଼ନ, ଚତୁର୍ଥ ଟେଷ୍ଟ୍ ପାଇଁ ସ୍ପିନ୍ ପିଚ୍ ଚାହୁନାହାନ୍ତି ପ୍ରଶଂସକ

ଲଣ୍ଡନ: ଅହମ୍ମଦାବାଦରେ ଖେଳା ଯାଇଥିବା ଗୋଲାପି ବଲ୍‌ ଟେଷ୍ଟ୍‌କୁ ଇଂଲଣ୍ଡ ମାତ୍ର ଦୁଇ ଦିନ ଭିତରେ ହାରିବା ପରେ ସେଠାକାର ଗଣମାଧ୍ୟମ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଇଂଲଣ୍ଡ ସମେତ ଆୟର୍ଲାଣ୍ଡ ଓ ସ୍କଟ୍‌ଲାଣ୍ଡର କ୍ରିକେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେଠାକାର କେତେକ ପ୍ରତିଷ୍ଠିତ ଖବରକାଗଜ ଅଧିନାୟକ ଜୋ ରୁଟ୍ ତଥା ଦଳୀୟ ପରିଚାଳକଙ୍କ ଖେଳାଳି ଅଦଳ ବଦଳ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେହିଭଳି ସ୍ପିନ୍ ବିପକ୍ଷରେ ଇଂଲଣ୍ଡ ଖେଳାଳିଙ୍କ ବୈଷୟିକ ବିଫଳତାକୁ କଟାକ୍ଷ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭିସୁଟରେ ୨୫ ଛାତ୍ରଙ୍କୁ କରୋନା, ହଷ୍ଟେଲରୁ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାର ଭିସୁଟରେ ୨୫ ଛାତ୍ରଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ୨ଦିନ ଭିତରେ ଭିସୁଟରେ ୩ଟି ହଷ୍ଟେଲର ୨୫ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଂକ୍ରମିତ ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ଏଣେ ଉପ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ୨୭।୨: ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ପରେ ରତ୍ନ ସିଂହାସନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଶନିବାର ମହାପ୍ରଭୁଙ୍କର ସନ୍ଧ୍ୟା ସମୟରେ ଏହି ବେଶ କରାଯିବ । ପୁଷ୍ପାଳକ, ଖୁଣ୍ଟିଆ, ମେକାପ ପ୍ରଭୃତି ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ସୁସଜ୍ଜିତ କରିବେ । ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ପ୍ରେରଣ କରି ଗଜକୁ ଉଦ୍ଧାର କରିଥିବାର କିମ୍ବଦନ୍ତୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯: ୨୪ ଘଣ୍ଟାରେ ଦେଶରେ ୧୬,୪୮୮ ନୂଆ ସଂକ୍ରମଣ ଚିହ୍ନଟ, ୧୧୩ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୮୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୪୮୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୭୯,୯୭୯ରେ ପହଞ୍ଚିଛି। ଗତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୬।୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୧୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବାହାର ରାଜ୍ୟରୁ ଭୁବନେଶ୍ବର ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ କରାଯାଉଛି: ବିମାନ ବନ୍ଦର ନିର୍ଦେଶକ

ଭୁବନେଶ୍ବର: ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କି କି ପଦକ୍ଷେପ ନିଆଯାଇଛି ସେନେଇ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦେଶକ ଭରୂଡ ଭେଙ୍କଟେଶ୍ବର ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଯାହାର କିଛି ପଜିଟିଭ୍ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ। ଗତକାଲି ରାଜ୍ୟ ସରକାରଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଇ-ମେଲ୍ ମାମଲା: କଙ୍ଗନାଙ୍କ ପାଇଁ ବଢିପାରେ ହ୍ରିତିକଙ୍କ ସମସ୍ୟା, ଡାକିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ୍

ମୁମ୍ବାଇ ୨୬/୦୨: ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରନୌତଙ୍କ ସହ ବିବାଦ ମାମଲାରେ ନଜର ଆସିଛନ୍ତି । କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି । ୨୦୧୬ ମସିହାରେ କଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ରୁ ଅଧିକ ଇ-ମେଲ୍ ମିଳିଥିବାରୁ ହ୍ରିତିକ ରୋଶନ୍ ଏକ ଅଭିଯୋଗ ଦାଖଲ କରାଇଥିଲେ । ହ୍ରତିଙ୍କ ଅଭିଯୋଗ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟର ୧୮୩ ଘରୋଇ ହସ୍ପିଟାଲକୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ସାମିଲ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧିନରେ ଥିବା ବେସରକାରୀ ହସ୍ପିଟାଲ ଓ କ୍ଲିନିକଗୁଡ଼ିକୁ କୋଭିଡ୍ ଟିକାକରଣରେ ସାମିଲ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ହେଉଥିବା ବେଳେ ବିଏସକେୱାଇ ଅଧିନସ୍ଥ ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା ସୃଷ୍ଟି ହୋଇଛି […]