ଓଡ଼ିଶା ୱିମେନ୍ସ ଲିଗ୍ ପାଇଁ ଶ୍ରଦ୍ଧାଞ୍ଜଳି ଚୟନକର୍ତ୍ତା
ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ଓଡ଼ିଶା ୱିମେନ୍ସ ଲିଗ୍ ପାଇଁ ଅନ୍ତର୍ଜାତୀୟ ଫୁଟ୍ବଲର୍ ତଥା ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଚୟନକର୍ତ୍ତା ନିଯୁକ୍ତ କରାଯାଇଛି। ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଲାଗି ଓଡ଼ିଶା ଦଳ ଚୟନ ଦିଗରେ ଶ୍ରଦ୍ଧାଞ୍ଜଳି ପ୍ରମୁଖ ଭୂମିକା ତୁଲାଇବେ। ସୂଚନାଯୋଗ୍ୟ, ଜାତୀୟ ସ୍ତରରେ ଶ୍ରଦ୍ଧାଞ୍ଜଳି ଅତୀତରେ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଓ ଚୟନକର୍ତ୍ତା ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। […]