କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରେରଣାର ଉତ୍ସ, ଶ୍ରୀମନ୍ଦିର ଉନ୍ନତି ଲାଗି ବହୁ ପଦକ୍ଷେପ ନିଆଯିବ: ଗଜପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି ମହାରାଜା

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ବିକାଶ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରେରଣାର ଉତ୍ସ। ଶ୍ରୀମନ୍ଦିର ସର୍ବାଙ୍ଗୀନ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯିବ। ପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟ ସରକାର ଶ୍ରୀମନ୍ଦିର ଉନ୍ନତି କାମ ହାତକୁ ନେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ […]

ଦେଶ ବିଦେଶ ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ : ଜଗମୋହନରେ ବାନ୍ତି କଲେ ଭକ୍ତ, ଗୋଟିଏ ଦିନରେ ୨ଥର ମହାସ୍ନାନ

ପୁରୀ ୦୬।୦୩ : ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସକାଳ ଧୂପ ପରେ ପୁଣି ଥରେ ନୀତି ବିଭ୍ରାଟ ହୋଇଛି । ଜଗମୋହନରେ ଜଣେ ବ୍ୟକ୍ତି ବାନ୍ତି କରିଦେଇଛନ୍ତି । ଯାହାଫଳରେ କି ମହାପ୍ରଭୁଙ୍କର ପୁଣି ଥରେ ମହାସ୍ନାନ କରାଯିବ । ଖବର ଅନୁଯାୟୀ, ଆଜି ପୁରୀ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡିଥିଲା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତର ଛିଟା ପଡିଥିବାj ଦେଖିବାକୁ ମିଳିଥିଲା । ତେବେ ରକ୍ତ ଛିଟା ପଡିଥିବାରୁ ପରମ୍ପରା […]

ଖେଳ ଦେଶ ବିଦେଶ

ରୋଡ୍ ସେଫ୍ଟି ଓ୍ଵାର୍ଲ୍ଡ ସିରିଜ୍: ପୁଣି ଥରେ କ୍ରିଜରେ ଜମିବ ସଚିନ-ସେହ୍ଵାଗଙ୍କ ଯୋଡି ! ଆଜି ଭାରତ-ବାଂଲାଦେଶ ମୁକାବିଲା

ରାୟପୁର ୦୫।୦୩: ପୁଣି ଥରେ ପଡିଆରେ ଗୁଞ୍ଜି ଉଠିବ ସଚିନ… ସଚିନ… ସଚିନ… ସଚିନ…। ସେହ୍ଵାଗଙ୍କ ଚୌକାରେ ଉଛୁଳିବ ଷ୍ଟାଡିୟମ। ପୁଣି ଥରେ ପଡିଆରେ ପରସ୍ପର ମୁହାଁମୁହିଁ ହେବେ କିମ୍ବଦନ୍ତୀ କ୍ରିକେଟ୍‌ର। ରୋଡ୍ ସେଫ୍‌ଟି ଓ୍ଵାର୍ଲ୍ଡ ସିରିଜ୍‌ ୨୦୨୧ ଟୁର୍ଣ୍ଣାମେଣ୍ଟ କ୍ରିକେଟ୍ ପ୍ରେମୀଙ୍କ ପାଇଁ କୌଣସି ମହାକୁମ୍ଭଠୁ କମ ନୁହେଁ। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୧ ମଧ୍ୟରେ ୧୬ ଦିନ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖାସ୍ ଦିନ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମଣ୍ଟରେ ବିଶ୍ଵ କ୍ରିକେଟ୍‌ ଜଗତର ଅନେକ […]

ଖେଳ ଦେଶ ବିଦେଶ

ପନ୍ତଙ୍କ ଦମକାର ଶତକ : ଡ୍ରାଇଭ୍‌ ସିଟ୍‌ରେ ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନ ଭାରତ ୮୯ ରନରେ ଆଗୁଆ‌

ଅହମ୍ମଦାବଦ ୦୫/୦୩ : ଅହମ୍ମଦାବଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ରହିଛି ଭାରତ । ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ବଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୩୯୪/୭ ରହିଛି । ପ୍ରଥମ ଇନିଂସରେ ମାତ୍ର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଟପର୍ ହେଲେ ସ୍ପେନୀୟ ମହିଳା ମାରିଆ, ପାଠ ପଢିବା ପାଇଁ ଛାଡିଥିଲେ ଏୟାର ହୋଷ୍ଟେସ୍ ଚାକିରୀ

ଉତ୍ତରପ୍ରଦେଶ ୦୪/୦୩: ଭାରତୀୟ ସଂସ୍କୃତି ଧିରେ ଧିରେ ଲୋପ ପାଇବାକୁ ବସିଛି। ପୂର୍ବ ସମୟରେ, ପିଲାମାନେ ବିଦ୍ୟାଳୟରେ ସଂସ୍କୃତ ଅଧ୍ୟୟନ କରିବା ନିହାତି ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ପିଲାମାନେ ଭାରତର ଭାଷା ନୁହେଁ ବରଂ ଇଂରାଜୀ, ସ୍ପେନ୍ ଏବଂ ଫରାସୀ ଶିଖିବାକୁ ଭଲ ପାଉଛନ୍ତି । ନିକଟରେ ସୋସିଆଲ ମିଡିଆରେ ସ୍ପେନର ମାରିଆଙ୍କ ନାମ ଖୁବ୍ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ସ୍ପେନର ମାରିଆ ହିନ୍ଦୀ, ଇଂରାଜୀ, ଜର୍ମାନ, ସ୍ପାନିଶ୍ ଭାଷା କହିବା ସହିତ […]

ଖେଳ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ତୀରନ୍ଦାଜରେ ଗୋଲ୍ଡ ମେଡେଲ୍ ଜିତିଥିଲେ ମମତା, ଏବେ ବିକ୍ରି କରୁଛନ୍ତି ଝାଲମୁଢି

ଝାରଖଣ୍ଡ ୦୪/୦୨: ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତିଥିବା ମମତା ପରିବାରର ଆର୍ଥିକ ଅବସ୍ଥା ହେତୁ ଝାଲମୁଢି ବିକ୍ରି କରି ପେଟ ପୋଷୁଛନ୍ତି । ଝାରଖଣ୍ଡ,ଧନବାଦର ତେଲିପଡାରେ ରହୁଥିବା ମମତା ୧୩ ବର୍ଷ ବୟସରେ ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ । କିନ୍ତୁ ଆଜି ସେ ଖେଳ ଛାଡି ମୁଢି ବିକ୍ରି କରୁଛନ୍ତି । ମମତାଙ୍କୁ ଧନବାଦରେ ‘ଗୋଲ୍ଡ ଗାର୍ଲ’ ନାମରେ ମଧ୍ୟ ଜଣାଯାଏ । ମମତା ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଆର୍ଚେରୀରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୫।୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶିଶୁର ନାକରେ ଫସି ରହିଥିଲା ବନ୍ଧୁକ ଗୁଳି; ୮ବର୍ଷ ପରେ ଅସ୍ତ୍ରୋପଚାର କରି ଡାକ୍ତର ବାହାର କଲେ

ନୂଆଦିଲ୍ଲୀ: ଜଣେ ଶିଶୁର ନାକରେ ବନ୍ଧୁକର ଗୁଳି ୮ବର୍ଷ ଧରି ଫସି ରହିଥିଲା। ତେଣୁ ସେ କୌଣସି ଜିନିଷର ଗନ୍ଧକୁ ବାରି ପାରୁ ନଥିଲା। ନାକରୁ ଦୁର୍ଗନ୍ଧଯୁକ୍ତ ତରଳ ପଦାର୍ଥ ବାହାରିବା ପରେ ପରିବାରଲୋକ ଚିକିତ୍ସା ପାଇଁ ଶିଶୁକୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ଶିଶୁର ପରୀକ୍ଷା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର ଶିଶୁ ନାକର ଇଣ୍ଡୋସ୍କୋପି ଓ ଟ୍ୟୁବ କ୍ୟାମେରା ଲଗାଇ ଦେଖିବା ପରେ ଟରବିନେଟ ହାଇପରଟ୍ରାଫି ଅସୁବିଧା ଥିବା ଜାଣିବାକୁ ପାଇଥିଲେ। ଏହି […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଦିଲ୍ଳୀର ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହେଲା ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା

କଟକ: ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ। ତେବେ ଆଜିର ଶୁଣାଣି ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ । ସେ କହିଛନ୍ତି, ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରି ନଥିଲେ, ବରଂ ମାମଲା […]

କଳା ଓ ସଂସ୍କୃତି ଧର୍ମ

ଫାଲଗୁନ କୃଷ୍ଣପକ୍ଷ ଏକାଦଶୀକୁ ‘ବିଜୟା ଏକାଦଶୀ’ ବୋଲି କାହିଁକି କୁହାଯାଏ?

ପୁରାଣର ବର୍ଣ୍ଣନା ଅନୁସାରେ, ଏକଦା ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, “ଏମିତିରେ ତ ସବୁ ଏକାଦଶୀ ପାପନାଶିନୀ ଓ ପୁଣ୍ୟଦାୟିନୀ, କିନ୍ତୁ ଫାଲଗୁନ କୃଷ୍ଣପକ୍ଷ ଏକାଦଶୀକୁ ‘ବିଜୟା ଏକାଦଶୀ’ କାହିଁକି କହନ୍ତି? ଏହାର ମହତ୍ତ୍ୱ କ’ଣ? ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କୁ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକ କଥା ଶୁଣାଇଥିଲେ। ହନୁମାନଙ୍କଠାରୁ ସୀତାଙ୍କର ସନ୍ଧାନ ପାଇ ରାମଚନ୍ଦ୍ର ତାଙ୍କୁ ଉଦ୍ଧାର କରିବାପାଇଁ ଲଙ୍କାଯାତ୍ରାର ଆୟୋଜନ କଲେ। କିନ୍ତୁ ସମୁଦ୍ର କୂଳରେ ପହଞ୍ଚି କିପରି ଏ ବିଶାଳ […]