ଦେଶ ବିଦେଶ ମନୋରଞ୍ଜନ

ମହିଳା ଦିବସ ଅବସରରେ ଦ୍ବିତୀୟ ସନ୍ତାନର ପ୍ରଥମ ଫଟୋ ପୋଷ୍ଟ୍‌ କଲେ କରୀନା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌ ତାଙ୍କର ଦ୍ବିତୀୟ ସନ୍ତାନର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ସେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କର ଦ୍ବିତୀୟ ଶିଶୁ ସହ ନିଜର ଏକ ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଫଟୋଟିକୁ ସେୟାର କରି ସେ ଲେଖିଛନ୍ତି, ‘ସେପରି କିଛି ନାହିଁ, ଯାହା ଜଣେ ମହିଳା କରିପାରିବ ନାହିଁ। ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା’। ଫଟୋରେ କରୀନା ଏକ କଳା ରଂଗର ଟପ୍‌ […]

ରାଶିଫଳ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆପଣ କରୁଥିବା ଏହି ୪ଟି ଭୁଲ ହୋଇପାରେ କିଡନୀ ସମସ୍ୟାର କାରଣ

କିଡନୀ ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡନୀ ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ନ ଭାବି ସେମାନେ କିଛି ବି ଖାଉଥିବାରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନରେ କୌଣସି ଆଶା ଉତ୍ପନ୍ନ ହେବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି ଜିନିଷ କିଣିବାରେ ବିଳମ୍ବ ହୋଇପାରେ। କର୍ମଜୀବୀ ମହିଳାଙ୍କ ଲାଗି ଭଲ ଦିନଟିଏ। ବିଲ୍‍ଡର୍ସଙ୍କୁ ଅଚାନକ ଧନଲାଭ ହେବ। ମିଥୁନ: ଠିକ୍‌ ଦିଗରେ କାମ କରି ଅଧିକାଂଶ ସମସ୍ୟାର ସମାଧାନ କରିନେବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପିଲାମାନଙ୍କ ସହିତ ସହରକୁ ଜିନିଷ କିଣିବାକୁ ଯିବେ। […]

ଖେଳ ଦେଶ ବିଦେଶ

ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍: କବିର ଓ ଋତୁପର୍ଣ୍ଣା ବିଜେତା

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ମେଣ୍ଡାଶାଳସ୍ଥିତ ଗୁରୁକୁଳ ରିସୋର୍ଟରେ ଆୟୋଜିତ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି। ପୁରୁଷ ଏକକରେ କବିର ହଂସ ୬-୧, ୬-୨ରେ ପ୍ରତ୍ୟୁଷ ମହାନ୍ତିଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ସେହିଭଳି ପୁରୁଷ ଯୁଗଳରେ କବିର ଓ ପ୍ରତ୍ୟୁଷ ଯୋଡି କୁମାର ଅନୁରାଗ ଓ ଆଦିତ୍ୟ ଶତପଥୀଙ୍କୁ ୬-୪, ୬-୦ରେ ଜିତି ଟ୍ରଫି କରାୟତ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଏକକରେ ଋତୁପର୍ଣ୍ଣା ଚୌଧୁରୀ ୭-୫, ୬-୧ରେ ସିମରନ୍ ଏକ୍କାଙ୍କୁ […]

ଖେଳ ଦେଶ ବିଦେଶ ରାଜ୍ୟ

ପ୍ରଥମ ଓଡ଼ିଶା ନାଭାଲ୍‌ ଟାଟା ତୃଣମୂଳ ହକି ଲିଗ୍‌: ମାଝାପଡ଼ା ବାଳିକା, ସୁବଡ଼େଗା ବାଳକ ବିଜେତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଖେଳାଯାଇଥିବା ପ୍ରଥମ ଓଡ଼ିଶା ନାଭାଲ୍ ଟାଟା ତୃଣମୂଳ ହକି ଲିଗ୍‌ ଶନିବାର ରାତିରେ ଶେଷ ହୋଇଛି। ବାଳିକା ଫାଇନାଲରେ ମାଝାପଡ଼ା ଦଳ ୨-୦ ଗୋଲ୍‌ର ଅଳନ୍ଦାକୁ ଏବଂ ବାଳକା ଫାଇନାଲରେ ମାଝାପଡ଼ାକୁ ସମାନ ୨-୦ ଗୋଲ୍‌ରେ ହରାଇ ସୁବଡେଗା ଦଳ ବିଜେତା ମୁକୁଟ ଓ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ବିଜେତା ମାଝାପଡ଼ା ବାଳିକା ଦଳର ପୂଜା ମାଝୀ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ଅଙ୍କିତା କେରକେଟାଙ୍କୁ ଲିଗ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ […]

ଖେଳ ଦେଶ ବିଦେଶ

ଜାତୀୟ ଭଲିବଲ୍‌: ଚଣ୍ଡୀଗଡ଼କୁ ଦୁଇ ଥର ଚାଞ୍ଛିଲା ଓଡ଼ିଶା

ଭୁବନେଶ୍ବର : କିଟ୍‍ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ପ୍ରତିଯୋଗିତାରେ ରବିବାର ଓଡ଼ିଶାକୁ ଲଗାତାର ଦ୍ବିତୀୟ ଦିବସରେ ଯୁଗଳ ବିଜୟ ମିଳିଛି। ତୃତୀୟ ଦିନରେ ଓଡ଼ିଶା ପୁରୁଷ ଓ ମହିଳା ଦଳ ସମାନ ପ୍ରତିଦ୍ବନ୍ଦ୍ବୀ ଚଣ୍ଡୀଗଡ଼କୁ ହରାଇଛନ୍ତି। ଓଡ଼ିଶା ପୁରୁଷ ଦଳ ଦିନର ସର୍ବାଧିକ ସମୟ (୧୦୫ ମିନିଟ୍‌) ଲଢ଼େଇ କରି ଚଣ୍ଡୀଗଡ଼କୁ ୩-୧ରେ (୨୨-୨୫, ୨୫-୧୦, ୨୫-୨୦, ୨୯-୨୭)ରେ ପରାସ୍ତ କରିଥିଲେ। ମୋଟ ପଏଣ୍ଟ୍ ମୁକାବିଲାରେ ମଧ୍ୟ କଡ଼ା […]

ଖେଳ ଦେଶ ବିଦେଶ

ଆଇପିଏଲ୍‌ର ଚତୁର୍ଦ୍ଦଶ ସ˚ସ୍କରଣ: ୬ ଷ୍ଟାଡିୟମ୍‌, ୫୨ ଦିନ, ୬୦ ମ୍ୟାଚ୍‌

ନୂଆଦିଲ୍ଲୀ : ଆଇପିଏଲ୍‌ର ଚତୁର୍ଦ୍ଦଶ ସ˚ସ୍କରଣ ଏଥର ଭାରତକୁ ଫେରିଥିବାବେଳେ ୬ଟି ସ୍ଥାନରେ ମ୍ୟାଚ୍‌ଗୁଡିକୁ ସୀମିତ ରଖାଯିବ। ରବିବାର ପ୍ରକାଶିତ ସମ୍ପୂର୍ଣ୍ଣ ଖେଳସୂଚୀରୁ ଏହା ସ୍ପଷ୍ଟ ହୋଇଛି। ଏପ୍ରିଲ ୯ରୁ ମେ’ ୩୦ ତାରିଖ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। କୌଣସି ଦଳ ନିଜ ଘରୋଇ ପଡ଼ିଆରେ ଖେଳିବେ ନାହିଁ। ଏଥର ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ଦିଲ୍ଲୀ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଆଇପିଏଲ୍‌ ଖେଳାଯିବାକୁ ଚୂଡ଼ାନ୍ତ ହୋଇଛି। ମୋଟ ୫୨ ଦିନ ମଧ୍ୟରେ […]

ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ମଇଦାନରେ ମହକ

ଭୁବନେଶ୍ବର: ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏବଂ ନିରନ୍ତର ଉତ୍ଥାନ ପତନ ଭରା ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ଦୃଶ୍ୟପଟ୍ଟରେ ଅନେକ ଓଡ଼ିଆ ମହିଳା ନିଜ ଅଭୁଲା ଓ ଅନନ୍ୟ ଛାପ ଛାଡ଼ିଛନ୍ତି। ଅସାଧାରଣ ପ୍ରତିଭା ତଥା କେବେବି ହାର ନମାନିବାର ଦୃଢ଼ ମନୋବଳ ପାଇଁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କଠାରୁ ଆରମ୍ଭ କରି ସ୍ନୋ ଗାର୍ଲ ରଞ୍ଜିତା ବେହେରା ପର୍ଯ୍ୟନ୍ତ, ଏହି ଅଖ୍ୟାତ ପଲ୍ଲୀର ବିଖ୍ୟାତ ତାରକାମାନେ ମହିଳା ସଶକ୍ତିକରଣର ବଳିଷ୍ଠ ଉଦାହରଣ ପାଲଟିଛନ୍ତି। ମହିଳା ଫୁଟବଲ୍‌ରେ ଗୀତାଞ୍ଜଳି ଓ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୦୮।୦୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୮୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଅଧିକ କାମ କରିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ ଚେଷ୍ଟା କରିବେ। ଗୁରୁ, ଶୁକ୍ର ଓ ଶନିବାର: କାରବାର ଦ୍ରୁତ ଗତିରେ ବୃଦ୍ଧି ହେବ। ରବି ଓ ସୋମବାର: ରଚନାତ୍ମକ କାମରେ ମନ […]