୧୦,୦୦୦ ଅନ୍ତର୍ଜାତୀୟ ରନ୍: ମିତାଲି ପ୍ରଥମ ଭାରତୀୟ ମହିଳା
ଲକ୍ଷ୍ନୌ : ଶୁକ୍ରବାରର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ଅବସରରେ ଘରୋଇ ଦଳ ଅଧିନାୟିକା ମିତାଲି ରାଜ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦,୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ବିଶ୍ବ କ୍ରିକେଟରେ ମିତାଲି ମଧ୍ୟ ଦ୍ବିତୀୟ ମହିଳା କ୍ରିକେଟର୍ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏକମାତ୍ର ଖେଳାଳି ଭାବେ ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସ ଏହି କ୍ଲବ୍ର ସଦସ୍ୟା ଥିଲେ। ଶୁକ୍ରବାର ମ୍ୟାଚ୍ର ୨୮ତମ ଓଭରରେ ଆନେ ବଶ୍ଚଙ୍କୁ ଚୌକା ମାରି ଏହି […]