ଦୃଷ୍ଟିହୀନ କଳାକାର ନିଜାମୀଙ୍କ କଣ୍ଠରେ ଜଗନ୍ନାଥ ଭଜନ ରେକର୍ଡିଂ କଥା ରଖିଲେ ବର୍ଷା
କିଶନନଗର : ‘ନୀଳ କନ୍ଦରରେ ନୀଳ କନ୍ଦର.. କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଦୃଷ୍ଟିହୀନ କଳାକାର ଅବ୍ଦୁଲ୍ ସମଦ୍ ନିଜାମୀଙ୍କ କଣ୍ଠରେ ଏହି ଜଗନ୍ନାଥ ଭଜନର ଆଜି ରେକର୍ଡିଂ ହୋଇଛି ସିଡିଏ ସେକ୍ଟର-୯ ସ୍ଥିତ ପ୍ରତିଭା ଷ୍ଟୁଡିଓରେ। ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆଜି ଏଭଳି ରେକର୍ଡିଂ ହୋଇଥିବା ବେଳେ ଷ୍ଟୁଡିଓରେ ବର୍ଷା ଓ ଅବ୍ଦୁଲ୍ ସମଦ୍ ନିଜାମୀଙ୍କୁ ପ୍ରୋତ୍ସାହିତ କରୁଥିବା ଅବସରପ୍ରାପ୍ତ ଶିକ୍ଷକ, […]