ଟିକାକରଣକୁ ଆହୁରି ବ୍ୟାପକ କରାଯିବ: ପରିବାର କଲ୍ୟାଣ ନିର୍ଦେଶକ
ଭୁବନେଶ୍ବର: ବର୍ତ୍ତମାନ ବୟସ୍କ ଲୋକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ୯୨୭ କେନ୍ଦ୍ରରେ ଟିକାକରଣ କରାଯାଉଛି। ୧ଲକ୍ଷ ୨୭୩ଜଣ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି। ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମିଶାଇ ସମୁଦାୟ ୧ଲକ୍ଷ ୨୧ହଜାର ୫୭୨ ଲୋକ ଟିକା ନେଇସାରିଲେଣି। ଗ୍ରାମାଞ୍ଚଳରେ […]
