ଉନ୍ନୟନ କାର୍ଯ୍ୟକୁ ନେଇ ଏସ୍ଡିଓ-ସରପଞ୍ଚ ହାତାହାତି: ଧସ୍ତାଧସ୍ତିର ଭିଡିଓ ଭାଇରାଲ
ବଲାଙ୍ଗୀର/ପାଟଣାଗଡ଼/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଉନ୍ନୟନ କାମ ଜାରି ରହିଛି। ତେବେ କାମର ମାନକୁ ନେଇ ଆଜି ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ଓ ପୂର୍ତ୍ତ ବିଭାଗ ଏସ୍ଡିଓ ସିଦ୍ଧାର୍ଥ ଦାସଙ୍କ ମଧ୍ୟରେ ଉଚ୍ଚବାଚ ପରେ ମନ୍ଦିର ନିକଟରେ ହାତାହାତି ହେବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ସେଇ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। […]









