ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ସାମାଜିକ ପରିସର ବୃଦ୍ଧି ପାଇବ। କିଛି ଲୋକ ଆପଣଙ୍କୁ ବିରୋଧ କରିବେ। ବୃଷ: ବେପାରକୁ ନେଇ ମନରେ ନୂଆ ବିଚାର ଆସିବ। ଜୀବନରେ ସ୍ଥିରତା ବଜାୟ ରହିବ। ଛାତ୍ରମାନେ ଫଳ କଥା ଚିନ୍ତା ନ କରି ପରିଶ୍ରମ କରନ୍ତୁ। ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କର୍କଟ: ଅଫିସରେ ଅଧିକ […]

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲର ମନମାନି, ଆମରଣ ଅନଶନରେ ଅଭିଭାବକ ସଂଘ

ବଲାଙ୍ଗୀର ୧୮।୦୩ : ଆମରଣ ଅନଶନରେ ଅଭିଭାବକ l ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି l ଘରୋଇ ସ୍କୁଲର ମନମାନି ନେଇ ଧାରଣ ଦେଇଛନ୍ତି ଅଭିଭାବକ ସଂଘ । ବଲାଙ୍ଗୀର ଜିଲ୍ଲାରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ମହାମାରୀ ଲାଗି ଫିସ୍‌ ବୃଦ୍ଧି ସହ ବହି କିଣା ଏବଂ ଆଡମିଶନ ଉପରେ କିଛିଟା କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାରୀ ନିୟମକୁ ଯେମିତି […]

କଳା ଓ ସଂସ୍କୃତି ଧର୍ମ

ଘରେ ଏହି ସ୍ଥାନରେ ଭୁଲରେ ବି ରଖନ୍ତୁନି ତୁଳସୀ ଗଛ: ଧନ ହାନି ସହ ହେବ ଏହିସବୁ ସମସ୍ୟା

ଭୁବନେଶ୍ୱର ୧୮/୦୩ : ହିନ୍ଦୁ ଧର୍ମ ଗ୍ରନ୍ଥରେ ତୁଳସୀକୁ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବୋଲି କୁହାଯାଏ। ତୁଳସୀ ବୁଧ ଗ୍ରହଙ୍କ ପ୍ରତିନିଧିତ୍ବ କରନ୍ତି | ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛକୁ ପୂଜା କରାଯାଏ। ତୁଳସୀ ଗଛ ଘରର ଅନେକ ଦୋଷ ଦୂର କରିଥାଏ। କଲ୍ୟାଣକାରୀ ଜୀବନ ମଧ୍ୟ ପ୍ରଦାନ କରିଥାଏ। ତୁଳସୀ ପତ୍ର ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ଘରେ ତୁଳସୀ ଗଛ ଥିଲେ ପରିବେଶକୁ ମଧ୍ୟ ସକାରାତ୍ମକ ରଖିଥାଏ। […]

କଳା ଓ ସଂସ୍କୃତି ଧର୍ମ

ଆଜି ବିନାୟକ ଚତୁର୍ଥୀ: ଚନ୍ଦ୍ରମା ଦର୍ଶନ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆପଣଙ୍କ ସହରରେ କେତେବେଳେ ଦର୍ଶନ ଦେବେ ଚନ୍ଦ୍ର

ନୂଆଦିଲ୍ଲୀ ୧୭/୦୩ : ଆଜି ଫାଲଗୁନ ମାସ ବିନାୟକ ଚତୁର୍ଥୀ। ହିନ୍ଦୁ ଧର୍ମରେ ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ। ବୁଧବାର ଦିନ ବିନାୟକ ଚତୁର୍ଥୀ ପଡିବା ଅତ୍ୟନ୍ତ ଶୁଭ। ଏହି ଦିନ ବିଧି ବିଧାନ ଅନୁସାରେ ଭଗବାନ ଗଣେଶଙ୍କୁ ପୂଜା କଲେ ଶହେ ଗୁଣ ଫଳ ପ୍ରାପ୍ତ ହୋଇଥାଏ। ବିନାୟକ ଚତୁର୍ଥୀ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି ସାରି ମନ୍ଦିରରେ ଧୂପ-ଦୀପ ପ୍ରଜ୍ବଳିତ କରି ପୂଜା କରିବା ଉଚିତ। ବିନାୟକ ଚତୁର୍ଥୀ ଦିନ ଭଗବାନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୦୨ ଦିନପରେ ରେକର୍ଡ କଲା କରୋନା : ୩୫ ହଜାର ଟପିଲା ଦୈନିକ ସଂକ୍ରମଣ , ମୃତ୍ୟୁ ୧.୬୦ ଲକ୍ଷ, ଜାଣନ୍ତୁ କ’ଣ ରହିଛି ଦେଶର ସ୍ଥିତି

ନୂଆଦିଲ୍ଲୀ, ୧୮/୦୩: କରୋନା ସଂକ୍ରମଣ ପୁଣିଥରେ ଦେଶକୁ ସଙ୍କଟରେ ପକାଇଲାଣି । ଦିନକୁ ଦିନ କିଛି ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ପୁଣିଥରେ ଲକ୍‌ଡାଉନ୍‌ ଫେରିବା ନେଇ ଲୋକେ ଆଶଙ୍କା କରୁଛନ୍ତି । ଚଳିତ ବର୍ଷ ୧୦୨ ଦିନ ପରେ କରୋନା ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଥମ କରି ୩୫ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଚିନ୍ତା ବଢାଇଲା କଟକରେ ହଷ୍ଟେଲ ସଂକ୍ରମଣ, ୧୦ଦିନ ଯାଏଁ କଲେଜ ବନ୍ଦ

କଟକ ୧୮।୦୩: କଟକରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ । ଗୋଟିଏ ହଷ୍ଟେଲ୍‌ରୁ ୧୨ଜଣ କରୋନା ପଜିଟିଭ୍‌ ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ତୁରନ୍ତ ହଷ୍ଟେଲ୍‌ ବାସ କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ ରହିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତଙ୍କ ଟେଷ୍ଟିଂ ଆରମ୍ଭ ହୋଇଛି । ସେପଟେ ଆସନ୍ତା ୧୦ ଦିନ ଯାଏଁ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଖବର ଅନୁଯାୟୀ, କଟକ ଏକ […]

ଦେଶ ବିଦେଶ ମନୋରଞ୍ଜନ

ରାଧେର ପୋଷ୍ଟରକୁ ନେଇ ଟ୍ରୋଲ୍ ହେଲେ ସଲମାନ ଖାନ: କେଆରକେ କହିଲେ, ‘କିଛି ଅରଜିନାଲ୍ କର ଭାଇ’

ମୁମ୍ବାଇ ୧୮/୦୩: ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନ ଖୁବ୍ ଶୀଘ୍ର ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ ରେ ନଜର ଆସିବେ । ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ ହେବା ପରେ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଅନେକ ସୋସିଆଲ ମିଡିଆ ୟୁଜର୍ସ ରାଧେର ପୋଷ୍ଟରକୁ କପି ହୋଇଛି ବୋଲି କହି ସଲମାନ ଖାନଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି । ଏହା ସହିତ କେଆରକେଙ୍କ ଏକ ଟୁଇଟ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି […]

ଦେଶ ବିଦେଶ ମନୋରଞ୍ଜନ

ରିଲିଜ ହେଲା ଟ୍ରେଲର୍, ହଟିଲା ସସ୍ପେନ୍ସ: ଫିଲ୍ମ ‘ଚେହରେ’ରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ ୧୮/୦୩ : ଏପ୍ରିଲ ୩୦ ତାରିଖରେ ସିନେମହଲରେ ରିଲିଜ ହେବ ବଲିଉଡ ଫିଲ୍ମ ‘ଚେହରେ’। ଫିଲ୍ମର ଟ୍ରେଲର ଆଜି ରିଲିଜ ହୋଇଛି। ନିକଟରେ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା ଯେଉଁଥିରେ ମହାନାୟକ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ନଜର ଆସିଥିଲେ। ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ଗତ ବର୍ଷ ସୁଟିଂ ହୋଇଥିବା ଫିଲ୍ମରେ ବିବାଦରେ ଫସିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ହଟାଇ ଦିଆଯାଇଛି କିମ୍ବା ତାଙ୍କୁ ରିପ୍ଲେସ୍ କରାଯାଇଛି। କିନ୍ତୁ ଆଜି ରିଲିଜ୍ ହୋଇଥିବା ଟ୍ରେଲରରେ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରିୟଙ୍କାଙ୍କ ଯୋଗ୍ୟାତା ଉପରେ ବିଦେଶୀ ସାମ୍ବାଦିକ ଉଠାଇଲେ ପ୍ରଶ୍ନ, ମିଳିଲା ଉଚିତ୍ ଜବାବ

ମୁମ୍ବାଇ ୧୮/୦୩: ନିକଟରେ ଅଭିନେତ୍ରୀ ପ୍ରୀୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସଙ୍କ ସହିତ ୯୩ ତମ ଏକାଡେମୀ ଆୱାର୍ଡସ ନୋମିନେସନ୍ ର ଘୋଷଣା କରିଥିଲେ । କିନ୍ତୁ ଜଣେ ବିଦେଶୀ ସାମ୍ବାଦିକ ଓସ୍କାର ନୋମିନେସନ୍ ପାଇଁ ପ୍ରିୟଙ୍କାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଭିନେତ୍ରୀ ମଧ୍ୟ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଯାହାକୁ ନେଇ ଲୋକମାନେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ବାଦେଶୀ ଏଣ୍ଟରଟେନମେଣ୍ଟ ସାମ୍ବାଦିକ ପିଟର ଫୋର୍ଡ ଏକ ଟ୍ୱିଟ୍ କରିଛନ୍ତି […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆତ୍ମହତ୍ୟା ମନୋବୃତି ରଖୁଥିବା ବ୍ୟକ୍ତିଙ୍କୁ କେମିତେ ଚିହ୍ନିବେ ? ଆପଣଙ୍କ ଗୋଟିଏ ପଦକ୍ଷେପ ବଞ୍ଚାଇ ପାରିବ ଜଣକ ଜୀବନ

ଭୁବନେଶ୍ୱର ୧୭/୦୩ : ଆତ୍ମହତ୍ୟା କୌଣସି ମାନସିକ ରୋଗ ନୁହେଁ ବରଂ କିଛି ମାନସିକ ବିକାରର ଗମ୍ଭୀର ପରିଣାମ। ନିଜେ ନିଜ ଜୀବନ ନେବାକୁ ଆତ୍ମହତ୍ୟା ଭାବେ ପରିଭାଷିତ କରାଯାଇଛି। ଏହି ପ୍ରସଙ୍ଗରେ କଥା ହେବା ବା ଆଲୋଚନା କରିବା କଳଙ୍କ ବୋଲି କୁହାଯାଏ। ସେଥିପାଇଁ ଏ ପ୍ରସଙ୍ଗରେ ଆଲୋଚନା କଲେ ଅସଞ୍ଜତ ଅନୁଭବ କରନ୍ତି। ଏହି କଳଙ୍କ ଅନେକ ସମୟରେ ଜଣେ ବ୍ୟକ୍ତିକୁ ନିଜ ଅନ୍ତର୍ଦ୍ୱନ୍ଦ ପ୍ରକାଶ କରିବାକୁ ରୋକି ଦେଇପାରେ। ଏହା ଲୋକଙ୍କୁ ବନ୍ଧୁ […]