ରାଜ୍ୟ

ଆସନ୍ତା ନିର୍ବାଚନ ପାଇଁ ବିଜେପି, କଂଗ୍ରେସର ରଣହୁଙ୍କାର

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିକଟରେ ନିଜ ନିଜର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହାକୁ ନେଇ ଦୁଇ ଦଳ ନେତା ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିସହିତ ନୂଆବର୍ଷ ପରେ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ଲଢ଼େଇ କରିବାକୁ ରଣହୁଙ୍କାର ଦେଇଛନ୍ତି। ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଜାନୁଆରିରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇକୁ ଆହୁରି […]

ରାଜ୍ୟ

ଆଇନମନ୍ତ୍ରୀଙ୍କ ଜିଲ୍ଲାରେ ଆଇନକୁ ଜଳାଞ୍ଜଳି ଦିଆଯାଉଛି: ବିଜେପି

ରାୟଗଡ଼ା: ରାୟଗଡା ଜିଲ୍ଳା ଚନ୍ଦ୍ରପୁରସ୍ଥିତ ମା’ଗୃହର କର୍ମଚାରୀ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁ ଘଟଣାକୁ ସାତ ଦିନ ବିତିଲାଣି। ତଥାପି ପୁଲିସର ହାତ ଖାଲି ପଡିଛି।ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଅଣାଯାଉ ନ ଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟାକାଣ୍ଡ ହୋଇଥିବା ନେଇ ଏତଲା ଦିଆଯାଇଛି। ପୁଲିସ ତଦନ୍ତକୁ ତ୍ୱରାନ୍ନିତ ନ କରି ଚୁପ୍ ବସିଥିବା ବେଳେ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ […]

ରାଜ୍ୟ

ଜଡ଼ାତେଲରେ ରହିଛି ଭରପୁର ଔଷଧୀୟ ଗୁଣ; ଆଣ୍ଠୁଗଣ୍ଠି ବାତରୋଗକୁ କରିଥାଏ ଆରୋଗ୍ୟ

ଝରିଗାଁ (ରମେଶ ପଟ୍ଟନାୟକ): ଆମେ ବ୍ୟବହାର କରୁଥିବା ତୈଳ ମଧ୍ୟରୁ ଜଡ଼ାତେଲ ହେଉଛି ଅନ୍ୟତମ। ଏହି ତେଲକୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିବା ପାଇଁ ବହୁ ପରିଶ୍ରମ କରିବାକୁ ହୋଇଥାଏ। ଏହି ତେଲ ଯଦିଓ ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଏ ନାହିଁ। ତଥାପି ଆଣ୍ଠୁଗଣ୍ଠି ବାତରୋଗକୁ ଖୁବ କମ୍‌ ଦିନରେ ଭଲ କରିବାରେ ସହାୟକ ହୋଇଥାଏ। ପାରଂପରିକ ପଦ୍ଧତିରେ ପ୍ରସ୍ତୁତ ଜଡ଼ାତେଲ ବାତରୋଗକୁ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ଯେଉଁମାନେ ଏହାକୁ ପ୍ରସ୍ତୁତ କରନ୍ତି, ସେମାନଙ୍କୁ […]

ରାଜ୍ୟ

ପଦଚିହ୍ନ ୨୦୨୩: ଅର୍ଡର…ଅର୍ଡର…

କିଛି ଗୁରୁତ୍ବପୂର୍ଣ୍ଣ ମାମଲାରେ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ପରେ ଅନେକ ମାମଲାର ମୋଡ଼ ବଦଳି ଯାଇଛି। ୨୦୨୩ ବର୍ଷରେ କିଛି ଚର୍ଚ୍ଚିତ ମାମଲାର ଏଭଳି ଫଏସଲା ପାଇଁ ଓ଼ଡ଼ିଶା ହାଇକୋର୍ଟଙ୍କ ସ୍ବତନ୍ତ୍ରତା ବାରି ହୋଇପଡ଼ିଛି। ଏମିତିରେ ବି ଏହି ବର୍ଷ ଓଡ଼ିଶା ହାଇକୋର୍ଟ ୭୫ ବର୍ଷ ପୂରଣ କରିଛି। ସ୍ବୟଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ […]

ଦେଶ ବିଦେଶ

କାନ୍ଥ ଉପରେ ବାଘ ଦେଖିବାକୁ ଲୋକଙ୍କ ଭିଡ଼

ପିଲିଭିତ: ଉତ୍ତରପ୍ରଦେଶର ପିଲିଭିତ ସ୍ଥିତ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘ ରାତି ପ୍ରାୟ ୨ଟାବେଳେ ଆଟକୋନା ଗାଁକୁ ପ୍ରବେଶ କରିଥିଲା। ଏହା ଏକ ଗୁରୁଦ୍ୱାରାର ପାଚେରି ଉପରେ ଯାଇ ବସିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେବା ପରେ ସେମାନେ ଜାଲ ସାହାଯ୍ୟରେ ସୁରକ୍ଷା ବଳୟ ସୃଷ୍ଟି କରିଥିଲେ। ଏହାକୁ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଘଠାରୁ ମାତ୍ର କିଛି ମିଟର ଦୂରରେ ସ୍ଥାନୀୟ ଲୋକେ […]

ରାଜ୍ୟ

ଦିଲ୍ଲୀସ୍ଥିତ ଇସ୍ରାଏଲ୍‌ ଦୂତାବାସ ନିକଟରେ ବିସ୍ଫୋରଣ; ଭାରତରେ ଥିବା ନାଗରିକଙ୍କ ପ୍ରତି ସତର୍କ ସୂଚନା ଜାରି କଲା ଇସ୍ରାଏଲ୍‌

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟା ବେଳେ କଡ଼ା ସୁରକ୍ଷା ବଳୟରେ ଥିବା ଲୁଟିୟେଞ୍ଜ୍‌ ଜୋନ୍‌ ଅଞ୍ଚଳସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟରେ ସ୍ବଳ୍ପ ତୀବ୍ରତାସମ୍ପନ୍ନ ବିସ୍ଫୋରଣ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ବିସ୍ଫୋରଣ ସୂଚନା ପାଇବାକ୍ଷଣି ସନ୍ଧାନୀ କୁକୁର ସ୍କ୍ବାଡ୍‌, କ୍ରାଇମ୍‌ ଟିମ୍‌ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ଙ୍କୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅବିଳମ୍ବେ ଫୋରେନ୍‌ସିକ୍‌ ଲାବ୍ରଟରି ବିଶେଷଜ୍ଞମାନ‌େ ବି ସେଠାରେ ହାଜର ହୋଇଥିଲେ। ସମ୍ପୃକ୍ତ ଅଞ୍ଚଳ ତଲାସ କରିବା ବେ‌ଳେ ପୁଲିସ ଇସ୍ରାଲୀୟ ରାଷ୍ଟ୍ରଦୂତଙ୍କ ପ୍ରତି […]

ଦେଶ ବିଦେଶ

ମାଟି ଅପେକ୍ଷା ପାଣିରେ ରହିବା ଶସ୍ତା: ‘ବିଳାସମୟ ଜାହାଜ’ରେ ରହିବାକୁ ସର୍ବସ୍ବ ବିକିଦେଲେ ଦମ୍ପତି

ଟାଲାହାସି: ସ୍ଥଳଭାଗଠାରୁ ଜଳଭାଗରେ ରହିବା ଶସ୍ତା ବୋଲି କହି ଆମେରିକାର ଫ୍ଲୋରିଡା ପ୍ରଦେଶର ଏକ ଦମ୍ପତି ୩ ବର୍ଷ ହେବ ସମସ୍ତ ସମ୍ପତ୍ତି ବିକ୍ରୟ କରି ବିଳାସମୟ ଜାହାଜ ବା ‘କ୍ରୁଜ୍‌’ରେ ବାସ କରୁଥିବା କଥା ‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଜଳପଥରେ ବିଶ୍ବ ପରିକ୍ରମା କରିବା ଲାଗି ଜନ୍‌ ଓ ମେଲୋଡି ହେନିସି ନାମକ ସେ ଦମ୍ପତି ୨୦୨୦ରେ ଘରଦ୍ବାରା, ବ୍ୟବସାୟ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୟ କରି ଦେଇଛନ୍ତି। ଆମେରିକା ଭ୍ରମଣ […]

ରାଜ୍ୟ

ଅପରେସନ୍‌ ବେଳେ ରୋଗୀଙ୍କୁ ମୁଥ ମାରିଲେ ଡାକ୍ତର; ଭିଡିଓ ଭାଇରାଲ୍‌ ହେବାରୁ ହେଲେ ନିଲମ୍ବିତ

ବେଜିଙ୍ଗ୍‌: ଚୀନ୍‌ର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର ବେଳେ ଜଣେ ବୟୋବୃଦ୍ଧା ରୋଗୀଙ୍କୁ ମୁଥ ମାରିଥିବା ଘଟଣାରେ ଜଣେ ଡାକ୍ତରଙ୍କୁ ନିଲମ୍ବନ କରାଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ବିବିସି’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ୨୦୧୯ ମସିହାରେ ଚୀନ୍‌ର ଗୁଇଗାଙ୍ଗ୍‌ସ୍ଥିତ ଏକ ଡାକ୍ତରଖାନାରେ ଘଟିଥିଲା। ‘ସର୍ଭିଲେନ୍‌ସ୍‌ କ୍ୟାମେରା’ରେ ଉତ୍ତୋଳିତ ହୋଇଥିବା ଏ ସମସ୍ତ ଘଟଣାକୁ ଡାକ୍ତର ଏଇ ଫେନ୍‌ ଚୀନା ସାମଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ୱେଇବୋ’ରେ ସେୟାର୍‌ କରିବା ପରେ ସଂପ୍ରତି ତାହା ଭାଇରାଲ୍‌ ହୋଇଛି। […]

ରାଜ୍ୟ

ସାର କାରଖାନାରୁ ‘ଆମୋନିଆ ଗ୍ୟାସ୍‌’ ଲିକ୍‌; ଅସୁସ୍ଥ ହୋଇ ୧୨ଜଣ ଡାକ୍ତରଖାନାରେ ଭର୍ତ୍ତି

ଏନ୍ନୋର୍‌: ଗତରାତିରେ ତାମିଲ୍‌ନାଡୁର ଏନ୍ନୋର୍‌ସ୍ଥିତ ଏକ ଘରୋଇ ସାର କମ୍ପାନୀର କାରଖାନାରୁ ‘ଆମୋନିଆ’ ଗ୍ୟାସ୍‌ ଲିକ୍‌ ହେବାରୁ ଅସୁସ୍ଥ ହୋଇପଡ଼ିଥିବା ପ୍ରାୟ ୧୨ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି। ଘଟଣାଟି ସାର ଉତ୍ପାଦନକାରୀ କମ୍ପାନି ‘କରମଣ୍ଡଳ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍‌’ରେ ଘଟିଛି। ‘ଆମୋନିଆ’ ଗ୍ୟାସ୍‌କୁ ଉକ୍ତ କମ୍ପାନି କଞ୍ଚାମାଲ୍‌ ଭାବେ ବ୍ୟବହାର କରେ। ପାଇପ୍‌ରୁ ‘ଆମୋନିଆ’ ଗ୍ୟାସ୍‌ ଲିକ୍‌ ହେଉଥିବା ଖବର ରାତି ୧୨.୪୫ରେ କମ୍ପାନିରୁ ପାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପାଇପ୍‌ଲାଇନ୍‌ […]

ରାଜ୍ୟ

୨୮ବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ: ଚେନ୍ନାଇରେ ଶାଶୂ ହତ୍ୟା ପରେ ଫେରାର୍‌ ଥିଲା

ବ୍ରହ୍ମପୁର: ୨୮ବର୍ଷ ତଳେ ଚେନ୍ନାଇରେ ଶାଶୂଙ୍କୁ ହତ୍ୟା ମାମଲାର ଅଭିଯୁକ୍ତକୁ ଖୋଜି ଖୋଜି ତାମିଲାନାଡ଼ୁ ପୁଲିସ ବ୍ରହ୍ମପୁରରେ ପହଁଚିଥିଲା। ଗୋସାଇଁ ନୂଆଗାଁ ଥାନା ପୁଲିସ ସହଯୋଗରେ ଅଭିଯୁକ୍ତ ଜ୍ବାଇଁକୁ ବ୍ରହ୍ମପୁର ରେଳଷ୍ଟେସନ୍‌ରୁ ଗିରଫ କରିବାରେ ସକ୍ଷମ ହୋଇଥିବା ନେଇ ଆଜି ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ.ଏମ୍‌ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲା ହରିହର ପାଟ୍ଟଯୋଶୀ। ତାର ଡାକ୍ତରୀ ପରୀକ୍ଷା କରାଯିବା ପରେ କୋର୍ଟରେ ହାଜର କରାଯିବ। ପରେ ଚେନ୍ନାଇ ପୁଲିସ ତାକୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେବ […]