ଆଇସୋଲେସନରେ ରହିବେ ରେଭେନ୍ସା ହଷ୍ଟେଲ୍ ଛାତ୍ରଛାତ୍ରୀ, ପଜିଟିଭ ଚିହ୍ନଟ ପରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି
କଟକ ୨୫।୦୩ : ଡରାଉଛି କରୋନା । ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଓ ୨ଜଣ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ସ୍ଥିତି ନେଇ ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ୨ସପ୍ତାହ ପାଇଁ ବିଶ୍ୱ ବିଦ୍ୟାଳୟ ବନ୍ଦ କରିବାକୁ କିଛି ନିଷ୍ପତ୍ତି ନିଆଯିବାର ସୂଚନା ରହିଛି । […]