ଗୋଟିଏ ଓଭରରେ ୬ ଛକା: ପେରେରା ପ୍ରଥମ ସିଂହଳୀ ବ୍ୟାଟ୍ସମ୍ୟାନ୍
କଲମ୍ବୋ: ଅଲ୍ରାଉଣ୍ଡର ଥିସାରା ପେରେରା କୌଣସି ବି ପେସାଦାର କ୍ରିକେଟ୍ ଫର୍ମାଟ୍ରେ ପ୍ରଥମ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ଓଭରରେ ୬ ଛକା ମାରିବାର କୀର୍ତ୍ତିମାନ ରଚିଛନ୍ତି। ରବିବାର ଶ୍ରୀଲଙ୍କାର ମେଜର କ୍ଲବ୍ ପ୍ରତିଯୋଗିତାରେ ସେ ଏହି ସଫଳତା ହାତେଇଛନ୍ତି। ଶ୍ରୀଲଙ୍କା ଆର୍ମି ସ୍ପୋର୍ଟସ କ୍ଲବ୍ର ନେତୃତ୍ବ ନେଇଥିବା ପେରେରା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୧୩ ବଲ୍ରୁ ଅପରାଜିତ ୫୨ ରନ୍ କରିଥିଲେ। ଏହା ମଧ୍ୟ ଲିଷ୍ଟ-ଏ କ୍ରିକେଟ୍ରେ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। […]