ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରରେ ମାର୍ଚ୍ଚରେ ୬ ଲକ୍ଷ ସଂକ୍ରମଣ ଦ୍ବିତୀୟ ଲକ୍‌ଡାଉନ୍‌ ପାଇଁ ପରାମର୍ଶ ମାଗିଲେ ମୁଖ୍ୟମନ୍ତ୍ରୀ ଏନ୍‌ସିପି, ବିଜେପିର ତୀବ୍ର ବିରୋଧ

ମୁମ୍ବାଇ: ମାର୍ଚ୍ଚ ମାସ ମହାରାଷ୍ଟ୍ର ପାଇଁ ମହାମାରୀର ସବୁଠୁ ବିପଜ୍ଜନକ । ଏହି ମାସରେ ସଂକ୍ରମଣ ପ୍ରାୟ ୬ ଲକ୍ଷ ଛୁଇଁବାକୁ ଯାଉଛି। ୨୯ ତାରିଖ ସୁଦ୍ଧା ୫,୯୦,୪୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଗତ ବର୍ଷ ସେପ୍ଟେମ୍ବରରେ ଏହି ରାଜ୍ୟରେ ସଂକ୍ରମଣ ୫,୯୩,୧୯୨ ଥିଲା। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ସଂକ୍ରମଣ ମାମଲା ବହୁତ କମ୍‌ ଥିଲା। କିନ୍ତୁ ମାର୍ଚ୍ଚ ସଂକ୍ରମଣ ଗତ ୪ ମାସର ସଂକ୍ରମଣକୁ ଟପିଯାଇଛି। ନଭେମ୍ବର ୨୦୨୦ରୁ ଫେବ୍ରୁଆରି ୨୦୨୧ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ଦେଶରେ ୫୩,୪୮୦ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତି ଖରାପରୁ ଆହୁରି ଖରାପ ଆଡ଼କୁ ଯାଉଛି ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୪୮୦ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୩,୪୮୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୫୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀ ସଫ୍‌ଦର୍‌ଗଞ୍ଜ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୬୦ ରୋଗୀ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ବୁଧବାର ସକାଳେ ନୂଆଦିଲ୍ଲୀର ସଫ୍‌ଦର୍‌ଗଞ୍ଜ ହସ୍ପିଟାଲ୍‌ର ‘ଆଇସିୟୁରେ’ ନିଆଁ ଲାଗିବା ଯୋଗୁଁ ପ୍ରାୟ ୬୦ଜଣ ରୋଗୀଙ୍କୁ ଅନ୍ୟ ଓ୍ଵାର୍ଡମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନାହାନ୍ତି ଏବଂ କିଛି ସମୟ ପରେ ନିଆଁ ଲିଭାଇ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ସଫ୍‌ଦର୍‌ଗଞ୍ଜ ହସ୍ପିଟାଲ୍‌ର ତିନି ମହଲାବିଶିଷ୍ଟ ବ୍ଲକ୍‌ର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ସକାଳ ପ୍ରାୟ ୬.୩୫ରେ ଏ ସଂକ୍ରାନ୍ତରେ ଦମକଳ ବିଭାଗ ଫୋନ୍‌ ପାଇଥିଲା। ତୁରନ୍ତ ଘଟଣାସ୍ଥଳକୁ ୯ଟି ଦମକଳ ପଠାଯାଇଥିଲା। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବାଣୀବିହାରରେ ଚାଲିଛି କରୋନା ପରୀକ୍ଷା

ଭୁବନେଶ୍ଵର: ଏପ୍ରିଲ ୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବା ପାଇଁ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଭେଙ୍କେୟା ନାଇଡୁଙ୍କ ଗସ୍ତକୁ ନଜରରେ ରଖି କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି । ସମାବର୍ତ୍ତନ ଉତ୍ସବରେ ମଂଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । ସକାଳୁ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏପ୍ରିଲ ୫ରୁ ନିମ୍ନ ଅଦାଲତ ସକାଳୁଆ

କଟକ: ଏପ୍ରିଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ) ସକାଳୁଆ ହେବ। ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରେ କୋର୍ଟ ବସିବେ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏପରି ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ କିନ୍ତୁ ଏପରି […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଥଇଥାନ କେନ୍ଦ୍ର ପାଲଟିଛି ଉଚ୍ଚଶିକ୍ଷା ପରିଷଦ, ପରିଷଦ ସଦସ୍ୟ ଭାବେ ଦୁଇ ପ୍ରଫେସର୍‌ ମନୋନୀତ ଅବସର ପୂର୍ବରୁ ୩ ଅଧ୍ୟାପକଙ୍କୁ ପରାମର୍ଶଦାତା ନିଯୁକ୍ତି

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏବେ ଥଇଥାନ କେନ୍ଦ୍ର ପାଲଟିଛି। ଅବସର ପରେ ପ୍ରଫେସର ଓ ଅଧ୍ୟାପକମାନଙ୍କୁ ଏଠାରେ ଥଇଥାନ କରାଯାଉଛି। ଏମିତିକି ବିଭାଗ ଅଧୀନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କୁ ମୋଟା ଅଙ୍କର ଦରମା ଦେଇ ଏଠାରେ ନିଯୁକ୍ତି ଦିଆଯାଉଛି। ନା ଏଥିପାଇଁ କୌଣସି ବିଜ୍ଞାପନ ବାହାରୁଛି, ନା କୌଣସି ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ମିଳୁଛି? ଅବସର ଗ୍ରହଣ କରିବା ପୂର୍ବରୁ ବି କେତେଜଣଙ୍କୁ ନିଯୁକ୍ତି […]

କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଟକ ହିଁ ମଣିଷକୁ ପ୍ରସଂଗ ସହ ଯୋଡ଼େ: ସୌମ୍ୟ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ବରଗଡ଼: ସର୍ବସମ୍ମୁଖରେ ପ୍ରତିଭାବାନଙ୍କୁ ସମାଜରେ ଉପସ୍ଥାପନ କରିବା ନାଗରିକର ଏକ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ । ସରକାରୀ ବ୍ୟବସ୍ଥାରେ ଇତିହାସ କିମ୍ବା ପ୍ରତିଭାର ଠିକ୍‌ ମୂଲ୍ୟାୟନ ହୁଏ ନାହିଁ। ପ୍ରତିଭାବାନ ବ୍ୟକ୍ତିଙ୍କ ସ୍ମୃତିରେ କିଛି କାର୍ଯ୍ୟକ୍ରମ କରି ତାଙ୍କୁ ସମ୍ମାନ ଦେବାକୁ ପଡ଼ିବ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ପରିସରରେ ଆୟୋଜିତ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆନ୍ଦୋଳନରୁ ଓହରିଲେ ବୋଷ୍ ଛାତ୍ରଛାତ୍ରୀ, କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଦେଲେ ପରୀକ୍ଷା

କଟକ ୩୧।୩: କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଆନ୍ଦୋଳନରୁ ଓହରିବା ପରେ ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଶିକ୍ଷାବର୍ଷ ବିଳମ୍ବ ହୋଇସାରିଥିବାରୁ ଆଉ ପରୀକ୍ଷା ଘୁଞ୍ଚାଇବା ପିଲାଙ୍କ କ୍ୟାରିୟର ପାଇଁ କ୍ଷତିକାରକ ହେବ ବୋଲି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହାପରେ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହୋଇଥିଲେ। ଅନ୍ୟପଟେ କୋଭିଡ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିମାନବନ୍ଦରରେ କୋଭିଡ୍ ନିୟମ ଢିଲା, ତାଗିଦ କଲା DGCA

ଭୁବନେଶ୍ବର ୩୧।୩: ବିମାନବନ୍ଦରରେ କୋଭିଡ଼ ନିୟମ ଠିକ୍ ପାଳନ ହେଉନଥିବା ପରିଲକ୍ଷିତ କରିଛି DGCA। ଯାହାକୁ ନେଇ DGCA ଅସନ୍ତୋଷ ପ୍ରକାଶ କରିଛି। କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ DGCA ତାଗିଦ କରିଛି । ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ପଦକ୍ଷେପ ନେବା ସହ ଅମାନିଆଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସହଯୋଗରେ ଫାଇନ୍ ଆଦାୟ କରିବାକୁ ବି ନିର୍ଦ୍ଦେଶ […]

କଳା ଓ ସଂସ୍କୃତି ଧର୍ମ

ଭଗବାନ ଶିବଙ୍କ ତପସ୍ୟା କରି ମହାନ ବରଦାନ ପାଇଥିଲେ ଶନିଦେବ: ହୋଇଥିଲେ ନ୍ୟାୟାଧୀଶ ଓ ଦଣ୍ଡାଧିକାରୀ

ଭୁବନେଶ୍ୱର ୩୦/୦୩ : ହିନ୍ଦୁ ଧର୍ମରେ ଶନିଦେବଙ୍କୁ ସୂର୍ଯ୍ୟ ତଥା କର୍ମଫଳ ଦାତା ବୋଲି କୁହାଯାଏ। ଶନିଦେବଙ୍କୁ ନ୍ୟାୟମୂର୍ତ୍ତି ମଧ୍ୟ କୁହାଯାଏ। ଶନିଦେବଙ୍କ ସମ୍ପର୍କରେ ଲୋକଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ସେଥିପାଇଁ ଅନେକ ଲୋକ ଶନିଦେବଙ୍କୁ ମାରକ, ଅଶୁଭ ଏବଂ ଦୁଃଖର କାରକ ବୋଲି କହିଥାନ୍ତି। କଶ୍ୟପ ଗୋତ୍ରୀୟ ଶନିଦେବଙ୍କ ମାତା ସୂର୍ଯ୍ୟ ପତ୍ନୀ ଛାୟା। ପୌରାଣିକ କଥା ଅନୁସାରେ ଶନିଦେବଙ୍କ ଜନ୍ମସ୍ଥାନ ମହାରାଷ୍ଟ୍ରର ସିଙ୍ଗାଣାପୁରରେ। ମହର୍ଷି କଶ୍ୟପ ଶନି ସ୍ତୋତ୍ରର ଏକ ମନ୍ତ୍ରରେ […]