ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ସବୁ ଖାଦ୍ୟ ଦୈନିକ ଖାଆନ୍ତୁ ନାହିଁ, ଅନେକ ଅସୁବିଧାର ହୋଇପାରନ୍ତି ସମ୍ମୁଖୀନ

ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି’ର ଖୁବ୍ ଆବଶ୍ୟକତା ରହିଛି। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ସେହି ସବୁ ଖାଦ୍ୟ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି। ନମ୍କିନ୍ (ଖଟାମିଠା), ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ଅଧିକ ଥାଏ। ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ରାଶୟରୁ ବାହାରକୁ ପଳାଇ ଯାଇଥାଏ, ଯାହା ଦ୍ୱାରା ହାଡ଼ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ କାମର ପ୍ରଶଂସା ହେବ। ଜନ ସଂପର୍କ ବଢ଼ିବ। ନୂଆ ଜିନିଷ କିଣି ପାରନ୍ତି। ଘରେ କୌଣସି ଉତ୍ସବ ପାଇଁ ବାତାବରଣ ଆନନ୍ଦମୟ ରହିବ। ବୃଷ: ଭାଗ୍ୟର ଦ୍ବାର ଖୋଲିପାରେ। ସବୁ କାମରେ ସଫଳତା ହାସଲ କରିବେ। ନୂଆ ବାହନ କିଣିବା ଲାଗି ବିଚାର କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ତିଆରି କରିବେ। ସନ୍ତାନ ପକ୍ଷରୁ ଭଲ ଖବର […]

ଦେଶ ବିଦେଶ ମନୋରଞ୍ଜନ

‘କିଏ ତୁମକୁ ବିବାହ କରିବ?’ କରିସ୍ମା ତନ୍ନା ସେୟାର କଲେ ମଧ୍ୟବିତ୍ତ ପରିବାରରେ ଝିଅ ହେବାର ଦୁଃଖ

ମୁମ୍ବାଇ ୩୧/୦୩: ମଧ୍ୟବିତ୍ତ ପରିବାରର ଝିଅମାନଙ୍କୁ ସମାଜର ଚିନ୍ତାଧାରା ସହିତ ସାଧାରଣ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେମାନଙ୍କୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଅନେକ କିଛି ସହିବାକୁ ପଡିଥାଏ । କେତେ କଥା ମଧ୍ୟ ଶୁଣିବାକୁ ପଡିଥାଏ । ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ସହ ମଧ୍ୟ ଏମିତି କିଛି ଘଟିଥିଲା । ଟିଭି ଦୁନିଆରେ ନାମ ଅର୍ଜନ କରିଥିବା କରିସ୍ମାଙ୍କୁ ଏ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସମ୍ପର୍କୀୟ ମାନଙ୍କର ଅନେକ କଥା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରେରଣାଦାୟୀ ଖୁସି: ଭବିଷ୍ୟତ ପାଇଁ ମେଧାବୀ ବିକୁଛନ୍ତି ଚା’

ଆହ୍ଲାବାଦ ୩୧/୦୩: ଜୀବନରେ ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଥାଏ । କିଛି ଲୋକ ଏହା ସହିତ ଲଢିଥାନ୍ତି, ଆଉ କିଛି ନିରାଶ ହୋଇ ନିଜର ପୁରା ଜୀବନ ବିତାଇ ଦେଇଥାନ୍ତି । ପ୍ରାୟ ସମସ୍ତଙ୍କ ପାଖରେ ଅର୍ଥର କୌଣସି ନା କୌଣସି ସମସ୍ୟା ରହିଥାଏ । ଯାହାଫଳରେ , ବେଳେବେଳେ ମଣିଷକୁ ନିଜ ପାଇଁ ଏବଂ ନିଜର ପରିବାର ପାଇଁ ଅନେକ ଥର ବଳିଦାନ ଦେବାକୁ ପଡିଥାଏ, ଯାହାକୁ ସେ କେବେ ସ୍ୱପ୍ନରେ ବି […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା ଓ ପତ୍ନୀଙ୍କୁ କରୋନା: ଟେଷ୍ଟ ପରେ ସଙ୍ଗରୋଧରେ ରହିଲେ

ନୂଆଦିଲ୍ଲୀ ୩୧/୩ : କରୋନା କବଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସେଲୁଲାର ପାର୍ଟି ମୁଖ୍ୟ ଏଚ୍.ଡି ଦେବେଗୌଡା ଓ ତାଙ୍କ ପତ୍ନୀ । ପଜିଟିଭ ଚିହ୍ନଟ ପରେ ଉଭୟ ସଂଗରୋଧରେ ରହିଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୮୭ ବର୍ଷୀୟା ଦେବେଗୈାଡା ଟ୍ୱିଟ୍ କରି କହିଛନ୍ତି ମୁଁ ଏବଂ ମୋ ପତ୍ନୀଙ୍କଠାରେ କରୋନା ଲକ୍ଷଣ ଦେଖେଦେବାରୁ ଆମେ ପରୀକ୍ଷା କରାଇଥିଲୁ । ଏବେ ଆମ ପରିବାରର ଅନ୍ୟ ସଦସ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି । ତେବେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଜନ ହ୍ରାସ କଲା ଭଳି ବିଲେଇ ଦେଖନ୍ତୁ କେମିତି କରୁଛି ବ୍ୟାୟାମ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଛୋଟପିଲାମାନଙ୍କ ଅନେକ ମଜାଳିଆ ଭିଡିଓ ପୋଷ୍ଟ ହୋଇଥାଏ। ଯାହାକୁ ଦେଖିବା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ପସନ୍ଦ ବି କରିଥାଆନ୍ତି। ନିକଟରେ ଏକ ବିଲେଇର କୌତୁକିଆ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ଦେଖି ଆପଣ ବି ହସିହସି ବେଦମ ହୋଇଯିବେ। ଟୁଇଟରରେ ଏକ ବିଲେଇ ନିଜର ଫିଟନେସ ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ସେ ଏକ କାର ପଛପଟେ ଶୋଇପଡ଼ିଛି। ଆଉ କାର ପଛକୁ ଗୋଡ଼ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଏହି ଲୋକପ୍ରିୟ ଗାୟକଙ୍କ ଜୀବନ

ନୂଆଦିଲ୍ଲୀ: ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲ୍‌ଜାନ୍‌ଙ୍କର ଦେହାନ୍ତ ଘଟିଛି। ଖବର ଅନୁଯାୟୀ ଦିଲ୍‌ଜାନ୍‌ ଅମୃତସରରୁ କର୍ତ୍ତାରପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କ କାର୍‌ଟି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ହିଁ ଦିଲ୍‌ଜାନ୍‌ଙ୍କର ମୃତ୍ୟୁ ଘଟିଥିଲା। ସେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ବେସରକାରୀ ହସ୍ପିଟାଲ୍‌କୁ ନିିଆ ଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପରେ […]

ଖେଳ ଦେଶ ବିଦେଶ

ଓଡ଼ିଶା ଅସିଚାଳନାରେ ଇତିହାସ ରଚିଲେ ସତୀଶ

ଭୁବନେଶ୍ବର: ଓଡ଼ିଶା ଅସିଚାଳନା ଇତିହାସରେ ୨୦୨୧ ମସିହା ନୂଆ ଫର୍ଦ ଯୋଡ଼ିବାରେ ଲାଗିଛି। ଗତ ସପ୍ତାହରେ କଟକରେ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି। କିନ୍ତୁ ଏହାର ପୂର୍ବ ସପ୍ତାହରେ ଓଡ଼ିଶା ପ୍ରଥମ ଥର ପାଇଁ ଜାତୀୟ ପଦକ ଜିତି ନୂଆ ଗୌରବ ଆଣିଛି। ଅନ୍ତର୍ଜାତୀୟ ଅସିଚାଳକ ସତୀଶ ଗଡ଼ନାୟକ ପ୍ରଥମ ଥର ପାଇଁ ଓଡ଼ିଶାର ପ୍ରତିନିଧିତ୍ବ କରିବା ସହ ରୌପ୍ୟ ପଦକ ଜିତିଛନ୍ତି। ମାର୍ଚ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର […]

ଖେଳ ଦେଶ ବିଦେଶ

କୋହଲି-ରୋହିତ ସଂପର୍କ ସୁଧୁରିବା ପଛରେ ଶାସ୍ତ୍ରୀ

ମୁମ୍ବାଇ: କରୋନା ମହାମାରୀର ଭୟାବହତା ଭିତରେ ଖେଳାଯାଉଥିବା ପ୍ରତିଟି ଶୃଙ୍ଖଳା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ସଙ୍ଗରୋଧରେ ରହି ବାରମ୍ବାର ସଂକ୍ରମଣ ରହିତ ଥିବାର ପ୍ରମାଣ ଦେବାକୁ ପଡ଼ୁଛି। ତା’ସହ ବନ୍ଧୁ, ପରିବାର; ଏପରିକି ସାଥୀ ଖେଳାଳିଙ୍କଠାରୁ ଅଲଗା ରହି ଜୈବ ବଳୟ ଭିତରେ ଜୀବନ ବିତାଇବାକୁ ପଡ଼ୁଛି। ଏସବୁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତି ଭିତରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଯେଉଁ କିଛି ସକାରାତ୍ମକ ଘଟଣା ଘଟିଛି, ତା ଭିତରେ ଦଳର […]

ଖେଳ ଦେଶ ବିଦେଶ ରାଜ୍ୟ

କଟକ କ୍ରୀଡ଼ା ଇତିହାସ-ପରମ୍ପରା; ଆଉ ଆୟୋଜନ ହେଉନି ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

କଟକ: ରାଜ୍ୟରେ ଫୁଟବଲର ବିକାଶ କରିବା ପାଇଁ ତୃଣମୂଳସ୍ତରରୁ ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର। କଟକ କ୍ରୀଡ଼ାର ରାଜଧାନୀ ହୋଇଥିବାରୁ ଏହାର ଗଳିକନ୍ଦିରେ ଖେଳାଳି ଭର୍ତ୍ତି ହୋଇ ରହିଛନ୍ତି। କିନ୍ତୁ କ୍ରିକେଟ୍‌ର ଲୋକପ୍ରିୟତା ମଧ୍ୟରେ ଫୁଟବଲ ଭଳି ଏକ ଉତ୍କଣ୍ଠାପୂର୍ଣ୍ଣ ଖେଳର ପରିଚୟ ହ୍ରାସ ହେବାରେ ଲାଗିଛି। ଯଦିଓ କିଛି କ୍ରୀଡ଼ା ସ˚ଗଠକ ଓ କ୍ଲବ୍‌ରେ ଫୁଟବଲ୍‌କୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଉପରସ୍ତରରେ ସେଭଳି ଉଦ୍ୟମ ହେଉନଥିବା କୁହାଯାଉଛି। […]