ରାଜ୍ୟ

ଶିଶୁପାଳଗଡ଼ ବିରୋଧରେ ବଡ଼ ଷଡ଼ଯନ୍ତ୍ର: ଦୁର୍ଗପତନ

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ହେଲେ ପ୍ରାଚୀନ ଐତିହ୍ୟ କଳିଙ୍ଗ ରାଜ୍ୟର ରାଜଧାନୀ କଳିଙ୍ଗ ନଗରୀ ବା ‘ଜଳଦୁର୍ଗ’ ନାମରେ ପରିଚିତ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗକୁ କୌଣସି ଯୋଜନା ଛୁଇଁପାରୁନାହିଁ କାହିଁକି? ରାଜଧାନୀ ଉପକଣ୍ଠରେ ଅସ୍ତିତ୍ବ ହରାଉଥିବା ଏହି ପୁରାତନ ଐତିହ୍ୟ ସୁରକ୍ଷା ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନଙ୍କର ଆନ୍ତରିକତା ନଥିବା ବାରି […]

ରାଜ୍ୟ

ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1741655250535366805&lang=en&origin=https%3A%2F%2Fsambad.in%2Fstate%2Fchief-minister-wishes-happy-new-year-1108488%2F&sessionId=589f9ab2c99c736ff40ec5efe44700ce6c41de94&theme=light&widgetsVersion=2615f7e52b7e0%3A1702314776716&width=550px ଏଣେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଯୋଗେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଆପଣ […]

ରାଜ୍ୟ

ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍: ଜଣେ ମୃତ, ୩ ଗୁରୁତର

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସ ରାସ୍ତାର ଚିଲିକା ଢ଼ାବା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋରରୁ ଛିଡ଼ା ହୋଇଥିବା ଏକ ଟ୍ରକର ପଛପଟେ ଆଉ ଏକ ଟ୍ରକ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ମୃତକ ପଛଟ୍ରକର ଚାଳକ ବୋଲି ଜଣାଯାଇଚି। ଗୁରୁତରମାନଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଡ଼କୂଳରେ ଲହି  ସଡ଼କ ଦୁର୍ଘଟଣା ଘଟିଛି। ସ୍ଥାନୀୟ […]

ରାଜ୍ୟ

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର: କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ ୨୦୨୦ ସେପ୍ଟେମ୍ବର ୧ ତାରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ ନଭେମ୍ବର ପହିଲା କଳାହାଣ୍ଡି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ […]

ରାଜ୍ୟ

ଗତ ୨୪ ଘଣ୍ଟା ଭିତରେ ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ: ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ପୁଣି ନୂଆ ୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୮ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଫଳରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି, ଗତକାଲି ୬୯୦ ଟେଷ୍ଟ ହୋଇଛି, ସେଥିରୁ ୩୭୮ ହେଉଛି ଆରଟିପିସିଆର। ସେଥିରୁ ୩ଜଣ ପଜିଟିଭି ଚି଼ହ୍ନଟ […]

ରାଜ୍ୟ

କୋଭିଡ୍‌ର ଏକ୍ସବିବି୧.୫ ପ୍ରଜାତି ପାଇଁ ‘ବାୟୋଲୋଜିକାଲ-ଇ’ ଟିକା

ଭୁବନେଶ୍ବର: ସାର୍ସ-କୋଭ-୨ ର ଏକ୍ସବିବି୧.୫ ପ୍ରଜାତିର ମୁକାବିଲା ପାଇଁ ଟିକା ପ୍ରସ୍ତୁତ କରୁଛି ହାଇଦ୍ରାବାଦସ୍ଥିତ ‘ବାୟୋ‌ଲୋଜିକାଲ ଇ(ବିଇ)’। କେନ୍ଦ୍ରୀୟ ନିୟାମକଙ୍କ ଅନୁମୋଦନ ମିଳିବା ପରେ ଖୁବଶୀଘ୍ର ଏହାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହେବ ବୋଲି କୁହାଯାଇଛି। ଓମିକ୍ରମ୍‌ର ଉପ-ପ୍ରଜାତି ହେଉଛି ଏକ୍ସବିବି୧.୫। ଗତ ୨ବର୍ଷ ଧରି କୋଭିଡ୍‌ର ପ୍ରଜାତି ଓମିକ୍ରନ୍‌ ଓ ଏହାର ଅନେକ ଉପ-ପ୍ରଜାତି ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏସବୁର ମୁକାବିଲା ପାଇଁ ଯେଉଁ ଟିକା ପ୍ରସ୍ତୁତ କରାଯାଇଛି ତାହା ଚୀନ୍‌ର ଉହାନରୁ ବାହାରିଥିବା‌ କୋଭିଡ୍‌ର […]

ରାଜ୍ୟ

ଶୁଖିଗଲାଣି ରିଷିଆ ଡ୍ୟାମ୍‌: ପିଲା ଖେଳୁଛନ୍ତି କ୍ରିକେଟ୍‌, ପୁନରୁଦ୍ଧାର ଯୋଜନା ନାହିଁ

ନୀଳଗିରି: ପର୍ଯ୍ୟଟନ ସ୍ଥଳ ଘୋଷିତ ହୋଇ ନଥିଲେ ମଧ୍ୟ ନୀଳଗିରି ଉପଖଣ୍ଡରେ ଥିବା ରିଷିଆ ଡ୍ୟାମ୍ ଓ ଏହାର ବିସ୍ତୀର୍ଣ୍ଣ ଜଳାଶୟରେ ଭଳିକି ଭଳି ବିଦେଶୀ ପକ୍ଷୀ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସନ୍ତି ପର୍ଯ୍ୟଟକ। ବିଶେଷ କରି ଶୀତଋତୁରେ ଏଠାରେ ପର୍ଯ୍ୟଟକମାନଙ୍କର ବେଶ୍‌ ଭିଡ଼ ଜମିଥାଏ। ହେଲେ ଡିସେମ୍ବର ମାସରୁ ଏହି ବିଶାଳ ଡ୍ୟାମ୍‌ରୁ ପାଣି ଶୁଖିଗଲାଣି। ବଣପାହାଡ଼, ଝରଣାର ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଯାଉଥିବା ପର୍ଯ୍ୟଟକ ସେଠାରୁ ନିରାଶ […]

ରାଜ୍ୟ

ନୂଆବର୍ଷ ପୂର୍ବରୁ ଏନ୍‌କାଉଣ୍ଟର: ରାଜଧାନୀରେ ରଘୁଆକୁ ଗୁଳି, ସତ୍ୟବାଦୀରେ ଦୁର୍ଦ୍ଦାନ୍ତ କାଳୁ ଗୁରୁତର

ଭୁବନେଶ୍ବର: ନୂଆବର୍ଷ ପାଇଁ ରାଜଧାନୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପ୍ରସ୍ତୁତ ହେଉଥିବା କମିସନରେଟ୍‌ ପୁଲିସ ଗତକାଲି ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳି କରିଛି। ରାତି ପ୍ରାୟ ୩ଟା ବେଳେ ହଂସପାଳ-ବରିମୁଣ୍ଡ ରାସ୍ତାରେ ବାଲିଯାତ୍ରା ପଡ଼ିଆ ନିକଟରେ ପୁଲିସ ଗୁଳିମାଡ଼ରେ କୁଖ୍ୟାତ ରଘୁଆ ବିଶ୍ବାଳ(୨୪) ଆହତ ହୋଇଛି। ତା’ ନିକଟରୁ ପୁଲିସ ଏକ ୭.୬୫ ମିମି ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି। ସାଲିଆସାହିରେ ରହି ରାଜଧାନୀରେ ଅପରାଧ ଚଳାଇଥିବା ବାଲେଶ୍ବର ସୋର ଅଞ୍ଚଳର […]

ରାଜ୍ୟ

ମନରେଗାରେ ମହାଦୁର୍ନୀତି: ଖାଇଗଲେ ୧.୨୩ କୋଟି!

ବାରିପଦା: ବର୍ଷକୁ ଅତି କମରେ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନା (ମନରେଗା)। ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭରୁ ଝୁଣ୍ଟି ହେଉଛି। ଜିଲ୍ଲାରେ ମୋଟ୍ ୩ ଲକ୍ଷ ୩୨ ହଜାର ଜବ୍‌କାର୍ଡଧାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ଜବକାର୍ଡଧାରୀ ନିୟମିତ କାମ କରୁଛନ୍ତି। ବାକି ୧ ଲକ୍ଷ ୫୪ ହଜାର ଜବକାର୍ଡଧାରୀ କାମ କରୁ ନାହାନ୍ତି। କାମ […]

ରାଜ୍ୟ

ପଦଚିହ୍ନ ୨୦୨୩: ମହିଳାଙ୍କ ସ୍ବର ପାଲଟୁଛିି ଓଡ଼ିଶା, ଆମେ ଆଗରେ…

ବାଚସ୍ପତି ଚୌକି… ପ୍ରଶାସନ…ମିସନ ଶକ୍ତି ଆନ୍ଦୋଳନ…ବିରୋଧୀଙ୍କ ସ୍ବର, ବିଜ୍ଞାନ, ଖେଳ…। ଏମିତି ତାଲିକା ଦେଉଥିଲେ ଲମ୍ବି ଚାଲିବ। ‘ପୁରୁଷଙ୍କ ସହ ମହିଳାଙ୍କୁ ସମାନ ଅଧିକାର’ ଏବେ ଆଉ ପ୍ରସଙ୍ଗ ହୋଇ ରହିିନାହିଁ। ବରଂ ଏସବୁ କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ଆଗକୁ ଯାଇଛନ୍ତି। ଢେର୍‌ ଆଗକୁ। ପ୍ରତିଦିନ ପ୍ରତି କ୍ଷେତ୍ରରେ ନୂଆ ନୂଆ ଉଦାହରଣ ସୃଷ୍ଟି କରୁଛନ୍ତି ଓଡ଼ିଆ ଝିଅ, ବୋହୂ। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ୨୦୨୩ ଓଡ଼ିଶାରେ ମହିଳା ସଶକ୍ତୀକରଣର ବର୍ଷ କହିଲେ ଅତ୍ୟୁକ୍ତି […]