କୁମ୍ଭମେଳାରେ କରୋନା ବିସ୍ଫୋରଣ, ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ମେଳାରେ କଡ଼ାକଡ଼ି ହେଲା କୋଭିଡ୍ ଗାଇଡ୍ଲାଇନ୍
ଡେରାଡୁନ୍ ଦିଲ୍ଲୀରେ ଗତବର୍ଷ ତବ୍ଲିଗି ଜମାତ ସମ୍ମିଳନୀ ପରେ ଦେଶରେ ଅଚାନକ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ସମ୍ମିଳନୀକୁ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଇଥିଲା। ଏବେ କୁମ୍ଭମେଳାକୁ ନେଇ ମଧ୍ୟ ଏଭଳି ଆଶଙ୍କା ଦେଖାଦେଇଛି। ହରିଦ୍ବାରରେ ଚାଲିଥିବା କୁମ୍ଭମେଳାରେ କରୋନାର ବିସ୍ଫୋରକ ରୂପ ଦେଖିବାକୁ ମିଳିଛି। ଗତ ୫ ଦିନରେ ଏଠାରେ ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ […]