ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ମହାମାରୀକୁ ସବୁଠାରୁ ବଡ ଶିକ୍ଷା କହିଲେ ସୋନୁ ସୁଦ୍: ଟ୍ୱିଟ୍‌ରେ କହିଲେ-ଦେଶ ବଞ୍ଚାଇବାକୁ ହେଲେ…

ମୁମ୍ବାଇ ୧୫/୦୪ : ଦେଶରେ କରୋନା ସଂକ୍ରମଣ ମାମଲା ନିଆଁ ଭଳି ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ମାମଲା ଲକ୍ଷେ, ଦେଢ଼ ଲକ୍ଷ ଟପିଗଲାଣି। ବୃଦ୍ଧି ପାଉଥିବା ମାମଲା ଯୋଗୁଁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କରାଯାଇଛି। ଇତି ମଧ୍ୟରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଏକ ଟ୍ୱିଟ୍ ଶୋଷିଲା ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ମହାମାରୀ ସମ୍ପର୍କରେ ଏକ ବଡ ଶିକ୍ଷା ସମ୍ପର୍କରେ କହିଛନ୍ତି। ନିଜ ଟ୍ୱିଟରେ ସେ କହିଛନ୍ତି ଯେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଅଫଲାଇନ୍ ନୁହେଁ, ଅନଲାଇନରେ ହେଉ ପରୀକ୍ଷା ; ଏପରି ଦାବି ନେଇ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର/କଟକ ୧୫।୦୪ : ଅଫଲାଇନ୍ ନୁହେଁ, ଅନଲାଇନରେ ପରୀକ୍ଷା କରିବାକୁ ଦାବି । ଏପରି କିଛି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଓ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାୟରେ ସ୍ଥିତି ଚିନ୍ତାଜନକ ହୋଇଛି । ଯାହାକୁ ଦେଖି ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ବ୍ୟସ୍ତ ହୋଇପଡିଛନ୍ତି । ରାଜଧାନୀ ସମେତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ଲକ୍‌ଡାଉନ୍‌ ହେଲେ ସ୍ଥିତି ଅସମ୍ଭାଳ: ସପ୍ତାହକୁ ୯,୨୫୦ କୋଟି କ୍ଷତି ହେବ ଅଭିବୃଦ୍ଧି ଆହୁରି କମିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରାଯାଉଛି। ପୂର୍ବ ଥର ଭଳି ଏଥର ମଧ୍ୟ ଜାତୀୟ ସ୍ତରୀୟ ଲକ୍‌ଡାଉନ୍ ଘୋଷଣା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅବଶ୍ୟ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଲକ୍‌ଡାଉନ୍ ହେବ ନାହିଁ। କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସରକାରଙ୍କ ପାଖରେ ଏହା ଛଡ଼ା ଅନ୍ୟ କୌଣସି […]

ଖେଳ ଦେଶ ବିଦେଶ ରାଜ୍ୟ

ଆଇପିଏଲ୍ ମହାସଂଗ୍ରାମ : ଆଜି ରାଜସ୍ଥାନ-ଦିଲ୍ଲୀ ମୁହାଁମୁହିଁ, ପନ୍ତ୍‌ଙ୍କୁ ଟକ୍କର ଦେବେ ସଞ୍ଜୁ

ମୁମ୍ବାଇ : ଆଇପିଏଲ୍‌ର ସପ୍ତମ ଦିବସରେ ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ। ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃତ୍ବ ନେଉଛନ୍ତି। ଉଭୟେ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ଅଧିନାୟକ ଭାବେ ପ୍ରଥମ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସୋରିଷ ତେଲରେ ଅଛି ଅନେକ ଔଷଧୀୟ ଗୁଣ, ଦୂର କରେ ଏହି ସବୁ ଶାରୀରିକ ସମସ୍ୟା

ଆପଣଙ୍କ ରୋଷେଇ ଘରେ ସୋରିଷ ତେଲ ନିଶ୍ଚୟ ଥିବ। ଏମିତି ଅନେକ ଶାରୀରିକ ସମସ୍ୟା ରହିଛି ଯାହା ପାଇଁ ସୋରିଷ ତେଲ ଔଷଧ ପରି କାମ କରେ। ତେବେ, ଚାଲନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ ତେଲର ଉପଯୋଗ କରିପାରିବା। ଟିକେ ଥଣ୍ଡା କିମ୍ବା କାଶ ହେଲେ ଆପଣମାନେ ସୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍‌ କରିପାରିବେ। ବାସ୍ତବ କଥାଟି ହେଉଛି ଥଣ୍ଡା କାଟିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ମନ୍ଦିରରୁ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛ ପ୍ରଶାସନ। ଏନେଇ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଜି ଦିନ ୧୨ଟାରୁ ଆଖଣ୍ଡଳମଣି ମନ୍ଦିର ଯିବାକୁ ବାରଣ କରାଯାଇଛି। ଆଗାମୀ ୧୭ ତାରିଖ ଯାଏ ଆଖଣ୍ଡଳମଣି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ବନ୍ଦ ରହିବ। ଏହି ସମୟରେ ମନ୍ଦିରରେ ସେବାୟତମାନେ କେବଳ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମୁମ୍ବାଇରେ ସାମାନ୍ୟ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପଞ୍ଚତାରକା ହୋଟେଲ୍‌ ବ୍ୟବହାର କରିବ ‘ବିଏମ୍‌ସି’

ମୁମ୍ବାଇ: ଡାକ୍ତରଖାନା ଶଯ୍ୟା ଖାଲି ରଖିବା ଉଦ୍ଦେଶ୍ୟରେ କୋଭିଡ୍‌ ହସ୍ପିଟାଲ୍‌ରେ ସୁସ୍ଥ ହୋଇଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବଶ୍ୟକ କରୁ ନ ଥିବା କୋଭିଡ୍‌-୧୯ ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ‘ବିଏମ୍‌ସି’ ଚାରି ଓ ପାଞ୍ଚ ତାରକା ହୋଟେଲ୍‌ କୋଠରି ଅଧିଗ୍ରହଣ କରିବା ଲାଗି ଯୋଜନା କରୁଛି। ଏହି ହୋଟେଲ୍‌ କୋଠରିମାନଙ୍କରେ ରଖାଯିବାକୁ ଥିବା ରୋଗୀମାନଙ୍କର ଦେଖାଶୁଣା ନିମନ୍ତେ ପ୍ରମୁଖ କୋଭିଡ୍‌ ହସ୍ପିଟାଲ୍‌ରୁ କର୍ମଚାରୀମାନଙ୍କୁ ଅଣାଯିବ। ଏହାଛଡ଼ା, ସବୁବେଳେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ। ଏହା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନାର ଦ୍ୱିତୀୟ ଲହରରେ ରୋଷେଇଘର ବଜେଟ୍ ଗଡବଡ: ମହଙ୍ଗା ହେଲା ସୋରିଷ ତେଲ, ଡାଲି, କ୍ଷୀର ପାଉଡର୍

ନୂଆଦିଲ୍ଲୀ ୧୪/୦୪ : କରୋନା ଭାଇରସର ଦ୍ୱିତୀୟ ଲହର ଜନଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ଅନେକ ଆବଶ୍ୟକୀୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିଛି। ତେଲ, ଡାଲି, କ୍ଷୀର ଆଦି ସାମଗ୍ରୀର ଦାମ୍ ବୃଦ୍ଧି ପାଇଛି। ଲୋକଙ୍କ ରୋଷେଇଘର ବଜେଟ୍ ବିଗିଡି ଯାଇଛି। ସୋରିଷ ତେଲ ଦାମ୍ ଯାହା ସପ୍ତାହେ ପୂର୍ବରୁ ଲିଟର୍ ପିଛା ୧୪୦ ଟଙ୍କା ଥିଲା ତାହା ବର୍ତ୍ତମାନ ୨୦୦ […]

ଖେଳ ଦେଶ ବିଦେଶ

ଦିନିକିଆରେ ବିରାଟ କୋହଲିଙ୍କ ବାଦଶାହାକୁ ସମାପ୍ତ କଲେ ବାବର ଆଜମ, ହେଲେ ନମ୍ବର ଓ୍ଵାନ ବ୍ୟାଟସମ୍ୟାନ

ଦୁବାଇ ୧୪।୦୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦିନିକିଆ ବାଦଶାହାକୁ ସମାପ୍ତ କରିଛନ୍ତି ପାକିସ୍ତାନର ତାରକା ବ୍ୟାଟସମ୍ୟାନ ବାବର ଆଜମ। ୧୨୫୮ ଦିନ ଧରି ଦିନିକିଆ ମାନ୍ୟତାର ଶୀର୍ଷରେ ରହି ଆସିଥିବା ବିରାଟ କୋହଲିଙ୍କୁ ପଛରେ ପକାଇ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ପହଞ୍ଚିଛନ୍ତି ବାବର। ବୁଧବାର ଆଇସିସି ଦିନିକିଆ ମାନ୍ୟତା ଜାରି କରିଛି। ଶେଷ ଥର ୨୦୦୩ରେ ପାକିସ୍ତାନର କୌଣସି ବ୍ୟାଟସମ୍ୟାନ ଶୀର୍ଷରେ ପହଞ୍ଚିଥିଲେ। ୧୮ ବର୍ଷ ପରେ ପାକିସ୍ତାନ ପକ୍ଷରୁ ବାବର ଆଜମ ଏହି […]

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୪।୦୪: ଆଇପିଏଲ୍ ୨୦୨୧ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ ଝଟକା। ଦଳର ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାର ସୂଚନା ଏଏନଆଇ ଦେଇଛି। ନୋର୍ତ୍ତଜେ ଗତ ମଙ୍ଗଳବାର ମୁମ୍ବାଇ ପହଞ୍ଚିଥିଲେ ଏବଂ ସେ ସାତ ଦିନିକିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍ ଅବଧି ମଧ୍ୟ ପୂରା କରିଥିଲେ। କ୍ଵାରେଣ୍ଟାଇନ୍ କାରଣରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍ ଖେଳିନଥିଲେ। ଦଳ ଏହି ମ୍ୟାଚ୍‌ରେ […]