ଖେଳ ଦେଶ ବିଦେଶ

ଆଇପିଏଲ୍‌ ମହାସଂଗ୍ରାମ: ଆଜି ଧୋନି-ସଞ୍ଜୁ ମୁହାଁମୁହିଁ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ସୋମବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଦ୍ବିତୀୟ ମ୍ୟାଚ୍‌ ଜିତିଥିବାରୁ ଲୟକୁ ଆଗକୁ ବଢ଼ାଇବା ଆଶାରେ ରହିଛନ୍ତି। ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ସହଜରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ମ୍ୟାଚ୍‌ ଜିତିଥିଲା। ନିଜ ସମ୍ଭାବନାକୁ ଠିକଣା ପଥରେ ରଖିବାକୁ ଉଭୟ ଦଳ […]

ମନୋରଞ୍ଜନ

ରାତିକରେ ବରବାଦ ହୋଇଯାଇଥିଲା ରଂଜିତ ଷ୍ଟୁଡିଓ

ମୁମ୍ବାଇର ପ୍ରଖ୍ୟାତ ଷ୍ଟୁଡିଓ ରଂଜିତ ଷ୍ଟୁଡିଓ ହିନ୍ଦୀ ଚଳଚ୍ଚିତ୍ରର ଏକ ଜଣାଶୁଣା ପ୍ରଡକ୍ସନ ହାଉସ୍। ୧୯୨୯ରୁ ୧୯୪୯ ମଧ୍ୟରେ ଏହି ଷ୍ଟୁଡିଓର ବ୍ୟାନର୍‌ ତଳେ ପ୍ରାୟ ୧୨୭ରୁ ଅଧିକ ଚଳଚ୍ଚିତ୍ର ଓ ୩୧ଟି ସାଇଲେଣ୍ଟ୍ ଚଳଚ୍ଚିତ୍ର ତିଆରି ହୋଇଛି। ଏକାଧିକ ବିଶିଷ୍ଟ ହିନ୍ଦୀ କଳାକାରଙ୍କ ମଧ୍ୟରେ ପୃଥ୍ବୀରାଜ କପୁର, କଲ୍ୟାଣୀ ବାଈ, କେଦାର ଶର୍ମାଙ୍କ ଭଳି ଚରିତ୍ରକୁ ଲୋକପ୍ରିୟ କରିବାରେ ମଧ୍ୟ ରଂଜିତ ଷ୍ଟୁଡିଓର ଭୂମିକା ରହିଛି। ୧୯୨୯ରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଚନ୍ଦୁଲାଲ୍ ଶାହ ଓ ଅଭିନେତ୍ରୀ […]

ମନୋରଞ୍ଜନ

ପ୍ରାଚୀ ଦେଶାଇ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି

ଅଭିନେତ୍ରୀ ପ୍ରାଚୀ ଦେଶାଇ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ହିନ୍ଦୀ ଧାରାବାହିକ ଜଗତରୁ କ୍ୟାରିୟର୍ ଆରମ୍ଭ କରି ଚଳଚ୍ଚିତ୍ର ଜଗତରେ ଆଝାର, ବୋଲ୍ ବଚ୍ଚନ, ଵାନ୍ସ ଅପଅନ୍ ଏ ଟାଇମ୍ ଇନ୍ ମୁମ୍ବାଇରେ ପ୍ରାଚୀ ଅଭିନୟ କରି ଖୁବ୍ ପ୍ରଶଂସା ସାଉଣ୍ଟିଥିଲେ। ନିକଟରେ ସେ ଏକ ସାକ୍ଷାତ୍‌କାର ଦେବା ଅବସରରେ କହିଥିଲେ, ତାଙ୍କୁ ଜଣେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏକ ବଡ଼ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଫୋନ୍‌ରେ ଅଫର୍ ଦେଇଥିଲେ। ମାତ୍ର ତାଙ୍କୁ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ କେତେ ବେଡ୍‌ ରହିଛି? ଜାଣନ୍ତୁ କେଉଁଠି କେତେ ଭର୍ତ୍ତି, କେତେ ଖାଲି

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ଟି ବେଡ୍‌ ରହିଛି । ସମୁଦାୟ ୧୫୭୬ ଜଣ ରୋଗୀ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ ରହିଛି। ଘରୋଇ ହସ୍ପିଟାଲରେ ୭୫୩ ଜଣ ଆକ୍ରାନ୍ତ ରହିଥିବା ବେଳେ ସରକାରୀ ହସ୍ପିଟାଲରେ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ କାମ ସହଜରେ ପୂରା ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ରବି ଓ ସୋମବାର ଜମାପୁଞ୍ଜି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବିଶେଷ କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ। ରବି ଓ ସୋମବାର: ସମସ୍ୟାର […]

ଧର୍ମ ରାଜ୍ୟ

କରୋନା ଯୋଗୁ ଏବର୍ଷ ଲିଙ୍ଗରାଜ ମହୋତ୍ସବକୁ ବନ୍ଦ କଲା ଏକାମ୍ର ସାଂସ୍କୃତିକ ପ୍ରକାଶନୀ

ଭୁବନେଶ୍ୱର: ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବକୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚଳିତବର୍ଷ କୋଭିଡ ଯୋଗୁ ବନ୍ଦ କରି ଦିଆଯାଇଛି। ଦୀର୍ଘ ବର୍ଷ ହେଲା ୬ଦିନ ଧରି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ଏହି ମହୋତ୍ସବ ହୋଇ ଆସୁଥିଲା। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନତ ମିଶ୍ରଙ୍କ ସଂଯୋଜନାରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରୁଥିଲେ। ଇଜେଡ୍‌ସିସି, ଓଡ଼ିଶା ସଂସ୍କୃତ ବିଭାଗ ସହଯୋଗରେ ରାଜ୍ୟ ତଥା ରାଜ୍ୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଟିକାକରଣକୁ ନେଇ ମୋଦୀଙ୍କୁ ମନମୋହନ ସିଂହଙ୍କ ଚିଠି, ଦେଲେ ୫ ପରାମର୍ଶ

ନୂଆଦିଲ୍ଲୀ ୧୮/୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ। ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିବା ବେଳେ ମୃତକଙ୍କ ସଂଖ୍ୟ ୧୫୦୦ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ସ୍ଥିତି ସମୀକ୍ଷା କରୁଥିବା ବେଳେ ହସ୍ପିଟାଲରେ ବେଡ୍‌ ସଂଖ୍ୟା ଶୀଘ୍ର ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଦେଶରେ କରୋନା ଟିକାକରଣ ଚାଲିଛି। ଏହାକୁ ଜୋରଦାର କରିବାକୁ ବିଭିନ୍ନ ରାଜ୍ୟ ଏବଂ ରାଜନେତା ଅପିଲ୍‌ କରୁଛନ୍ତି। ପୂର୍ବତନ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ରେଳବାଇ ପ୍ରସ୍ତୁତ କଲା ୪ ହଜାର କୋଭିଡ୍ କୋଚ୍: ମହାରାଷ୍ଟ୍ର ଓ ଦିଲ୍ଲୀରୁ ଆସିଲା ଅର୍ଡର୍

ନୂଆଦିଲ୍ଲୀ ୧୮/୦୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ରେଳବାଇ ପୁଣିଥରେ ନିଜର କୋଭିଡ କୋଚ ରୋଗୀଙ୍କ ପାଇଁ ପ୍ରସ୍ତୁତ କରିଛି। ରେଳବାଇ ପାଖରେ ବର୍ତ୍ତମାନ ୪୦୦୨ଟି କୋଚ ଅଛି। ଏହି କୋଚଗୁଡିକୁ କରୋନା କୋଚରେ ପରିବର୍ତ୍ତିତ କରାଯାଇଛି। ମହାରାଷ୍ଟ୍ର ନନ୍ଦ୍ୱରବାର ଜିଲ୍ଲାରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବେଡ୍ ନଥିବାରୁ ପଶ୍ଚମ ରେଳବାଇ ୨୧ ଆଇସୋଲେସନ ଟ୍ରେନ କୋଚ ପ୍ରସ୍ତୁତ କରିଛି। ଦିଲ୍ଲୀ ସରକାର ମଧ୍ୟ କୋଭିଡ କୋଚ୍ ଦାବି କରିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡରେ କରୋନାର କଳା ଛାଇ: ଅର୍ଜୁନ ରାମପାଲଙ୍କ ପରେ ସମୀରା ରେଡ୍ଡୀ ପଜିଟିଭ୍, ଲେଖିଲେ ଇମୋସନାଲ୍ ପୋଷ୍ଟ

ମୁମ୍ବାଇ ୧୮/୦୪ : ଅଭିନେତ୍ରୀ ସମୀରା ରେଡ୍ଡୀ କରୋନା ସ୍ଥିତି ଦେଖି ୨୦୨୦ ରେ ମୁମ୍ବାଇରୁ ଗୋଆକୁ ସ୍ଥାନାନ୍ତର ହୋଇଥିଲେ। ସମୀରା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଜର ଫିଟନେସ ରିଲ୍ସକୁ ନେଇ ବହୁତ ଲୋକପ୍ରିୟ। ୟୁଜର୍ସ ଫିଟ୍ ରହିବାକୁ ତାଙ୍କ ଟିପ୍ସ ଫଲୋ କରନ୍ତି। ସେ ସୋସିଆଲ ମିଡ଼ିଆରେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହାକୁ ପଢି ସମସ୍ତେ ଚକିତ। ପୋଷ୍ଟରେ ସେ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ବାହାଘର ପରେ ସମୀରା ବଲିଉଡରୁ ବ୍ରେକ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପ୍ରବାହ ଦ୍ରୁତ ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସହଯୋଗ କରିବା ନିମନ୍ତେ ଭାରତ ସରକାରଙ୍କର କେତେକ ମନ୍ତ୍ରାଳୟ ଏବଂ କ୍ଷମତାପ୍ରାପ୍ତ ସଂଗଠନ ଏକତ୍ର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କ ପ୍ରତି ଏକ ପତ୍ରରେ ସେ ଉପରୋକ୍ତ କଥା ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଉପଯୁକ୍ତ […]