ମନୋରଞ୍ଜନ

ବିବାହ ପରେ ମଧ୍ୟ ୩୩ ବର୍ଷ ହେବ ଅଲଗା ରହୁଛନ୍ତି ବବିତା ଏବଂ ରଣଧୀର କପୁର, ଏହି କାରଣରୁ ଆଜି ପର୍ଯ୍ୟନ୍ତ ନେଇ ନାହାଁନ୍ତି ଛାଡପତ୍ର

ନୂଆଦିଲ୍ଲୀ ୨୦/୦୪: କରୀନା କପୁରଙ୍କ ମା’ ତଥା ବଲିଉଡ ଅଭିନେତ୍ରୀ ବବିତା ହରି ଶିବଦାସାନି ୨୦ ଏପ୍ରିଲ ୧୯୪୭ ରେ କରାଚିରେ ଜନ୍ମଗ୍ରହଣ କରିଥିଲେ । ବବିତାଙ୍କ ପିତା ହରି ଶିବଦାସାନି ମଧ୍ୟ ଜଣେ ଅଭିନେତା ଥିଲେ । ବବିତା ୧୯୬୬ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦଶ ଲାକ୍ଷ’ ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ୧୯୬୭ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରାଜ’ରୁ ପରିଚୟ ମିଳିଥିଲା । ସେଥିରେ ତାଙ୍କ […]

ଖେଳ

‘ମୁଁ ଚାହେଁନି ମୋତେ କେହି ଅନଫିଟ୍ କୁହନ୍ତୁ’, କାହିଁକି ଏମିତି କହିଲେ ମାହି

ଚେନ୍ନାଇ, ୨୦/୦୪: ଚେନ୍ନାଇ ସୁପରକିଙ୍ଗସ ଆଇପିଏଲର ଦ୍ୱାଦଶ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ରାଜସ୍ଥାନ ଗୋଟିଏ ସମୟରେ ଭଲ ସ୍ଥିତିରେ ଥିଲା । କିନ୍ତୁ ଦଶମ ଓଭର ପରେ ରବୀନ୍ଦ୍ର ଜାଡ଼େଜାଙ୍କ ଜବରଦସ୍ତ ବୋଲିଂ ଓ ଫିଲ୍ଡିଂ ପରେ ଦଳ ପରାଜୟ ଆଡେ ମୁହାଁଇଥିଲା । ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏହି ମୁକାବିଲା ଖାସ୍ ଥିଲା । ଏହି ବିଜୟ ସହ ଦଳ ଅଙ୍କ ତାଲିକାରେ […]

ଖେଳ

ଭାରତକୁ ଝଟକା: ଅଲିମ୍ପିକ୍ ଯିବାକୁ ଥିବା ଭାରତୀୟ ବକ୍ସର ହେଲେ ସଂକ୍ରମିତ, ବନ୍ଦ ହେଲା ଶିବିର

ନୂଆଦିଲ୍ଲୀ ୨୦/୪: ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଛି ଝଟକା । ଏହା ପୂର୍ବରୁ ଦିଲ୍ଲୀ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ପୁରୁଷ ଓ ମହିଳା ବକ୍ସର ପଜିଟିଭ ଚିହ୍ନଟ ହୋଇଛନ୍ତି । ମହିଳା ବକ୍ସର ସିମରନଜିତଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେ ପରୀକ୍ଷା କରିଥିଲେ । ତେବେ ତାଙ୍କର ରିପୋର୍ଟ ପଜିଟିଭ ହେବା ଫଳରେ ଆଇଜି ଷାଡିୟମରେ ଶିବିରକୁ ବନ୍ଦ କରିଦିଆଯାଇଛି । ଯେଉଁ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ଘରକୁ […]

ରାଜ୍ୟ ସ୍ୱାସ୍ଥ୍ୟ

ମେ’ ତୃତୀୟ ସପ୍ତାହରେ ପିକ୍‌ରେ ଥିବ କରୋନା, ଓଡିଶାରେ ଦୈନିକ ବାହାରିବ ୧୦ ହଜାରରୁ ଅଧିକ କେସ୍ !

ଭୁବନେଶ୍ୱର,୨୦/୦୪: ଆଗକୁ ଆହୁରି ଭୟଙ୍କର ହେବ କରୋନା । ଆଉ ୪/୬ ସପ୍ତାହ ଅର୍ଥାତ ମେ’ ମାସ ତୃତୀୟ ସପ୍ତାହ ବେଳକୁ ଓଡିଶାରେ ଦୈନିକ ୧୦ ହଜାରରୁ ଅଧିକ ପଜିଟିଭ୍‌ ବାହାରିବେ । ମେ’ ଶେଷ ଆଡ଼କୁ ହିଁ ରାଜ୍ୟରେ ପିକ୍‌ରେ ଥିବ କରୋନା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) କୁଳପତି ତଥା ବିଶିଷ୍ଟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କରୋନାକୁ ନେଇ ଏମିତି ଭୟଙ୍କର ଆକଳନ କରିଛନ୍ତି । ଡାକ୍ତର ମହାପାତ୍ର କହିଛନ୍ତି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କରୋନା ପାଇଁ ବାତିଲ୍‌ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହୋଇ ଚାଲିଥିବା କାରଣରୁ ଆଇସିଏସ୍‌ଇ ଦଶମ ପରୀକ୍ଷାକୁ ବାତିଲ୍‌ କରିଛି କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍ସ(ସିଆଇଏସ୍‌ସିଇ) ବୋର୍ଡ। ଏହା ସହ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ପୂର୍ବ ପରି ସ୍ଥଗିତ ରଖିଛି। ଏଥିସହ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ତୁରନ୍ତ ଅନଲାଇନ କ୍ଲାସ ଆରମ୍ଭ କରିବାକୁ କୁହାଯାଇଛି। ବୋର୍ଡ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ […]

ମନୋରଞ୍ଜନ

କରୋନା ପଜିଟିଭ୍ ହୋଇ ବି ଅଟକି ନାହାନ୍ତି ସୋନୁ ସୁଦ୍: ପିଲାଙ୍କୁ ଦେଲେ ମୋବାଇଲ୍, କହିଲେ ‘ପାଠ ପଢାରେ ଲାଗିବନି ଲକଡାଉନ୍’

ମୁମ୍ବାଇ ୧୯/୦୪ : ଗତ ବର୍ଷ କରୋନା ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ବାସ୍ତବିକ ଜୀବନରେ ହିରୋ ହୋଇଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ନିଜେ କରୋନା ସଂକ୍ରମିତ। ପ୍ରବାସୀଙ୍କୁ ସାହାଯ୍ୟ କରିବା ପରେ ସେ ଅନେକ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି। କରୋନା ଯୋଗୁଁ ଅନେକ ରାଜ୍ୟରେ ସ୍କୁଲ, କଲେ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଯାହାଫଳରେ ପିଲାଙ୍କ ପାଠ ପଢା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଚିକିତ୍ସକଙ୍କ ମହା ଆବିଷ୍କାର: ଦୃଷ୍ଟିଶକ୍ତି ମିଳିବା ହେବ ସହଜ

ନୂଆଦିଲ୍ଲୀ ୧୯/୦୪: ଅନୁସନ୍ଧାନକାରୀମାନେ ଖରାପ ହୋଇଥିବା ଆଖିକୁ ଭଲ କରିବା ପାଇଁ ଏକ ସରଳ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଆଖି ସମସ୍ୟାର ଚିକିତ୍ସାରେ ଏକ ନୂତନ ପରିବର୍ତ୍ତନ ହୋଇପାରେ । ଜଣେ ଭାରତୀୟ ଚିକିତ୍ସକ ଏବଂ ବ୍ରିଟେନର ଜଣେ ଗବେଷକ ମିଳିତ ଭାବେ ଏହି ପଦ୍ଧତି ପ୍ରସ୍ତୁତ କରିଛନ୍ତି । ଭାରତର ହାଇଦ୍ରାବାଦରେ ଏଲ୍ .ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚକ୍ଷୁ ବିଶେଷଜ୍ଞ ବୀରେନ୍ଦ୍ର ସାଙ୍ଗୱାନ ଏବଂ ଶେଫିଲ୍ଡ ବିଶ୍ୱବିଦ୍ୟାଳୟର […]

ଖେଳ

ଏସୀୟ ଭାରୋତ୍ତୋଳନରେ ଝିଲ୍ଲୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଉଜ୍‌ବେକିସ୍ତାନର ତାସ୍‌କେଣ୍ଟ୍‌ରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। କନିଷ୍ଠ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜୟିନୀ ଝିଲ୍ଲୀ (୪୫ କେଜି) ରବିବାର ସ୍ନାଚ୍‌ରେ ୬୯ କେଜି ଏବଂ କ୍ଲିନ୍ ଓ‌ ଜର୍କ‌ରେ ୮୮ କେଜି ସହ ମୋଟ ୧୫୭ କେଜି ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତ ସଂସ୍କରଣରେ ଝିଲ୍ଲୀ ୧୬୨ (୭୧+୯୧) କେଜି ଉଠାଇ ଏହି […]

ଖେଳ

ଉଜ୍‌ବେକିସ୍ତାନରେ ନଟରାଜଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ, ଦୁଇ ଦିନରେ ୩ ଥର ଜାତୀୟ କୀର୍ତ୍ତିମାନ ଭାଙ୍ଗିଲେ ୨୯ ପଦକ ସହ ଭାରତର ଅଭିଯାନ ଶେଷ

ତାସକେଣ୍ଟ୍‌: ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ଜାତୀୟ କୀର୍ତ୍ତିମାନ ରଚିବା ସହିତ ଉଜ୍‌ବେକିସ୍ତାନ ଓପନ୍‌ ପ୍ରତିଯୋଗିତାରେ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ୨୦ ବର୍ଷୀୟ ନଟରାଜ ଶନିବାର ୨୫.୧୧ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ଜିତିଥିଲେ। ଦୁଇ ଦିନ ମଧ୍ୟରେ ଏହା ଶ୍ରୀହରିଙ୍କ ତୃତୀୟ ଜାତୀୟ କୀର୍ତ୍ତିମାନ ଥିଲା। ଏହା ପୂର୍ବରୁ ଏହି ବେଙ୍ଗାଲୁରୁ ସନ୍ତରଣକାରୀ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍‌ରେ ଦୁଇଥର ନୂଆ ଜାତୀୟ କୀର୍ତ୍ତିମାନ କରିଥିଲେ। ଫାଇନାଲ୍‌ରେ ସେ […]

ଖେଳ

ମୟଙ୍କ-ରାହୁଲଙ୍କୁ ଫିକା କଲେ ଧାୱନ, କିଙ୍ଗ୍ସକୁ ହରାଇଲା କ୍ୟାପିଟାଲ୍ସ

ମୁମ୍ବାଇ: ରବିବାର ରାତିର ଦ୍ବିତୀୟ ଆଇପିଏଲ୍ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ୍ ରାହୁଲଙ୍କ ୨୯ତମ ଜନ୍ମଦିବସକୁ ଫିକା କରି ଦେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓପ୍‌ନର ଶିଖର ଧାୱନ। ଏହି ହାଇସ୍କୋରିଂ ମ୍ୟାଚ୍‌ରେ ରାହୁଲ (୬୧) ଓ ମୟଙ୍କ ଅଗ୍ରୱାଲ (୬୯)ଙ୍କ ଶତକୀୟ ଭାଗୀଦାରି ବଳରେ ପଞ୍ଜାବ ୧୯୬ ରନ୍‌ର ଆହ୍ବାନପୂର୍ଣ୍ଣ ଲକ୍ଷ୍ୟ ଦିଲ୍ଲୀକୁ ଦେଇଥିଲା। ହେଲେ ଧମାକାଦାର ବ୍ୟାଟିଂ କରି ଧାୱନ (୯୨) ନିଜ ଦଳକୁ ୧୦ ବଲ୍ ପୂର୍ବରୁ ବିଜୟୀ କରାଇ ଦେଇଥିଲେ। ମାତ୍ର […]