ମନୋରଞ୍ଜନ

ପୁଣି ଟ୍ରୋଲ୍ ହେଲେ କଙ୍ଗନା, ତୃତୀୟ ସନ୍ତାନ ଜନ୍ମ ନେଇ ଉଠାଇଥିଲେ ଆପତ୍ତି

ନୂଆଦିଲ୍ଲୀ ୨୧/୦୪: ସୋସିଆଲ ମିଡିଆରେ ନିଜ ଟ୍ୱିଟ୍ ପାଇଁ କଙ୍ଗନା ରାଣାୱତ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଟୁଇଟ୍ କରି କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କଠୋର ନିୟମ ପ୍ରଣୟନ କରାଯିବା ଉଚିତ୍ । ତୃତୀୟ ସନ୍ତାନର ଜନ୍ମ ପରେ ଲୋକଙ୍କୁ ଜୋରିମାନା ଏବଂ ଜେଲକୁ ପଠାଇବା ପର୍ଯ୍ୟନ୍ତ ମଧ୍ୟ ସେ ଲେଖିଛନ୍ତି । ଏହା ଉପରେ ଲୋକମାନେ କଙ୍ଗନାକୁ ଟ୍ରୋଲ କରୁଛନ୍ତି ଏବଂ ତାଙ୍କର ମନେ ପକାଇଦେଉଛନ୍ତି ଯେ ତାଙ୍କର ଆଉ […]

ଖେଳ

ରାଜ୍ୟସ୍ତରୀୟ କ୍ରିକେଟ୍‌ ଟ୍ରାଏଲ୍‌ କ୍ୟାମ୍ପରେ ବୀରମହାରାଜପୁର ତନୁରାଜ

ବୀରମହାରାଜପୁର: ସାରା ରାଜ୍ୟରେ କ୍ରିକେଟ୍‌ ‌ଖେଳରେ ପାରିଦର୍ଶିତା ଲାଭ କରିଥିବା ଖେଳାଳିଙ୍କୁ ଚୟନ କରି ଓସିଏ ପକ୍ଷରୁ ଟ୍ରାଏଲ କ୍ୟାମ୍ପରେ ଯୋଗ ଦେବା ପାଇଁ ଚୟନ ପ୍ରକିୟା ସରିଛି। ଏହି କ୍ରମରେ ୧୪ ବର୍ଷରୁ କମ୍ ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମର ତନୁରାଜ ସାହୁ (୧୦) ରହିଛନ୍ତି। ତନୁରାଜଙ୍କ ପିତା ଜୟ ପ୍ରକାଶ ସାହୁ ମଧ୍ୟ ଜଣେ ସୁନାମଧନ୍ୟ ଖେଳାଳି ଭାବରେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ତନୁରାଜ ଏବେ ଅମରପାଲି […]

ସ୍ୱାସ୍ଥ୍ୟ

ଏପ୍ରିଲ୍‌ ୨୬ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା କରିବ ପୁଡୁଚେରୀ

ପୁଡୁଚେରୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ବାତାବରଣରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏପ୍ରିଲ୍‌ ୨୬ ତାରିଖ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ଘୋଷଣା କରିବ ବୋଲି ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗତକାଲି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଥିଲା। ଔପଚାରିକ ଘୋଷଣା ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ହେବାର ସମୟ ‘ସେମାନେ’ ନିଜେ ହିଁ ସ୍ଥିର କରିବେ। ଏଭଳି କୁହାଯିବାର ଉଦ୍ଦେଶ୍ୟ […]

ଖେଳ

ରୋହିତଙ୍କୁ ଝଟକା: ଧିମା ବୋଲିଂ ପାଇଁ ଲାଗିଲା ୧୨ ଲକ୍ଷର ଫାଇନ୍

ନୂଆଦିଲ୍ଲୀ ୨୧/୪: ଦିଲ୍ଲୀଠୁ ହାରିବା ପରେ ରୋହିତଙ୍କୁ ଲାଗିଛି ଡବଲ ଝଟକା । ଧିମା ବୋଲିଂ ପାଇଁ ୧୨ ଲକ୍ଷର ଫାଇନ ଦେବେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ । ଗତକାଲି ମୁମ୍ୱାଇ ଇଣ୍ଡିଆନ୍ସକୁ ୬ ଓ୍ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସୂଚନା ଥାଉକି, ଚଳିତ IPLରେ ୨ଥର ପରାଜୟର ସମ୍ମୁଖୀନ ହୋଇଛି ଟିମ୍ ମୁମ୍ୱାଇ । ତେବେ ଆଇପିଏଲ ଗାଇଡଲାଇନ ମୁତାବକ ନିର୍ଦ୍ଧାରିତ ସମୟରେ ବୋଲିଂ କରିପାରିନଥିଲେ । ଧିମା ବୋଲିଂ ପାଇଁ ସମୟ ଅଧିକ […]

ଖେଳ

IPLରେ ଆଜି ଡବଲ୍ ଫାଇଟ୍: ପଞ୍ଜାବ-ହାଇଦ୍ରାବାଦ, କୋଲକାତା-ଚେନ୍ନାଇ ଟକ୍କର

ନୂଆଦିଲ୍ଲୀ ୨୧/୪: ଆଜି IPL ରେ ମହାମୁକାବିଲା । ବୁଧବାରରେ ଆଜି ହେବ ଡବଲ ଫାଇଟ । ଅପରାହ୍ନ ୩.୩୦ରେ ଚେନ୍ନାଇରେ ମୁହାଁମୁହାଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ପଞ୍ଜାବ କିଙ୍ଗ୍ସ । ସେହିପରି ରାତି ୭.୩୦ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ମଧ୍ୟରେ ଖେଳାଯିବ ମ୍ୟାଚ । ପ୍ରଥମ ମ୍ୟାଚଟି ହାଇଦ୍ରାବାଦ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ଲଗାତାର ୩ଟି ମ୍ୟାଚ ହାରିବା ପରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଓ୍ୱାର୍ଣ୍ଣର ବାହିନୀ । ସେହିପରି ପଞ୍ଜାବ […]

ଖେଳ

ମାହିଙ୍କ ପରିବାରରେ ଲାଗିଲା କରୋନା ଗ୍ରହଣ: ଧୋନୀଙ୍କ ପିତା ଓ ମାତା ପଜିଟିଭ, ରାଞ୍ଚି ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି ୨୧/୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ପରିବାରରେ ମହାମାରୀ ଆତଙ୍କ । ତାଙ୍କର ମାତା ପିତା ଉଭୟ କରୋନା ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଆ, ବାପା ଉଭୟଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଆଡମିଟ୍ କରାଯାଇଛି । ବର୍ତ୍ତମାନ ଆଇପିଏଲ ପାଇଁ […]

ଖେଳ

ଲଗାତାର ତୃତୀୟ ବର୍ଷ ପାଇଁ ସ୍ଥଗିତ ହେଲା କଳାହାଣ୍ତି କପ୍‌

କଟକ: ରାଜ୍ୟର ସର୍ବବୃହତ୍‌ କ୍ରିକେଟ୍‌ ପ୍ରତିଯୋଗିତା କଳାହାଣ୍ତି କପ୍‌ ପୁଣି ଥରେ ସ୍ଥଗିତ ‌ହୋଇଛି। ବଢୁଥିବା କରୋନା ସ˚କ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ) କତ୍ତୃର୍ପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଏସ˚କ୍ରାନ୍ତରେ ସମସ୍ତ ଅ˚ଶଗ୍ରହଣକାରୀ ଜିଲ୍ଲା ଓ ସ˚ସ୍ଥାମାନଙ୍କୁ ଜଣାଇଦିଆଯାଇଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଏହାଫଳରେ ପୁଣି ଥରେ ନବାଗତ ଖେଳାଳିଙ୍କ କଳାହାଣ୍ତି କପ୍‌ ଖେଳିବା ଆଶା ମଉଳି ଯାଇଛି। ଶେଷ ଥର ପାଇଁ ୨୦୧୮ ମସିହାରେ କଳାହାଣ୍ତି କପ୍‌ […]

ଖେଳ

ଆଇପିଏଲ୍‌ ମହାସଂଗ୍ରାମ: ଇଣ୍ଡିଆନ୍ସକୁ ଅଟକାଇ ପାରିବ କି କ୍ୟାପିଟାଲ୍ସ?

ଚେନ୍ନାଇ : ମଙ୍ଗଳବାର ଖେଳାଯିବାକୁ ଥିବା ଚଳିତ ଆଇପିଏଲ୍‌ର ଏକମାତ୍ର ମ୍ୟାଚ୍‌ରେ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଆତ୍ମବିଶ୍ବାସଭରା ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ତିନିଟି ଲେଖାଏଁ ମ୍ୟାଚ୍‌ରୁ ଦୁଇଟି ଲେଖାଏଁ ବିଜୟ ହାସଲ କରିଛନ୍ତି। ଉଭୟ ଦଳରେ ମଧ୍ୟ ବହୁ ପ୍ରତିଭାବାନ ଓ ଦକ୍ଷ ଖେଳାଳି ଅଛନ୍ତି। ସେହିଦୃଷ୍ଟିରୁ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚଭରା ଓ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଲଗାତାର ସପ୍ତମ ଋତୁ ପାଇଁ ମୁମ୍ବାଇ […]

ମନୋରଞ୍ଜନ

କୁମ୍ଭମେଳାକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ସୋନୁ

କରୋନାର କାୟା ବିସ୍ତାରକୁ ନେଇ ସମସ୍ତେ ଏବେ ଚିନ୍ତିତ ଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ‌ସରକାର ଓ ଲୋକମାନଙ୍କ ଖାମଖିଆଲି ମନୋଭାବକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି। ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ କୁମ୍ଭମେଳାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଛି। ଇନ୍‌ଷ୍ଟାଗ୍ରାମ୍‌ରେ ସୋନୁ ଏକ ଭିଡିଓ ଅପ୍‌ଲୋଡ୍‌ କରି ନିଜ ସମ୍ପର୍କୀୟଙ୍କ କରୋନା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ଥିବା କହିଛନ୍ତି। ସୋନୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସ୍ଥିତି ସଙ୍ଗୀନ : ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, ୧୭୬୧ ମୃତ

ନୂଆଦିଲ୍ଲୀ ୨୦।୦୪: ସ୍ଥିତି ଅସମ୍ଭାଳ । ରେକର୍ଡ କରିଛି କରୋନା । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୬୧ଜଣଙ୍କ ମୃତ୍ୟୁ ହୋଇଛି […]