ରାଜ୍ୟ

ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ

ଇତିହାସ ପୃଷ୍ଠାରୁ: ମହତାବଙ୍କ ବିଦାୟରେ ଆଶ୍ବସ୍ତ ହେଲେ ନୀଳକଣ୍ଠ

‘ସ୍ମୃତି ଓ ଅନୁଭୂତି’ ପୁସ୍ତକରେ ନୀଳମଣି ଲେଖିଛନ୍ତି, ‘‘୧୯୩୬-୩୭ ମସିହାରେ କଂଗ୍ରେସ ରାଜନୀତିରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଯେଉଁ ପ୍ରଭାବ ଓ ପ୍ରତିଷ୍ଠା ଥିଲା ସେ ଯଦି ୧୯୩୭ ମସିହା ବ୍ୟବସ୍ଥାସଭାକୁ ଆସିବାକୁ ଚାହିଥାଆନ୍ତ ତାଙ୍କୁ କେହି ଅଟକାଇ ପାରିନଥା’ନ୍ତେ। ସେ ବ୍ୟବସ୍ଥାସଭାକୁ ଆସିଥିଲେ ନିଶ୍ଚିତ ଭାବରେ ଦଳପତି ହୋଇ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ। ଅଧିକ ସମୟ ଦେଇ କଂଗ୍ରେସକୁ ଜୟଯୁକ୍ତ କରିବାପାଇଁ ସେ ନିର୍ବାଚନରେ ଛିଡ଼ା ନହୋଇ ଅନ୍ୟମାନଙ୍କୁ ଜିତେଇବାରେ ସାହାଯ୍ୟ କରିଥିଲେ। କିନ୍ତୁ ଓଡ଼ିଶାର ନିର୍ବାଚନରେ […]

ରାଜ୍ୟ

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା, ୨ ମୃତ, ୨୦ ଗୁରୁତର

ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘରୋଇ ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪୦ ଆହତ ଓ ୨୦ ଗୁରୁତର ଥିବା ଜଣାଯାଇଛି। ଏବେ ବି ଉଦ୍ଧାର କାମ ଜାରି ରହିଛି। ଘଟଣାରୁ ପ୍ରକାଶ ଯେ ସକାଳ ସାଢ଼େ ୭ଟାରେ ମନୋରମା ବସ ଚାନ୍ଦବାଲିରୁ କଟକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକକୁ ମୁହାଁମୁହିଁ  ପିଟିଥିଲା। ଏହାଫଳରେ ଦୁଇଜଣଙ୍କର […]

ରାଜ୍ୟ

୨୦୨୪ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ

ପୁରୀ: ୨୦୨୪ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ପତନି, ଲାଗିଲୁଗା ସହ ଟାକୁଆ ସରପୁଳି,ବିରିପିଠା ଓ ଲଡୁ ମହାପ୍ରସାଦ ନେଇ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ଆସନ୍ତା ୧ ତାରିଖରେ ନୟାଗଡ଼ ଅଭିମୁଖେ ଯାତ୍ରା କରିବେ। ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମୂଳସ୍ଥିତ ବଡ଼ରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି […]

ରାଜ୍ୟ

ବାହାଘର ଭୋଜି ଖାଇ ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ସୁନ୍ଦରଗଡ଼: ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ ଉପୁଜିଛି। ସୁନ୍ଦରଗଡ଼ ସବଡ଼େଗା ବ୍ଲକ ଦେଓଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଦୀପକ ମିଞ୍ଜ। ସୂଚନା ଅନୁଯାୟୀ, ଗତ ମାସ ୨୭ ତାରିଖରେ ଗାଁର ବିନିତ ତିର୍କୀଙ୍କ ବିବାହ ଉତ୍ସବ ଥିଲା। ଏଥିରେ ସମସ୍ତେ ମାଂସ ଖାଇଥିଲେ। ପରେଜଣକ ପରେ ଜଣେ […]

ରାଜ୍ୟ

ଜିଲ୍ଲା ଗଠନକୁ ୩୨ ବର୍ଷ: ‘ପଛୁଆ’ ଅପବାଦ ମୁଣ୍ଡାଇ ବୁଲୁଛି ନବରଙ୍ଗପୁର

ପ୍ରଦୀପ ପାଢ଼ୀନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗଠନକୁ ପୂରିଲାଣି ୩୨ ବର୍ଷ। ଇତି ମଧ୍ୟରେ ଏହି ଜିଲ୍ଲା ଦେଖିଥିବା ବହୁ ଶାସକ ଓ ପ୍ରଶାସକ ଓ ନେତାଙ୍କ ଭାଗ୍ୟ ବଦଳି ସାରିଛି। ଅଥଚ ଜିଲ୍ଲାର ଭାଗ୍ୟ କୌଣସି ପ୍ରକାରେ ବଦଳି ପାରୁନି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ଆର୍ଥିକ ସଶକ୍ତୀକରଣ ସବୁ କ୍ଷେତ୍ରରେ ପଛରେ ପଡିଛି ଜିଲ୍ଲା। ବାଲ୍ୟବିବାହ, ଡ୍ରପ୍‌ଆଉଟ, ନିଶା ସେବନ କ୍ଷେତ୍ରରେ ଅଲୋଡା ରେକର୍ଡ ଧରି ବସିଛି ଏ ଜିଲ୍ଲା। ଏଭଳି କିଛି କାରଣ ଜିଲ୍ଲା […]

ରାଜ୍ୟ

ବାଙ୍କୀ ରାଣୀ ରମା କୁମାରୀ ପାଟ୍ଟମହାଦେଈଙ୍କ ପରଲୋକ

ଡମପଡା: ବାଙ୍କୀର ରାଣୀ, ସ୍ୱର୍ଗତ ରାଜା ସାହେବ ସାମନ୍ତ ନାରାୟଣ ଶ୍ରୀଚନ୍ଦନଙ୍କ ଧର୍ମପତ୍ନୀ ରମା କୁମାରୀ ପାଟ୍ଟମହାଦେଈଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସ୍ୱର୍ଗତ ରାଣୀ ଜଣେ ଧର୍ମପରାୟଣ ଓ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠପୁତ୍ର ତଥା ରାଜା ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ଜିତେନ୍ଦ୍ର ଦେଓ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ପରଲୋକ […]

ରାଜ୍ୟ

ଯୁଗଯୁଗର ଯନ୍ତ୍ରଣା

ଡମ୍ବରୁଧର ନାୟକ ସୁନ୍ଦରଗଡ଼: ଦେଶର ବୃହତ୍ତର ସ୍ବାର୍ଥ ପାଇଁ ନିଜ ପିତୃପୁରୁଷ ଅର୍ଜିଥିବା ଭିଟାମାଟି, ପଦର, ଜମି, ଘରବାଡ଼ି, ଗାଁ ଟେକିଦେଇ ଏକପ୍ରକାର ନିଃସ୍ବ ପାଲଟିଥିବା ବିସ୍ଥାପିତଙ୍କ ତ୍ୟାଗର ମୂଲ୍ୟ କେତେ! ସୁନ୍ଦରଗଡ଼ର ବିସ୍ଥାପିତଙ୍କ ଯନ୍ତ୍ରଣାକୁ ଦେଖିଲେ ଏହାର ଉତ୍ତର ମିଳିଯିବ। ହେମଗିରର ଏମ୍‌ସିଏଲ୍, ଏନ୍‌ଟିପିସି, ଓସିପିଏଲ୍, ଜାମକାନି କୋଇଲାଖଣି ସହ କୁତ୍ରାର ଜେଏସ୍‌ଡବ୍ଲୁ ସିମେଣ୍ଟ, ରାଜଗାଙ୍ଗପୁରର ଡିସିବିଏଲ୍, ରାଉରକେଲାର ଇସ୍ପାତ କାରଖାନା ସବୁଠି ସ୍ଥିତି ସମାନ। ହେମଗିର ଅଞ୍ଚଳରେ ଏସିଆର ଦ୍ବିତୀୟ ସର୍ବବୃହତ ମହାନଦୀ ଖୋଲାମୁହଁ […]

ରାଜ୍ୟ

ରାଜ୍ୟରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ: ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା।ଏଣେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି। ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ […]

ରାଜ୍ୟ

ଦାୟିତ୍ବ ନେ‌‌ଲେ ଭାରପ୍ରାପ୍ତ ଡିଜି ଅରୁଣ ଷଡ଼ଙ୍ଗୀ

କଟକ: ୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ଆଜି କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନିଲ ବଂଶଲଙ୍କଠାରୁ ସେ ଆଜି ଦାୟିତ୍ବଗ୍ରହଣ କରିଛନ୍ତି। ଶ୍ରୀ ବଂଶଲ ଆଜି ଅବସର ନେଇଥିବା ବେଳେ ତାଙ୍କୁ ଆଜି ବିଧିବଦ୍ଧ ଭାବେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ଉଭୟ ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ବଂଶଲ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ […]