ଖେଳ

ଭାରତରେ ଖେଳାଯିବନି ଟି୨୦ ବିଶ୍ୱକପ ! କରୋନା ସ୍ଥିତି ଉପରେ ସବୁକିଛି କରୁଛି ନିର୍ଭର

ନୂଆଦିଲ୍ଲୀ,୨୯/୦୪: ଚଳିତ ବର୍ଷ ଭାରତରେ ଖେଳାଯିବ ଟି୨୦ ବିଶ୍ୱକପ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। କରୋନା ସଂକ୍ରମଣ ସତ୍ତେ୍ୱ ବିସିସିଆଇ ବିଶ୍ୱକପ୍‌ ଆୟୋଜନ ନେଇ ପ୍ରସ୍ତୁତ ରହିଥିବା ପୂର୍ବରୁ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଥିଲେ । କିନ୍ତୁ ଏବେ ଭିନ୍ନ କଥା ଶୁଣିବାକୁ ମିଳୁଛି । ଯଦି ଭାରତରେ କରୋନା ସଂକ୍ରମଣ ସ୍ଥିତି ଏଭଳି ଜାରି ରହେ ତେବେ ବିଶ୍ୱକପ୍‌ ସ୍ଥାନାନ୍ତର ହେବ । ଭାରତର ସ୍ଥିତି ଉପରେ ଆଇସିସି ନଜର […]

ମନୋରଞ୍ଜନ

ସୋନୁ ସୁଦ ଲଞ୍ଚ କଲେ ‘ମାଗଣା କୋଭିଡ ହେଲପ,’ ଘରେ ବସି କରୋନା ପରୀକ୍ଷା ଠାରୁ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ

ମୁମ୍ବାଇ: କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚରେ ଲାଗୁ ହୋଇଥିବା ଲକଡାଉନ ପରେ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ରହିଥିଲେ। ସେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ ପ୍ରଥମେ କାମ ଆରମ୍ଭ କରିଥିଲେ । କେବଳ ‌ଯେ ସେ ଶ୍ରମିକଙ୍କୁ ଘରେ ପହଞ୍ଚାଇଥିଲେ ତାହା ନୁହେଁ, ଲୋକଙ୍କ ପାଇଁ ରୋଜଗାରର ବ୍ୟବସ୍ଥା ମଧ୍ୟ କରାଇଥିଲେ। ବର୍ତ୍ତମାନ ଦେଶରେ କରୋନାର ଦ୍ବିତୀୟ ଲହର ହେତୁ ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ହସ୍ପିଟାଲରେ […]

ଖେଳ

ମଧ୍ୟକ୍ରମ ଦେଉଛି ରୋହିତଙ୍କୁ ମୁଣ୍ଡବ୍ୟଥା

ଆଇପିଏଲ୍-୨୦୨୧ ଆରମ୍ଭ ହେବା ପୂର୍ବରୁ ସନ୍ତୁଳିତ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ପୁଣି ଥରେ ଟାଇଟଲ ଫେବରିଟ୍ ଆଖ୍ୟା ମିଳିଥିଲା। ବହୁ ତାରକା ଖେଳାଳିଙ୍କ ଉପସ୍ଥିତି ପାଇଁ ଏହି ଦଳ ପରମ୍ପରା ଭାଙ୍ଗି ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିବ ବୋଲି ଆଶା କରାଯାଉଥିଲା। ହେଲେ ଗତ ୬ ସଂସ୍କରଣ ଭଳି ଏଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ତା’ର ଅଭିଯାନ ଆରମ୍ଭ କଲା। ତା ପରେ ଲଗାତାର ଛୋଟିଆ ସ୍କୋର କରି ପରାଜୟ ପରେ ପରାଜୟ ବରଣ କଲା। […]

ଖେଳ

ମୋର୍ଗାନଙ୍କ ଆଗରେ ପନ୍ତ

ଗୁରୁବାରର ଦ୍ବିତୀୟ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ କୋଲକାତା ନାଇଟ୍ ରାଇଡର୍ସ ଯୁବ ଅଧିନାୟକ ଋଷବ ପନ୍ତଙ୍କ ଉତ୍ସାହିତ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ତା’ର ପୂର୍ବ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଜୋରଦାର ଲଢ଼େଇ କରି ମାତ୍ର ୧ ରନ୍‌ରେ ପରାଜିତ ହୋଇଥିଲା। ଏହା ପୂର୍ବରୁ ସୁପର ଓଭର ବିଜୟ ପାଇଥିଲା। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ତା’ର ଗତ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ପଞ୍ଜାବକୁ ୧୨୩ ରନ୍‌ରେ ରୋକିବା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କରୋନା କାଳରେ ଡ୍ରପ୍‌-ଆଉଟ୍‌ ଚିନ୍ତା: ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ

ଭୁବନେଶ୍ବର : ପିଲାଙ୍କ ପାଠପଢ଼ାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସ୍କୁଲ ଖୋଲି ପାରୁନି। କ୍ଲାସରୁମ୍‌ ଶିକ୍ଷା ବି ହେଉନି। ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ଆଉଟ୍ ଚିନ୍ତା। କରୋନା କାଳରେ ପିଲାମାନେ ଅଧାରୁ ପାଠ ଛାଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶର କେତେକ ସ୍ଥାନରେ ବାଲ୍ୟବିବାହ ଦୃଷ୍ଟିଗୋଚର ହୋଇଛି। ଆଉ କିଛି ସ୍ଥାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାମାନେ ଅଧାରୁ ପାଠପଢ଼ା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବଦଳିବ ସରକାରୀ ଆଇଟିଆଇ ରୂପ, ଛାତ୍ରଛାତ୍ରୀଙ୍କୁ ମାଗଣା ୱାଇଫାଇ

ଭୁବନେଶ୍ବର : ୪୯ଟି ସରକାରୀ ଆଇଟିଆଇରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ କ୍ୟାମ୍ପସରେ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭଳି ମହାମାରୀ ସମୟରେ ଯେପରି ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ପିଲାମାନେ ପଢ଼ିପାରିବେ ତାହାକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ପ୍ରଶିକ୍ଷକମାନଙ୍କ ଦ୍ବାରା ଡିଜିଟାଲ୍ ବିଷୟବସ୍ତୁର ସର୍ବୋଚ୍ଚ ଉପଯୋଗିତା ସମ୍ପର୍କରେ ସମସ୍ତ ଆଇଟିଆଇ ଅଧ୍ୟକ୍ଷ ନିଶ୍ଚିତ କରିବେ, ଯାହାକି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବେଙ୍ଗାଲୁରୁ: ଫୋନ୍‌ ସୁଇଚ୍‌ ଅଫ୍ କରି ୩୦୦୦ କୋଭିଡ୍‌ ଆକ୍ରାନ୍ତ ନିଖୋଜ, ତଲାସ ଆରମ୍ଭ କରିବ ପୁଲିସ

ବେଙ୍ଗାଲୁରୁ: ସରକାରୀ କର୍ତ୍ତୃପକ୍ଷମାନେ କୋଭିଡ୍‌ ସଙ୍କଟ ମୁକାବିଲା କରି ଭାରାକ୍ରାନ୍ତ ହୋଇଥିବା ବେଳେ ବେଙ୍ଗାଲୁରୁ ସହରରୁ ଚିହ୍ନଟ ହୋଇଥିବା ପ୍ରାୟ ୩୦୦୦ ସଂକ୍ରମିତ ବ୍ୟକ୍ତି ଏବେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଫଳରେ ନିଖୋଜ ଆକ୍ରାନ୍ତମାନଙ୍କର ସନ୍ଧାନ ନିମନ୍ତେ ସରକାର ପୁଲିସର ସହାୟତା ନେଇଛନ୍ତି। କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର୍‌ ଅଶୋକ ଦାବି କରିଛନ୍ତି ଯେ, ଗତ ଅଳ୍ପ କିଛି ଦିନ ହେବ ରାଜ୍ୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଛି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି କାରଣରୁ ଯେତେ ଶୀଘ୍ର ସମ୍ଭବ ଭାରତରୁ ଫେରିଆସିବା ପାଇଁ ନାଗରିକମାନଙ୍କୁ କହିଲା ଆମେରିକା

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ମାମଲା ତୀବ୍ର ବେଗରେ ବୃଦ୍ଧିପାଉଥିବା ବାତାବରଣରେ ଭାରତକୁ ନ ଯିବା ପାଇଁ ଏବଂ ଯେଉଁମାନେ ଭାରତରେ ଅଛନ୍ତି ନିରାପଦ ସମ୍ଭବ ମନେହେଉଥିଲେ ଯଥା ଶୀଘ୍ର ସମ୍ଭବ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଲାଗି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ତା’ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗଦ୍ବାରା ଜାରି ଏହି ପର୍ଯ୍ୟଟନ ପରାମର୍ଶନାମାରେ ଭାରତକୁ ୪ର୍ଥ ସ୍ତର ବା ସର୍ବୋଚ୍ଚ ସ୍ତରରେ ରଖି କୁହାଯାଇଛି ଯେ, ଭାରତରେ ସବୁ ପ୍ରକାରର ଡାକ୍ତରୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଜରୁରୀ ଅଟେ ଭିଟାମିନ୍ ସି’, ଖାଆନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ ୨୯/୦୪: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା ଡାକ୍ତରମାନେ ମଧ୍ୟ ଏହାର ଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ସି ବିଷୟରେ – ଡାକ୍ତରମାନେ ଏହା […]

ମନୋରଞ୍ଜନ

ଫିଲ୍ମ ନିର୍ଦ୍ଦେଶକ ଥାମିରାଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

ଚେନ୍ନାଇ ୨୮/୦୪ : ଆଉ ନାହାନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକ ଥାମିରା । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ମାୟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ପ୍ରସିଦ୍ଧ ତାମିଲ ଫିଲ୍ମ ଆନ୍‌ ଦେବାଢାଇ, ରେଟ୍ଟାଇ ସୁଝି ଭଳି ହିଟ୍‌ ତାମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । କେ. ବାଲାଚନ୍ଦର ଏବଂ ଭାରତୀରାଜାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ […]