ରାଜ୍ୟ

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ୬ ସାଙ୍ଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ବିପିନ ଭୋଇ (୨୫)। ସୂଚନା ପାଇ ଲଇକେରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ୬ ଜଣଙ୍କୁ ଅଟକ ରଖିଛି। ସେପଟେ ସାଇନ୍ଟିଫିକ ଟିମ୍ ଘଟଣସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃତ ଠେଙ୍ଗା ଏବେ ବି ପଡ଼ିରହିଛି। […]

ରାଜ୍ୟ

ଉପାନ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା: ପାହାଡ଼ରୁ ବାଉଁଶପୋଲ ମାଧ୍ୟମରେ ଜମିକୁ ପାଣି ମଡ଼ାଇଲେ ଚାଷୀ

ଝରିଗାଁ (ରମେଶ ପଟ୍ଟନାୟକ): ପାହାଡ଼ରୁ ନିର୍ଗତ ଝରଣା ଜଳ କୃଷକର କ୍ଷେତରେ ଫସଲ ଫଳାଉଛି। ଝରଣାର ଜଳ ଚାଷୀଭାଇର ଆର୍ଥିକ ବିକାଶରେ ସହାୟକ ହେଉଛି। ଚାଷୀଭାଇମାନେ ଝରଣାର ଜଳକୁ ସଦବିନିଯୋଗ କରି ସରକାର ଓ ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଉପାନ୍ତ ତେଲନଦୀ ପଂଚାୟତ ଅନ୍ତର୍ଗତ ଦୁର୍ଗମ କୁନିନାଲ ଗ୍ରାମର ଚାଷୀମାନେ ନିଜେ ବୁଦ୍ଧି ଲଗାଇ ଗୋଟିଏ ପାହାଡ଼ରେ ବହୁଥିବା ଝରଣା ପାଣିକୁ ବାଉଁଶପୋଲ ସାହାଯ୍ୟରେ ପ୍ଲାଷ୍ଟିକ ପାଇପ ଯୋଗେ ଜମିରେ […]

ରାଜ୍ୟ

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରିଗଡ଼, ଖିଣ୍ଡା

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ହେବ। ଏହି ଦୁଇଟି ସ୍ଥାନକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି। ଦେବ୍ରିଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ବଦେଶ ଦର୍ଶନ ୨.୦ରେ ସାମିଲ କରାଗଲା ବୋଲି ଗତ ଡିସେମ୍ବର ୨୮ତାରିଖରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ […]

ରାଜ୍ୟ

ନୂଆବର୍ଷରେ ପୁରୀରେ ରେକର୍ଡ ଶ୍ରଦ୍ଧାଳୁ: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ୫ ଲକ୍ଷ ଭକ୍ତ

ପୁରୀ: ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା ଭିଡ଼। ରାତି ୧୨ଟାରୁ ପୁରୀରେ ଲାଗିଥିଲା ଅସମ୍ଭବ ଭିଡ଼। ଦିନତମାମ ସମାନ ସ୍ଥିତି। ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ ସଂଖ୍ୟକ ୫ ଲକ୍ଷରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ବାଧାମୁକ୍ତ ଦର୍ଶନ କରିଛନ୍ତି। ୨୦୨୪ ବର୍ଷ ପାଇଁ ରାଜ୍ୟ ତଥା ନିଜ ପାଇଁ ପ୍ରାର୍ଥନା ଜଣାଇଛନ୍ତି ମହାପ୍ରଭୁଙ୍କୁ। ଆସନ୍ତା ଜାନୁଆରି ୧୭ ତାରିଖରେ ଉଦ୍‌‌ଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଗତକାଲିଠାରୁ […]

ରାଜ୍ୟ

ଆନ୍ଧ୍ର ବେପାରୀଙ୍କ ଜାଲରେ ଫସିଗଲେ: ଉଜୁଡ଼ିଲା ଜୀବିକା, ୪ ହଜାର ମତ୍ସ୍ୟଜୀବୀ ଏବେ ଦାଦନ

ବିବୁଧେନ୍ଦ୍ର ପାଢ଼ୀଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଇଲାକା ସୋରଳ, ସୋନପୁର, କତୁରୁ ଓ ଏକସିଙ୍ଗି ପଞ୍ଚାୟତ। ଆବହମାନ କାଳରୁ ଏଠାକାର ଅଧିବାସୀ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରିଆସୁଛନ୍ତି। ଏଥିପାଇଁ ଏହି ଇଲାକା ଗୁଡ଼ିକ ମତ୍ସ୍ୟଜୀବୀବହୁଳ ପଞ୍ଚାୟତ ଭାବେ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ‌ତେବେ ସମୟ ଚକ୍ରରେ ସୀମାନ୍ତ ଆନ୍ଧ୍ରପ୍ରଦେଶର ବେପାରୀମାନେ କୌଶଳ ଖଟାଇ ଏହି ନିରୀହ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡିକୁ ଉଜାଡ଼ି ଦେଇଛନ୍ତି। ବିସ୍ତୀର୍ଣ୍ଣ ଲୁଣା […]

ରାଜ୍ୟ

ପିଡିଏସ୍‌ରେ ଡାଲି, ମଧ୍ୟାହ୍ନଭୋଜନରେ ମିଲେଟ୍‌ ଦିଆଯିବା ଉଚିତ: ଡ୍ରେଜ

ଭୁବନେଶ୍ବର: ୬ ବର୍ଷ ପୂର୍ବରୁ ରାସ୍ତାକଡ଼ରେ ତଳେ ବସି ଖାଉଥିବା ଅର୍ଥଶାସ୍ତ୍ରୀ ଜେ. ଡ୍ରେଜଙ୍କ ଫଟୋ ଖୁବ ଭାଇରାଲ୍‌ ହୋଇଥିଲା। ବେଲଜିୟମ୍‌ରେ ଜନ୍ମ, କିନ୍ତୁ ଭାରତର ନାଗରିକ। ଗରିବ ଏବଂ ଶ୍ରମିକଙ୍କ ଉନ୍ନତି ପାଇଁ ତାଙ୍କ ଅର୍ଥଶାସ୍ତ୍ର ସର୍ବଦା ମୁଖର। ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ଯାଇ ଲୋକଙ୍କ ସ୍ଥିତି ଅନୁଧ୍ୟାନ କରି ସେହି ଅନୁଯାୟୀ ବିକାଶର ମଡେଲ ପ୍ରସ୍ତୁତ କରନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଓଡ଼ିଶାର ଅନେକ ଗାଁ ମଧ୍ୟ ବୁଲିଛନ୍ତି। ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ […]

ରାଜ୍ୟ

ଫୋକସ୍‌-ଆସିକା ସଂସଦୀୟ କ୍ଷେତ୍ର: ବିଜେଡି ଦଖଲରେ ୨୫ ବର୍ଷ

ବ୍ରହ୍ମପୁର ( ସୁଦୀପ୍ତ ଷଡ଼ଙ୍ଗୀ) : ଗଞ୍ଜାମ ଜିଲ୍ଲାରେ ସଂସଦୀୟ କ୍ଷେତ୍ର ଦୁଇଟି, ବ୍ରହ୍ମପୁର ଏବଂ ଆସିକା। ରାଜନୈତିକ ଦୃଷ୍ଟିରୁ ଆସିକା ଲୋକସଭା କ୍ଷେତ୍ରର ଏକ ସ୍ବତନ୍ତ୍ର ପରିଚୟ ରହିଛି। କାରଣ ଏହି ଲୋକସଭା ଆସନରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସାଂସଦ ହୋଇଥିଲେ। ସେହିପରି ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆସନରୁ ଉପନିର୍ବାଚନରେ ଜିଣି ସାଂସଦ ହୋଇ ରାଜନୀତିରେ ଖଡ଼ି ଛୁଇଁ ଥିଲେ। ସେବେଠାରୁ ଏହି ଆସନ ବିଜେଡି […]

ରାଜ୍ୟ

ନୀତେଶ ଗଙ୍ଗଦେବ ବିଜେପିରେ ଅଛନ୍ତି ତ?

ସମ୍ବଲପୁର: ନିର୍ବାଚନ ଜିତିବା ପରଠାରୁ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କର ପ୍ରାୟତଃ ଦେଖା ମିଳୁନାହିଁ। ମଝିରେ କେତେକ ବ୍ୟକ୍ତି ସମ୍ବଲପୁର ଲୋକସଭା ସାଂସଦ ନ‌ିଖୋଜ ଥିବା ନେଇ କାନ୍ଥବାଡ଼ରେ ପୋଷ୍ଟର ଲଗାଇଥିଲେ। ଏବେ ସେ ବିଜେପି‌ରେ ଅଛନ୍ତି କି ନାହିଁ ବୋଲି ଜନସାଧାରଣରେ ଚର୍ଚ୍ଚା ହେଲାଣି। ତାଙ୍କ ଫେସ୍‌ବୁକ୍ ପୋଷ୍ଟରୁ ଏଭଳି କିଛି ମନେ ହେଉଛି। ନୀତେଶଙ୍କ ନାମରେ ଥିବା ଫେସ୍‌ବୁକ୍‌ ଆକାଉଣ୍ଟରୁ ବିଜେଡି ସମର୍ଥନରେ ନିୟମିତ ବ୍ୟବଧାନରେ ବିଭିନ୍ନ ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି। […]

ରାଜ୍ୟ

କଂଗ୍ରେସଠୁ ମୋହନା ଆସନ ଛଡ଼ାଇବା ଲକ୍ଷ୍ୟରେ ବିଜେଡି

ରା.ଉଦୟଗିରି ରାଜନୈତିକ ଦୃଷ୍ଟିକୋଣରୁ ଗଜପତି ଜିଲ୍ଲା ୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟତମ କାରଣରୁ ବିଶେଷ ଚର୍ଚ୍ଚାକୁ ଆସିଥିଲା। ଜିଲ୍ଲାର ଦୁଇଟିଯାକ ଆସନରୁ ଗଲା ୨୦୧୯ ନିର୍ବାଚନରେ ଅଣବିଜେଡି ବିଧାୟକ ବିଜୟୀ ହୋଇଥିଲେ। ପାରଳାଖେମୁଣ୍ଡି ଆସନରେ ପୂର୍ବତନ ବିଜେଡି ବିଧାୟକ କେ. ନାରାୟଣ ରାଓ ବିଜେପି ଟିକେଟ୍‌ରେ ଲଢ଼ି ବିଧାୟକ ହୋଇଥିଲେ। ସେଭଳି ମୋହନା ଆସନରେ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ବିଜୟୀ ହୋଇଥିଲେ। ଏହାପରେ ରଣ‌କୌଶଳ ବଦଳାଇଛି ବିଜେଡି। ନିୟମିତ ବ୍ୟବଧାନରେ ଶହଶହ କର୍ମୀଙ୍କୁ ଦଳରେ ସାମିଲ […]

ରାଜ୍ୟ

ଇତିହାସ ପୃଷ୍ଠାରୁ: ୩ ମୁଖ୍ୟମନ୍ତ୍ରୀ ପରାଜିତ

୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବୀରେନ୍‌ ମିତ୍ର ଓ ସଦାଶିବ ତ୍ରିପାଠୀ ନିର୍ବାଚନରେ ପରାସ୍ତ ହୋଇଯାଇଥିଲେ। ବିଜୁ ପଟ୍ଟନାୟକ ଗୋଟିଏ ଲୋକସଭା ଓ ୪ ଗୋଟି ବିଧାନସଭାରୁ ଲଢ଼ି ସବୁଠାରେ ପରାଜିତ ହୋଇଥିଲେ। ବିଜୁବାବୁ ଭଞ୍ଜନଗର ଲୋକସଭାରେ କମୁନିଷ୍ଟ ପ୍ରାର୍ଥୀ ଦୂୂତିକୃଷ୍ଣ ପଣ୍ଡା, ଭଞ୍ଜନଗର ବିଧାନସଭାରୁ ଶାସକ କଂଗ୍ରେସ ପ୍ରାର୍ଥୀ ସୋମନାଥ ରଥ, ଚୌଦ୍ବାରରୁ ଶାସକ କଂଗ୍ରେସ ପ୍ରାର୍ଥୀ କାହ୍ନୁଚରଣ ଲେଙ୍କା, ଭୁବନେଶ୍ବରରୁ ଶାସକ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ମହତାବ ଓ ଖୋର୍ଦ୍ଧାରୁ ଶାସକ […]