ପପୁଙ୍କ ସହ ଗାଇଲେ ତ୍ରୈଲୋକ୍ୟ, ‘ମୁଁ ଗର୍ମେଣ୍ଟ ଇସ୍କୁଲ ପିଲା, ଲିଟିଲି ଷ୍ଟାର ହେଇଛି’
ବାଲିପାଟଣା : ‘ମୁଁ ଇସ୍କୁଲରେ ପଢୁଛି.. ପ୍ରଥମ ଶ୍ରେଣୀରେ ପଢ଼ୁଛି.. ମୁଁ କଣ ଶୁଣିଲି ଆମ ଇସ୍କୁଲ ଉଠିଯିବ’ ଭାଇରାଲ୍ ବୟ ତ୍ରୈଲୋକ୍ୟ ଓଲିଉଡ୍ର ବିଶିଷ୍ଟ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ସହ ଗୀତଟିଏ ଗାଇବାର ମଉକା ପାଇଛନ୍ତି। ‘ମୁଁ ଗର୍ମେଣ୍ଟ ଇସ୍କୁଲ ପିଲା ଲିଟିଲି ଷ୍ଟାର ହେଇଛି’ ଗୀତଟିର ରେକର୍ଡିଂ ସରିଛି ଓ ଖୁବ୍ଶୀଘ୍ର କ୍ୟାସେଟ୍ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବାଲିପାଟଣା ବ୍ଲକ ଆମେଣାକୁଦ ପ୍ରାଥମିକ ବିଦ୍ୟାଳୟ […]