ସମ୍ବଲପୁରରେ ପ୍ରଥମ ନିର୍ବାଚନ: ଗଣତନ୍ତ୍ର ପରିଷଦ ଗ୍ରାମୋଫୋନ୍ ବଜାଇଲା; କଂଗ୍ରେସ କମ୍ବଳ ବାଣ୍ଟିଲା
ସ୍ବାଧୀନତୋତ୍ତର ପ୍ରଥମ ବିଧାନସଭା (୧୯୫୧-୫୨) ନିର୍ବାଚନ ବେଳେ ‘ସମ୍ବଲପୁର-ରେଢ଼ାଖୋଲ’ ନାମରେ ନିର୍ବାଚନମଣ୍ଡଳୀ ଥିଲା। ନିର୍ବାଚନମଣ୍ଡଳୀ ଦ୍ବୈତ(ଯୁଗ୍ମ) ଥିଲା। ଜଣେ ସାଧାରଣବର୍ଗରୁ ଏବଂ ଅନ୍ୟଜଣେ ଅନୁସୂଚିତ ଜନଜାତି ବର୍ଗରୁ ନିର୍ବାଚିତ ହେବାର ବ୍ୟବସ୍ଥା ଥିଲା। ଏହା ୮୩୪ ବର୍ଗ ମାଇଲ କ୍ଷେତ୍ରଫଳ ବିଶିଷ୍ଟ ରେଢ଼ାଖୋଲ ସବ୍ଡିଭିଜନ ଓ ସମ୍ବଲପୁର ସବ୍ଡିଭିଜନର ଧମା, ଯୁଯୁମୁରା ଏବଂ ସମ୍ବଲପୁର ସଦର ଥାନା ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ମିଶ୍ରଣ ପରେ ପୂର୍ବତନ ଗଡ଼ଜାତ ରେଢ଼ାଖୋଲ ସବ୍ଡିଭିଜନ ଢେଙ୍କାନାଳ ଜିଲ୍ଲାରେ ରହି ୨୬ […]









