ନୂଆଦିଲ୍ଲୀ: ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍ଡ୍’ର ଦୁଇଟି ଡୋଜ୍ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ଲାଗି ‘ଦି ନ୍ୟାସ୍ନାଲ୍ ଟେକ୍ନିକାଲ୍ ଆଡ୍ଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍’ (ଏନ୍ଟିଏଜିଆଇ) ଗୁରୁବାର ଦିନ ପ୍ରସ୍ତାବ ଦେଇଛି। ପୂର୍ବରୁ ଏହି ବ୍ୟବଧାନ ଥିଲା ୪ ରୁ ୮ ସପ୍ତାହ। ସେହିଭଳି, ଅନ୍ତଃସତ୍ତ୍ବା ମହିଳାମାନେ ନିଜ ପସନ୍ଦ ମୁତାବକ ଯେକୌଣସି କୋଭିଡ୍-୧୯ ଟିକା ବାଛି ନେଇ ପାରିବେ। ପ୍ରସବ କରିବା ପରେ […]