ମନୋରଞ୍ଜନ

ପ୍ରିୟଙ୍କା ଚୋପ୍ରା କହିଲେ ବୟସ ବଢିବା ସହିତ ଶରୀର ମଧ୍ୟ ବଦଳୁଛି, ମିଛ କହିବିନି ମୋତେ କୌଣସି ଫରକ ପଡୁନାହିଁ

ନୂଆଦିଲ୍ଲୀ ୧୩/୦୫: ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ତାଙ୍କ ଶରୀର ପୂର୍ବ ପରି ସମାନ ନୁହେଁ। ସେ ମଧ୍ୟ ଏହି ସତ୍ୟକୁ ଗ୍ରହଣ କରିଛନ୍ତି | ତଥାପି, ସେ ସ୍ୱୀକାର କରିଛନ୍ତି ଯେ, ଯେଉଁଭଳି ଭାବରେ ତାଙ୍କ ଶରୀରର ବିଚାର କରାଯାଏ, ସେଥିରେ ସେ ଚିନ୍ତିତ ହୋଇଯାଆନ୍ତି । ସେ କହିଛନ୍ତି ଯେ ତାଙ୍କ ଶରୀର ଯେଉଁଭଳି, ସେ ଏହାକୁ ସେହିପରି ଗ୍ରହଣ କରିବା ଶିଖିଯାଇଛନ୍ତି। ୨୦୦୦ ରେ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲ୍ଡ ହୋଇଥିଲେ । […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ବାତାବରଣ ସୁଖମୟ ରହିବ। କୌଣସି କାମ ପୂରା କରିବାରେ ନିଜ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ। ବୃଷ: ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ। ମିଥୁନ: ଦିନଟି ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ଜୀବନସାଥୀ ଆପଣଙ୍କୁ ମନାଇବା ପାଇଁ ଭଲ ଜିନିଷ ଖାଇବାକୁ ଦେବେ। […]

ସ୍ୱାସ୍ଥ୍ୟ

ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ

ବାଲିପାଟଣା: ପୁଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ। ଅଠାନ୍ତର ବନମାଳୀପୁର ରାସ୍ତା ଅବରୋଧ କଲେ ଲୋକେ। ବାଲିପାଟଣା ଧାନହରା ସାପ୍ତାହିକ ହାଟରେ କିଛି ବ୍ୟବସାୟୀ ସାମାଜିକ ନିୟମ ଉଲ୍ଲଘଂନ କରିଥିଲେ। ବାଲିପାଟଣା ଥାନା ପୁଲିସ ସେମାନଙ୍କୁ ତାଗିଦ କରିବା ସହ ପନିପରିବା ଫୋପଡ଼ା ଫିଙ୍ଗା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ପ୍ରତିବାଦ କରି ଚାଷୀମାନେ ଅଠାନ୍ତର-ବନମାଳିପୁର ରାସ୍ତା ଧାନହରା ଛକରେ ପନିପରିବା ରଖି ରାସ୍ତାରୋକ କରିଛନ୍ତି।

ମନୋରଞ୍ଜନ

ଆସୁଛି ‘ଶଙ୍ଖା ସିନ୍ଦୂର’

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର’ ରିଲିଜ୍‌ ଅପେକ୍ଷାରେ ରହିଛି। ଏହି ଚଳଚ୍ଚିତ୍ରରେ ନାୟକ ଅଭିଷେକ ଏବଂ ନାୟିକା ଭୂମିକାରେ ଅଛନ୍ତି ଅଙ୍କିତା ଓ ମହିମା। ବନସ୍ବର୍ଣ୍ଣ ଟେଲିଭିଜିନ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର୍‌ରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବଦ୍ରିନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରଂଜିତ ବାରିକ। ଅଭିଜିତ ମଜୁମ୍‌ଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ୍ ସାଗର, ସ୍ୱୟମ୍ ପାଢ଼ୀ, ଇରା ମହାନ୍ତି, ରୋଜାଲିନ୍‌, ରିଙ୍କି, ନେହା ଓ ନୀହାରିକା […]

ମନୋରଞ୍ଜନ

ବିବାଦରେ ‘ବିଦ୍ୟାରାଣ’

ଗୋଟିଏ ଟାଇଟଲ୍‌କୁ ନେଇ ଏବେ ଦୁଇଜଣ ପ୍ରଯୋଜକ ଅଡ଼ୁଆରେ ପଡ଼ିଛନ୍ତି। ଗୋଟିଏ ପ୍ରଯୋଜନା ସଂସ୍ଥା ଟଙ୍କା ଖର୍ଚ୍ଚ କରି ସିନେମା ତିଆରି କରିଥିବା ବେଳେ ଆଉ ଗୋଟିଏ ସଂସ୍ଥା ଏହି ସିନେମାଟିକୁ ନିର୍ମାଣ କରିଛି ବୋଲି ବାହା ବାହା ନେବାକୁ ଗଣମାଧ୍ୟମରେ ପ୍ରଚାର କରିଚାଲିଛି। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ଏବେ ବିବାଦରେ। ଟଙ୍କା ଖର୍ଚ୍ଚ କରିଥିବା ପ୍ରଥମ ପ୍ରଯୋଜନା ସଂସ୍ଥା ଏନେଇ ସିଣ୍ଡିକେଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସିଣ୍ଡିକେଟ ହାତ ଟେକିଦେଇଛି। କେବଳ ଆସ୍ବାଶନା ଦେଇଛି […]

ମନୋରଞ୍ଜନ

ୱେଲକମ୍ ଆଦା

କୋଭିଡ୍ ଭଳି ଦୁଃସମୟରେ କେହି ଖୁସି ମନେଇବା ପାଇଁ ଆଉ ସ୍ବତନ୍ତ୍ର ପାର୍ବଣର ଆୟୋଜନ କରୁନାହାନ୍ତି। ଏତିକିବେଳେ ବଲିଉଡ୍ ଅଭିନେତ୍ରୀ ଆଦା ଶର୍ମା ମଧ୍ୟ ନିଜର ଜନ୍ମଦିନକୁ ଭର୍ଚୁଆଲ୍ ମାଧ୍ୟମରେ ପାଳନ କରୁଛନ୍ତି। ଗତକାଲି ଥିଲା ଆଦାଙ୍କ ଜନ୍ମଦିନ। ଜନ୍ମଦିନରେ ସେ ସଂକଳ୍ପ ନେଇଛନ୍ତି ଯାହା ସବୁଠୁ ଶ୍ରେଷ୍ଠ ହେଇପାରିବ ସେ ତାଙ୍କ ଅବଶିଷ୍ଟ ଜୀବନରେ କରିବେ। ଆଦା କହିଛନ୍ତି, ‘ମୁଁ ମୋ ମମିଙ୍କ ସହ ଜନ୍ମଦିନ ପାଳନ କରିଛି। ଏତେବଡ଼ ଖୁସିରେ ମୁଁ ମୋ ସାଙ୍ଗମାନଙ୍କୁ […]

ଖେଳ

ବିନା ଶୋଭାଯାତ୍ରାରେ ଯିବ ଅଲିମ୍ପିକ୍‌ ମଶାଲ

ଟୋକିଓ: ଆସନ୍ତା ସପ୍ତାହରେ ହିରୋସିମାରେ ହେବାକୁ ଥିବା ଅଲିମ୍ପିକ୍‌ ମଶାଲ୍‌ ଯାତ୍ରା ବିନା ଶୋଭାଯାତ୍ରାରେ କରାଯିବ ବୋଲି ହିରୋସିମା ଗଭର୍ଣ୍ଣର ହିଦୋହିକୋ ୟୁଜାକି ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆଉ ୧୦ ସପ୍ତାହରୁ କମ୍‌ ସମୟ (ଜୁଲାଇ ୨୩) ରହିଥିବା ବେଳେ ଏହାକୁ ବାତିଲ କରିବାକୁ ମଧ୍ୟ ଦାବି ଜୋର୍‌ ଧରିଛି। ହିରୋସିମାର ଗଳିକନ୍ଦିରେ ଶୋଭାଯାତ୍ରା ହେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏବେ କିଭଳି କରାଯିବ ସେ ନେଇ ଚିନ୍ତା ପ୍ରକଟ କରାଯାଇଛି। ଅନ୍ୟପକ୍ଷରେ […]

ଖେଳ

ସିଙ୍ଗାପୁର ଓପନ୍‌ ବାତିଲ; ଅଲିମ୍ପିକ୍ସରୁ ବଞ୍ଚିତ ହେବେ ସାଇନା, ଶ୍ରୀକାନ୍ତ

ହାଇଦ୍ରାବାଦ: କରୋନା ମହାମାରୀକୁ ନଜରରେ ରଖି ବୁଧବାର ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାର ଶେଷ ବ୍ୟଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ସିଙ୍ଗାପୁର ଓପନ୍‌ ବାତିଲ ହୋଇଛି। ଫଳରେ ଏହି ପ୍ରତିଯୋଗିତାରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟ ରଖିଥିବା ଦୁଇ ଭାରତୀୟ ତାରକା ସାଇନା ନେହୱାଲ ଏବଂ କିଦାମ୍ବି ଶ୍ରୀକାନ୍ତଙ୍କ ଆଶା ମଉଳିଯାଇଛି। ଏହି ପ୍ରତିଯୋଗିତା ପୂର୍ବରୁ ମଧ୍ୟ ଏହି ଦୁଇ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳିଙ୍କ ଅଲିମ୍ପିକ୍ସ ଯୋଗ୍ୟତା ଭାଗ୍ୟ ଝୁଲି ରହିଥିଲା। ଏବେ ସିଙ୍ଗାପୁର ଓପନ୍‌ ବାତିଲ ହୋଇଯିବାରୁ […]

ଖେଳ

ଅର୍ପିତାଙ୍କ ଅଲିମ୍ପିକ୍ସ ଆଶା ଅଲିମ୍ପିଆନ୍ ହେବାର ସମସ୍ତ ଗୁଣ ଅର୍ପିତାର ଅଛି: ପ୍ରଶିକ୍ଷକ

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ନେପାଳର କାଠମାଣ୍ଡୁଠାରେ ଆୟୋଜିତ ସାଉଥ ଏସିଆନ୍ ଫେଡେରେସନ୍ ଫର୍‌ ଅଲ୍ ସ୍ପୋର୍ଟସ (ସାଫ୍ସ‌) ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରେକର୍ଡ ପ୍ରଦର୍ଶନ ସହ ବିଶ୍ବ ସ୍କୁଲ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅର୍ପିତା ପରିଡ଼ା ଓଡ଼ିଶା କ୍ରୀଡ଼ା ଆକାଶର ଅନ୍ୟତମ ଉଦୀୟମାନ ତାରକା ଭାବେ ଉଭା ହୋଇଛନ୍ତି। ମାତ୍ର ୧୮ ବର୍ଷ ବୟସରେ ଡିସକସ୍ ଭଳି ଶକ୍ତି ଓ ସାମର୍ଥ୍ୟଭରା ଖେଳର ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ନିଜର ନିଆରା ଛାପ ଛାଡ଼ିଥିବା ଏହି […]

ସ୍ୱାସ୍ଥ୍ୟ

‘କୋଭିସିଲ୍‌ଡ୍‌’ର ୨ ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବାକୁ ପ୍ରସ୍ତାବ ଦେଲା ସରକାରୀ କମିଟି

ନୂଆଦିଲ୍ଲୀ: ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ଲାଗି ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏନ୍‌ଟିଏଜିଆଇ) ଗୁରୁବାର ଦିନ ପ୍ରସ୍ତାବ ଦେଇଛି। ପୂର୍ବରୁ ଏହି ବ୍ୟବଧାନ ଥିଲା ୪ ରୁ ୮ ସପ୍ତାହ। ସେହିଭଳି, ଅନ୍ତଃସତ୍ତ୍ବା ମହିଳାମାନେ ନିଜ ପସନ୍ଦ ମୁତାବକ ଯେକୌଣସି କୋଭିଡ୍‌-୧୯ ଟିକା ବାଛି ନେଇ ପାରିବେ। ପ୍ରସବ କରିବା ପରେ […]