ମନୋରଞ୍ଜନ

ପପୁଙ୍କ ଅନ୍‌ଲାଇନ୍ କ୍ଲାସ୍

ପପୁ ପମ୍‌ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀ। ଏହି ହାସ୍ୟ ଅଭିନେତାଙ୍କୁ କିଏ ବା ନ ଜାଣେ। ସବୁଠି ତାଙ୍କ ପ୍ରଶଂସକ। ଟିଭି ପରଦାରେ ପପୁଙ୍କ ନଖରାମି ଦର୍ଶକଙ୍କୁ ଭରପୂର ମନୋରଂଜନର ଖୋରାକ ଯୋଗାଇଛି। ଟିକିଏ ସୁଯୋଗ ମିଳିଲେ, ପପୁ ତାଙ୍କର ହସ ପେଡ଼ି ଖୋଲିଦିଅନ୍ତି। ଦର୍ଶକଙ୍କ ମୁହଁରେ ବାଣ୍ଟି ଦିଅନ୍ତି ହସ, ସାଉଣ୍ଟି ଆଣନ୍ତି ପ୍ରଶଂସକଙ୍କ ଭଲ ପାଇବା। କୋଭିଡ୍ ସଂକ୍ରମଣ ସମୟରେ ପପୁ ପମ୍‌ପମ୍ ନେଇ ଆସିଛନ୍ତି ନିଜ ଅନ୍‌ଲାଇନ୍ କ୍ଲାସ୍‌। କରୋନା ମହାମାରୀରେ ଲୋକଙ୍କ […]

ଖେଳ

ଗିଲ୍‌ଙ୍କୁ ଜଣା କୋହଲିଙ୍କ ଦୁର୍ବଳତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଦକ୍ଷତା ଆଗରେ ବଡ଼ ବଡ଼ ବୋଲର ହାର ମାନିଛନ୍ତି। ଅତୁଳନୀୟ ବ୍ୟାଟିଂ କୌଶଳରେ ବିଶ୍ବର ଅଧିକାଂଶ ବୋଲରଙ୍କୁ ଆପାତତଃ ସେ ପାଣି ପିଆଇଛନ୍ତି। ଲୟ ଜମିଗଲେ ବିରାଟ ଯେ ଏକପ୍ରକାର ତ୍ରୁଟିହୀନ ବ୍ୟାଟିଂ କରନ୍ତି ବୋଲି ତାହା ଅନେକ କ୍ରିକେଟ୍ ବିଶେଷଜ୍ଞ ବହୁବାର କହିସାରିଛନ୍ତି। ତେବେ ବିରାଟଙ୍କର ବି ଏକ ବଡ଼ ଦୁର୍ବଳତା ରହିଛି। ଆଉ ତାଙ୍କର ଏହି ଦୁର୍ବଳତା ଉପରୁ ପରଦା ଉଠାଇଛନ୍ତି […]

ଖେଳ

କଳିଙ୍ଗ ଷ୍ଟାଡିୟମ୍‌ରେ କରୋନା ଆତଙ୍କ

ଭୁବନେଶ୍ବର: ଗତବର୍ଷ ଭଳି ଏବର୍ଷ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ହାଇପରଫର୍‌ମାନ୍ସ ସେଣ୍ଟରକୁ କରୋନା ଭୂତାଣୁ ଧସେଇ ପଶିଛି। ଗତବର୍ଷ ଏଠାରେ କାର୍ଯ୍ୟରତ ହକି ହାଇପରଫର୍‌ମାନ୍ସ ସେଣ୍ଟରର କିଛି ଖେଳାଳି ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଏବର୍ଷ କରୋନାର ଦ୍ବିତୀୟ ଲହର ଅଚାନକ ଦୌଡ଼କୁଦ ହାଇପରଫର୍‌ମାନ୍ସ ଓ ଭାରୋତ୍ତୋଳନ ହାଇପରଫର୍‌ମାନ୍ସ ସେଣ୍ଟରକୁ ମାଡ଼ିଛି। ଉଭୟ ସେଣ୍ଟରକୁ ମିଶାଇ ପାଖାପାଖି ୩୦ ଜଣ ଖେଳାଳି, କର୍ମଚାରୀ ଓ ଅଧିକାରୀଙ୍କୁ କରୋନା ସଂକ୍ରମିତ ହୋଇସାରିଛି। ଏମାନେ ଷ୍ଟାଡିୟମ୍ […]

ଖେଳ

ପାୱାର ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ୨୦୧୮ ଟି-୨୦ ବିଶ୍ବକପ୍‌ ପରେ ବିବାଦରେ ଛନ୍ଦି ହୋଇ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ବହିଷ୍କୃତ ହୋଇଥିବା ରମେଶ ପାୱାର ପୁଣି ଥରେ ଏହି ଦାୟିତ୍ବକୁ ଫେରିଛନ୍ତି। ସେ ପୂର୍ବତନ ପ୍ରଶିକ୍ଷକ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନରେ ନିଯୁକ୍ତ ହେଲେ ବୋଲି ବିସିସିଆଇ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କ୍ରିକେଟ୍‌ ପରାମର୍ଶଦାତା ସମିତି (ସିଏସି) ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଲାଗି ପୂର୍ବତନ ଭାରତୀୟ ସ୍ପିନର ପାୱରଙ୍କ ନାଁ ସୁପାରିସ କରିଥିଲା। […]

ଖେଳ

ସିଏସ୍‌କେ ଅଭିଜ୍ଞତା ପରେ ରାଜାଙ୍କ ଆତ୍ମବିଶ୍ବାସ, ଓଡ଼ିଶା ଭଲ ଖେଳିବା ଆବଶ୍ୟକ ଏମ୍‌ଆର୍‌ଏଫ୍‌ରୁ ଚିହ୍ନଟ, ଧଳାବଲ୍‌ର ଗୁରୁତ୍ବ ଅନୁଭବ କଲି

ଏମ୍‌ଆର୍‌ଏଫ୍‌ରୁ ଚିହ୍ନଟ କେବଳ ଭାରତ ନୁହେଁ ଶ୍ରୀଲଙ୍କାକୁ ବି ବହୁ ଦ୍ରୁତ ବୋଲର ଯୋଗାଇଥିବା ଏମ୍‌ଆର୍‌ଏଫ୍‌ ପେସ୍‌ ଫାଉଣ୍ଡେସନ୍‌ରୁ ହିଁ ରାଜେଶଙ୍କୁ ଚିହ୍ନଟ କରିଥିଲା ଚେନ୍ନାଇ ସୁପର୍ କିଙ୍ଗ୍ସ। ବିଗତ ୩ ବର୍ଷ ହେବ ଚେନ୍ନାଇସ୍ଥିତ ଏହି ଫାଉଣ୍ଡେସନ୍‌ରେ ପ୍ରଶିକ୍ଷାର୍ଥୀ ଭାବେ ସାମିଲ ଥିବାରୁ ରାଜେଶଙ୍କ ଉପରେ ସିଏସ୍‌କେର ନଜର ପଡ଼ିଥିଲା। ପ୍ରଥମ ଋତୁରୁ ପ୍ରଭାବ ଛାଡ଼ିଥିବାରୁ ଏମ୍ଆର୍‌ଏଫ୍‌ ପେସ୍‌ ଫାଉଣ୍ଡେସନର ମୁଖ୍ୟ ପ୍ରଶିକ୍ଷକ ଏମ୍‌ ସେନ୍ଥିଲ୍‌ନାଥନ୍ ରାଜେଶଙ୍କ ନାମ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଠାଇଥିଲେ। ରାଜେଶଙ୍କ […]

ମନୋରଞ୍ଜନ

ଅମିତାଭ ବଚ୍ଚନଙ୍କ ଠାରୁ ସୋନମ କପୁର ପର୍ଯ୍ୟନ୍ତ, ଷ୍ଟାରମାନେ ଫ୍ୟାନ୍ସଙ୍କୁ ଦେଲେ ଇଦ୍ ମୁବାରକ

ମୁମ୍ବାଇ ୧୪/୦୫: ଆଜି ସମଗ୍ର ଦେଶରେ ଅର୍ଥାତ୍ ୧୪ ମେରେ ଇଦ୍ ପର୍ବ ପାଳନ କରାଯାଉଛି । ବଲିଉଡ ପାଇଁ ଇଦ୍ ଅତ୍ୟନ୍ତ ସ୍ୱତନ୍ତ୍ର । ସଲମାନ ଖାନ ଗତ କିଛି ବର୍ଷ ହେବ ଇଦ୍‌ରେ ତାଙ୍କର ଫିଲ୍ମ ରିଲିଜ୍ କରି ଆସୁଛନ୍ତି । ଫ୍ୟାନ୍ସଙ୍କ ଠାରୁ ମଧ୍ୟ ସେ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରନ୍ତି । ତେବେ କୋଭିଡ କାରଣରୁ ଚଳିତ ବର୍ଷ ସବୁକିଛି ବଦଳିଯାଇଛି ଏବଂ ଲୋକମାନେ ନିଜ ଘରେ ରହି ଏହାକୁ ପାଳନ […]

ମନୋରଞ୍ଜନ

କରୋନାରେ ଚାଲିଗଲା ଆଉ ଏକ ଜୀବନ, ‘ଲଭ୍ ୟୁ ଜିନ୍ଦେଗୀ’ ଗୀତରେ ଝୁମୁଥିବା ଝିଅ ଦୁନିଆକୁ ଦେଲେ ବିଦାୟ

ମୁମ୍ବାଇ ୧୪/୦୫: କରୋନା ମହାମାରୀର ବିପଦ ମଧ୍ୟରେ, ଏପରି ଅନେକ ଖବର ଆସୁଛି ଯାହା ଶୁଣିବା ପରେ ସମସ୍ତଙ୍କ ହୃଦୟ ଚକିତ ହୋଇଯାଉଛି । ନିକଟରେ ଦିଲ୍ଲୀ ଡାକ୍ତରଖାନାର ଜଣେ ଝିଅର ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଝିଅଟି ଡାକ୍ତରଖାନାର ଶଯ୍ୟା ଉପରେ ପଡ଼ିଥିଲା ​​’ଡିଅର ଜିନ୍ଦେଗି’ ଫିଲ୍ମର ‘ଲଭ୍ ୟୁ ଜିନ୍ଦେଗି’ ଗୀତ ଶୁଣି ଝୁମି ଉଠୁଥିଲା। ସମସ୍ତେ ତାଙ୍କ ସାହସକୁ ପ୍ରଶଂସା କରୁଥିଲେ। ବର୍ତ୍ତମାନ ଡାକ୍ତରଖାନାର ଡାକ୍ତର ମୋନିକା ଲଙ୍ଗେ କହିଛନ୍ତି ଯେ ଝିଅଟି […]

ଖେଳ

ଦିନଥିଲା ରମେଶଙ୍କ ଉପରେ ଆରୋପ ଲଗାଇଥିଲେ ମିତାଲି : ଏବେ ଫୁଣି ଏକାଠି କାମ କରିବେ ପାଓ୍ୱାର-ରାଜ୍

ନୂଆଦିଲ୍ଲୀ ୧୪/୫: ଦିନଥିଲା ପୂର୍ବତନ କ୍ରିକେଟର ରମେଶ ପାୱାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମହିଳା କ୍ରିକେଟର ମିତାଲି ରାଜ୍ । ବର୍ତ୍ତମାନ ସେମାନେ ପୁଣି ଏକାଠି କାମ କରିବେ । ପୂର୍ବତନ ସ୍ପିନର ରମେଶ ପାୱାରଙ୍କୁ ଗୁରୁବାର ଦିନ ମହିଳା ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଡବ୍ଲୁ.ଭି ରମଣଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି । ପାୱାର ଏହା ପୂର୍ବରୁ ଦଳ ସହିତ ଥିଲେ । ତେବେ ୨୦୧୮ ଟି -20 ବିଶ୍ୱକପ ପରେ ବରିଷ୍ଠ […]

ରାଜ୍ୟ ସ୍ୱାସ୍ଥ୍ୟ

ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା

ବିନିକା, ୧୪/୦୫ : କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ କରିଛନ୍ତି l ଲୋକଙ୍କ ଦୈନିକ ଖାଦ୍ୟ ସାମଗ୍ରୀ ଉପରେ ଯେମିତି ଅସୁବିଧା ନ ହେବ ସେଥିପାଇଁ ସକାଳ ସମୟରେ କଟକଣା ସହ ପନିପରିବା ହାଟ, କିଛି ଦୋକାନ ବଜାର ଖୋଲୁଛି l ସେହି ସବୁ ନିୟମକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଲୋକେ ଫୁ କରି ବିନିକା ଦୈନିକ ବଜାରରେ ଗହଳି କରୁଛନ୍ତି । ପୋଲିସ କେବଳ ସହରର […]

ମନୋରଞ୍ଜନ

BRIT ଆୱାର୍ଡ: ଡୁଆ ଲିପା ନିଜ ନାମରେ କଲେ ମହିଳା ଏକକ କଳାକାର ପୁରଷ୍କାର

ନୂଆଦିଲ୍ଲୀ ୧୩/୦୫: ଲଣ୍ଡନର O୨ ଆରେନାରେ କଳାକାରମାନଙ୍କୁ ୨୦୨୧ BRIT ଆୱାର୍ଡ ପ୍ରଦାନ କରାଯାଇଛି । ବ୍ରିଟିଶ୍ ହାସ୍ୟ ଅଭିନେତା ଜ୍ୟାକ୍ ହ୍ୱାଇଟହଲ୍ ଏହି ସୋ’ର ଆୟୋଜନ କରିଥିଲେ । ଗାୟିକା ଡୁଆ ଲିପ୍ପା ବ୍ରିଟିସ୍ ପୁରସ୍କାର ସଂସ୍କରଣର ମୁଖ୍ୟ ଆକର୍ଷଣ ଥିଲେ । ସେ ବ୍ରିଟିଶ ମହିଳା ଏକକ କଳାକାରର ପୁରସ୍କାର ନିଜ ନାମରେ କରିଛନ୍ତି। ବ୍ରିଟିଶ ମହିଳା ଏକକ କଳାକାର ପୁରସ୍କାର ଗ୍ରହଣ କରି ଲିପା କହିଛନ୍ତି, ‘ମୁଁ ଭାବୁଛି (ବ୍ରିଟିଶ ପ୍ରଧାନମନ୍ତ୍ରୀ) ବୋରିସ୍ […]