ରାଜ୍ୟ

କାର୍ଯ୍ୟକ୍ଷମ ହୋଇପାରୁନି ଘୁ.ଉଦୟଗିରିରେ ନୂଆ ବସ୍‌ଷ୍ଟାଣ୍ଡ, ନିର୍ମାଣ ପାଇଁ ପ୍ରଶାସନର ନାହିଁ ତତ୍ପରତା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଓ ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ରେ ସମୁଦାୟ ଜନସଂଖ୍ୟା ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ ହେବ। ପ୍ରତିଦିନ ଶହଶହ ଗାଡ଼ି ଘୁ.ଉଦୟଗିରି ଦେଇ ବିଭିନ୍ନ ଜିଲ୍ଲାକୁ ଗମନାଗମନ କରୁଥିବା ବେଳେ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି। ଶୀତଦିନରେ ବାହାର ଲୋକଙ୍କର ସଂଖ୍ୟା ବଢ଼ି ଯାଇଥାଏ। ଓଡ଼ିଶାର ଦାର୍ଜିଂଲ କୁହାଯାଉଥିବା ଘୁମୁସର ଉଦୟଗିରିରେ ଥଣ୍ଡା ଅନୁଭବ କରିବା ପାଇଁ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଏଠି ବସ୍‌ଷ୍ଟାଣ୍ଡ ଟିଏ […]

ରାଜ୍ୟ

ହାଇଟେକ ଏସି ବିସ୍ଫୋରଣ ଘଟଣା: ଆଉ ଜଣଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଲା

ଭୁବନେଶ୍ବର: ହାଇଟେକ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାମନ୍ତରାୟ। ଗୁରୁତର ଥିବା ଦିଲୀପ ସାମନ୍ତରାୟ ଆଖି ବୁଜିଛନ୍ତି। ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଛନ୍ତି ଦିଲୀପ। ଏନେଇ ହାଇଟେକ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ହାଇଟେକ୍ ହସ୍ପିଟାଲ୍‌ ବିସ୍ଫୋରଣରେ ଜୀବିତଙ୍କୁ ମୃତ, ମୃତଙ୍କୁ ଜୀବିତ ବୋଲି ଭାବିନେବାରୁ ଯାହାସବୁ ହୋଇଥିଲା, ଆଜି ତା’ର ପ୍ରଭାବ ଦେଖିବାକୁ ମିଳିଥିଲା। ଜ୍ୟୋତି ରଞ୍ଜନ ମଲ୍ଲିକ ଚିକିତ୍ସିତ […]

ରାଜ୍ୟ

ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ!

ସୁନ୍ଦରଗଡ଼: ଦେଶରେ କରୋନା ପୁଣି ଥରେ ଫେରୁଥିବା ଚର୍ଚ୍ଚା ହେଉଛି। କିଛି ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି। ଏସ୍ଥିତିରେ ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। କେରଳା ଫେରନ୍ତା ଜଣେ ବ୍ୟକ୍ତିଙ୍କ ଦେହରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ହେଁ ସେ ସୁସ୍ଥ ଅଛନ୍ତି। ଘରେ ତାଙ୍କୁ ଗୃହାବଦ୍ଧ କରି ଚିକିତ୍ସା କରାଯାଉଛି।। ଅନ୍ୟ ଜଣକୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ସଂସ୍ପର୍ଶରେ […]

ରାଜ୍ୟ

ଗାଁରେ ଆତଙ୍କ ଖେଳାଇଲେ ଭାଲୁ ଓ ଶିଆଳ: ଯାହାକୁ ଦେଖିଲେ କାମୁଡ଼ିଲେ, ୮ କ୍ଷତାକ୍ତ

ଭଦ୍ରକ/ତିହିଡ଼ି/ନୀଳଗିରି: ଗାଁ ଭିତରକୁ ପଶି ଆସିଲେ ଭାଲୁ ଓ ଶିଆଳ। ଯାହାକୁ ଦେଖିଲେ ଗୋଡ଼େଇ କାମୁଡ଼ିଲେ। ପିଲାଠୁ ବୁଢ଼ା ସମସ୍ତଙ୍କ ମଧ୍ୟରେ ଆତଙ୍କ। ଘରେ ଘରେ ତାଟିକବାଟ ପଡ଼ିଗଲା। ଏମିତିକି ଜୀବନ ବଞ୍ଚାଇବାକୁ ଯାଇ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିବା ଖବର ମିଳିଛି। ବନ୍ୟଜନ୍ତୁ ଆକ୍ରମଣରେ ଭଦ୍ରକର ତିହିଡ଼ି ଓ ବାଲେଶ୍ବର ନୀଳଗିରିରେ ୮ ଜଣ କ୍ଷତବିକ୍ଷତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁର କମଳାକାନ୍ତ ନାୟକ (୪୮) […]

ରାଜ୍ୟ

ବଢ଼ିବ ରାତିର ତାପମାତ୍ରା

ଭୁବନେଶ୍ବର: କୁହୁଡ଼ିରୁ ଏବେ କମିବ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ରାସ୍ତାଘାଟ ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକମାନଙ୍କୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ […]

ରାଜ୍ୟ

ନିଲାମ ହେବ ଅର୍ଥତତ୍ତ୍ବ ସଂପତ୍ତି: ନିଲାମ ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟାଯିବ

କଟକ: ଅର୍ଥତତ୍ତ୍ବ ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରାଯିବା ସହିତ ନିଲାମ ହେବ। ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ବତନ୍ତ୍ର ଅଦାଲତ (ଡେଜିଗ୍‌ନେଟେଡ୍‌ କୋର୍ଟ) ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଅର୍ଥତତ୍ତ୍ବ ସଂସ୍ଥାର ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଗଞ୍ଜାମ (ଛତ୍ରପୁର), ବାଲେଶ୍ବର (ରେମୁଣା) […]

ରାଜ୍ୟ

ପୁଲିସ ପଞ୍ଝାରେ ପାହାଡ଼ି ଗ୍ୟାଙ୍ଗ: ଝାଡ଼ଖଣ୍ଡରୁ ଆସି ଲୁଟୁଥିଲେ

ଭୁବନେଶ୍ବର: କେତେବେ‌ଳେ ବସ୍‌ରେ ଚଢ଼ି ଲୁଟିଲେଣି ତ କେତେବେଳେ ଜରି ଗୋଟାଇବା ଆଳରେ ଘରେ ପଶି ମୋବାଇଲ୍‌ ନେଇଗଲେଣି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସି ରାଜଧାନୀରେ ଆତଙ୍କ ଖେଳାଇଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ ଠାବ କରିଛି। ଗ୍ୟାଙ୍ଗର ୮ଜଣଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ‌ଶେର୍‌ଶାହା କୁମାର ମାହାତୋ(୧୯), ଭୁଲୁ କୁମାର ନୁଣିଆ(୨୧), ରାହୁଲ ନୁଣିଆ(୨୨), ଛୋଟୁ ରାୟ(୨୪), ଛୋଟେଲାଲ୍‌ ମାହାତୋ(୧୯), ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସୋନୁ […]

ରାଜ୍ୟ

ଗଞ୍ଜେଇ ପାଇଁ ଓଡ଼ିଶାକୁ ଦୋଷ ଦେଲା ଆନ୍ଧ୍ର: ଆନ୍ଧ୍ରରେ ଜବତ ୮୧% ଓଡ଼ିଶାର

କୋରାପୁଟ: ଗଞ୍ଜେଇ ପାଇଁ ପୁଣି ବଦନାମ ମୁଣ୍ଡାଇଛି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଓଡ଼ିଶା ପୁଲିସର ବିଫଳତା ବଖାଣିଛି ଆନ୍ଧ୍ର ପୁଲିସ। ୨୦୨୩ ମସିହାରେ ଆନ୍ଧ୍ର ପୁଲିସ ଜବତ କରିଥିବା ଗଞ୍ଜେଇର ୮୧ ପ୍ରତିଶତ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରୁ ଆସିଥିଲା ବୋଲି ସୂଚନା ଦେଇଛି। ଏତେ ପରିମାଣରେ ଗଞ୍ଜେଇ ଆନ୍ଧ୍ରକୁ ଚାଲାଣ ହେଲା ଅଥଚ ଓଡ଼ିଶା ପୁଲିସ ଏହାକୁ ରୋକିବାରେ କେମିତି ସଫଳ ହେଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ଆନ୍ଧ୍ରର ଆଲ୍ଲୁରୀ ସୀତାରାମ ରାଜୁ […]

ରାଜ୍ୟ

ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି। ଗୋଟିଏ ମାସ ବ୍ୟବଧାନରେ ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ […]

ରାଜ୍ୟ

ବସୁଧା ଯୋଜନା: ଦୀର୍ଘ ବର୍ଷ ହେଲା ବିଛାଯାଇଛି ପାଇପଲାଇନ, ଲୋକଙ୍କୁ ମିଳୁନାହିଁ ପାଣି

ଜି.ଉଦୟଗିରି: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବହୁ ଗ୍ରାମାଞ୍ଚଳରେ ଆଜିବି ଲୋକ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ବଣ-ପାହାଡ଼-ପର୍ବତ ଘେରା ଦୁର୍ଗମ ଅଞ୍ଚଳ କଥା ଦୂରେ ଥାଉ। ରାସ୍ତାକଡ଼ରେ ଥିବା ଗାଁ ଓ ସାହିରେ ମଧ୍ୟ ଆଜି ପିଇବା ପାଣି ସପନ ପାଲଟିଛି। ଏହିଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୬ନଂ ୱାର୍ଡର କଳିଙ୍ଗା ପଞ୍ଚାୟତକୁ […]