ଧର୍ମ

ବିନା ଭକ୍ତରେ ଖୋଲିଲା କେଦାରନାଥ ଧାମ : ୧୧ କ୍ୱିଣ୍ଟାଲ ଫୁଲରେ ଝଲସୁଛି ମନ୍ଦିର

ଉତ୍ତରାଖଣ୍ଡ ୧୭/୫ : ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ ଘଟଣା । ତେବେ ମନ୍ଦିର ଖୋଲିବା ପୂର୍ବରୁ ଫୁଲରେ ସଜାଯାଇଥିଲା ଚତୁଃପାର୍ଶ୍ୱ । ସମଗ୍ର ମନ୍ଦିରକୁ ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି । ଭଗବାନ ଶଙ୍କରଙ୍କ ଆରାଧନାରେ ପ୍ରକମ୍ପିତ ହେଉଛି ପରିବେଶ । […]

ଦେଶ ବିଦେଶ ଧର୍ମ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରତିଷ୍ଠା ହେବ ଏହି ଠାକୁରଙ୍କ ମନ୍ଦିର, ଟ୍ରଷ୍ଟ କାହିଁକି ଏପରି ନିଷ୍ପତ୍ତି ନେଇଛି, କେଉଁ ମନ୍ଦିର ରାମଙ୍କ ମନ୍ଦିରଠୁ ବେଶି ଗୁରୁତ୍ବପୂର୍ଣ୍ଣ ?

ଅଯୋଧ୍ୟା ୧୭/୫: ରାମ ମନ୍ଦିର ନିର୍ମାଣରେ ଆସୁଥିବା ବିଘ୍ନ ହରଣ କରିବେ ବିଘ୍ନହର୍ତ୍ତା ଗଣେଶ । ରାମ ମନ୍ଦିର ନିର୍ମାଣ ପୂର୍ବରୁ ଏବେ ଅଯୋଧ୍ୟାରେ ଅଗ୍ରପୂଜ୍ୟ ପ୍ରଭୁ ଗଣେଷଙ୍କ ମନ୍ଦିର ନିର୍ମାଣ ହେବ । ଶ୍ରୀ ରାମ ଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟ ଅଯୋଧ୍ୟାରେ ଗେଣେଶ ମନ୍ଦିର ନିର୍ମାଣ କରିବ ବୋଲି ଜଣାପଡ଼ିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଏ ଶନିବାର ମନ୍ଦିର ପାଇଁ ଭୂମିପୂଜା କରିଛନ୍ତି । ଏହି ଉତ୍ସବରେ ଆଯୋଧ୍ୟାର ମେୟର ରିଷିକେଶ ଉପାଧ୍ୟାୟଙ୍କ ସମେତ […]

ମନୋରଞ୍ଜନ

ଆଉ ନାହାନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି, ୬୩ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର ୧୭।୦୫: ଓଲିଉଡ଼ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ୬୩ବର୍ଷ ବୟସରେ ଅମରେନ୍ଦ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, ୧୯୫୮ ମସିହା ୬ ଫେବ୍ରୁଆରୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅମରେନ୍ଦ୍ର । ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ ସଙ୍ଗୀତ ନିର୍ଦ୍ଦେଶ […]

ମନୋରଞ୍ଜନ

‘ମୁଁ ଯେତେବେଳେ ବି ଦାନ ଦେବା ପାଇଁ ସମର୍ଥ ଥାଏ,ଦେଇଥାଏ, କେବେ ମାଗି ନାହିଁ ବରଂ ଦେଇଛି ’, କାହିଁକି ଏମିତି କହିଲେ ଅମିତାଭ ବଚ୍ଚନ ?

ନୂଆଦିଲ୍ଲୀ ୧୭/୦୫: କରୋନା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ ଷ୍ଟାରଙ୍କ ପରି ପାଣ୍ଠି ସଂଗ୍ରହ କାହିଁକି ଆରମ୍ଭ କରିନାହାଁନ୍ତି? ପ୍ରକୃତରେ, ଶନିବାର ଦିନ ଅମିତାଭ ନିଜ ବ୍ଲଗ୍ ମାଧ୍ୟମରେ କହିଛନ୍ତି ଯେ ସେ ତାଙ୍କ ଦାନର ଅପଡେଟ୍ ଏଥିପାଇଁ ଦେଉଛନ୍ତି ଯାହା ଦ୍ୱାରା ଲୋକମାନେ ଜାଣିବେ ଯେ ସେ କେବଳ କହୁ ନାହାଁନ୍ତି ବରଂ ସାହାଯ୍ୟ ମଧ୍ୟ କରୁଛନ୍ତି। ଏହା ସହ […]

ମନୋରଞ୍ଜନ

ଜୀବନ ନେଉଛି ମହାମାରୀ : ୪୫ ବର୍ଷୀୟ ଅଭିନେତା ନୀତୀଶ ଭେରାଙ୍କ କରୋନାରେ ମୃତ୍ୟୁ

ବେଙ୍ଗାଲୁରୁ ୧୭/୫ : କରୋନା ପଞ୍ଜାରେ ପଡିବାରେ ଲାଗିଛନ୍ତି ଅଭିନେତା ଓ ଅଭିନେତ୍ରୀ । ପୂରା ବଲିଉଡରୁ ଆରମ୍ଭ କରି ଟଲିଉଡକୁ ଗ୍ରାସିଲାଣି ମହାମାରା । ୪୫ ବର୍ଷୀୟ ବିଶିଷ୍ଟ ତାମିଲ ଅଭିନେତା ଅଭିନେତା ନୀତୀଶ ଭେରାଙ୍କ କରୋନାରେ ପରଲୋକେ ହୋଇଯାଇଛି । ଭାଇରସ୍ ସହ ଲଢି ଲଢି ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଗତ କିଛିଦିନ ତଳେ ତାଙ୍କଠାରେ କୋଭିଡ ଚିହ୍ନଟ ହୋଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଘରୋଇ […]

ମନୋରଞ୍ଜନ

ଲୁଚି-ଛପି ବାହା ହେଲେ ଗୀତା କପୁର ! ସିନ୍ଦୂର ସହ ଲାଲ ସୁଟରେ ନଜର ଆସିଲେ କୋରିଓଗ୍ରାଫର୍…

ନୂଆଦିଲ୍ଲୀ ୧୭/୦୫: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗୀତା ମା ଅର୍ଥାତ୍ ଗୀତା କପୁର ବର୍ତ୍ତମାନ ଚର୍ଚ୍ଚାରେ। ଗୀତା ବି-ଟାଉନର ସେହି ସୁନ୍ଦରୀମାନଙ୍କ ମଧ୍ୟରେ ଗଣା, ଯେଉଁମାନେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଏହି ସମୟରେ, ଗୀତାଙ୍କର ଏପରି କିଛି ଫଟୋ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଗୁଡିକରେ ଗୀତା ମଥାରେ ସିନ୍ଦୂର ଲଗାଇଥିବା ଦେଖାଯାଇଛି । ଯେଉଁଥିରୁ ଗୀତା ବିବାହ କରିଥିବା ଚର୍ଚ୍ଚା ହେଉଛି । […]

ମନୋରଞ୍ଜନ

କରୋନା ଭ୍ୟାକ୍ସିନକୁ ଡରୁଛନ୍ତି ଦିୟା, କହିଲେ-ଗର୍ଭବତୀ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ

ନୂଆଦିଲ୍ଲୀ ୧୭/୦୫: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି । କରୋନା ମହାମାରୀରେ ଦିୟା ନିଜର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। ଏହି ସମୟରେ ଅଭିନେତ୍ରୀ କରୋନା ଟିକା ବିଷୟରେ ଆଲୋଚନା କରିଛନ୍ତି। ବାସ୍ତବରେ, ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଟିକା କେତେ ସୁରକ୍ଷିତ ତାହା ଏବେ ବି ବିତର୍କ ଚାଲିଛି । ଦିୟା ମିର୍ଜା କହିଛନ୍ତି ଯେ କରୋନା ଭ୍ୟାକ୍ସିନର ଏପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କ ପାଇଁ କ୍ଲିନିକାଲ ପରୀକ୍ଷା କରାଯାଇ ନାହିଁ। […]

ଖେଳ

ପ୍ରଥମ ଥର ଏଫ୍‌ଏ କପ୍‌ ଜିତିଲା ଲିସେଷ୍ଟର ସିଟି

ଲଣ୍ଡନ: ୟୁରି ଟିଲେମାନ୍ସଙ୍କ ଚମତ୍କାର ଗୋଲ୍‌ ବଳରେ ଲିସେଷ୍ଟର ସିଟି ଏଫ୍‌ କପ୍‌ କରାୟତ୍ତ କରିଛି। ୧୪୯ ବର୍ଷର ଏହି ବଡ଼ ପ୍ରତିଯୋଗିତା ଇତିହାସରେ ଲିସେଷ୍ଟର ସିଟିର ଏହା ପ୍ରଥମ ଟ୍ରଫି। ପୂର୍ବରୁ ୩ ଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ପ୍ରତ୍ୟେକ ଥର ପରାଜୟ ବରଣ କରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା‌। ପୁଣି ଲିସେଷ୍ଟର ପ୍ରବନ୍ଧକ ବ୍ରେଣ୍ଡନ ରୋଜର୍ସଙ୍କ ଇଂଲିସ୍‌ ଫୁଟ୍‌ବଲ୍‌ରେ ଏହା ପ୍ରଥମ ଟ୍ରଫି। ପୂର୍ବରୁ ସେ ସ୍କଟ୍‌ଲାଣ୍ଡ୍‌ରେ ସେଲ୍‌ଟିକ୍‌ ପାଇଁ ଟ୍ରଫି ଜିତିଥିଲେ। ତେବେ […]

ଖେଳ

ମୁଲେରଙ୍କ ୪୯ ବର୍ଷ ତଳର କୀର୍ତ୍ତିମାନ ସମକକ୍ଷ ହେଲେ ଲିୱେଣ୍ଡୋସ୍କି

ଫ୍ରେଇବର୍ଗ: ବେୟର୍ନ ମୁନିକ ତାରକା ରବର୍ଟ ଲି‌ୱେଣ୍ଡୋସ୍କି ଶନିବାର ଚଳିତ ବୁନ୍ଦେସଲିଗାରେ ବ୍ୟକ୍ତିଗତ ୪୦ ଗୋଲ୍‌ ପୂରଣ କରିଛନ୍ତି। ଜର୍ମାନି ଲିଗ୍‌ର ଗୋଟିଏ ଋତୁ‌ରେ ୪୦ ଗୋଲ୍‌ କରିବାରେ ସେ ଜର୍ଡ ମୁଲେରଙ୍କ ୪୯ ବର୍ଷ ତଳର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ମୁଲେର ଏହି କୀର୍ତ୍ତିମାନ ୧୯୭୧/୭୨ ଋତୁରେ କରିଥିଲେ। ଏହି ଲିଗ୍‌ର ଆଉ ଗୋଟିଏ ମ୍ୟାଚ୍‌ ଥିବାରୁ ମୁଲେରଙ୍କ କୀର୍ତ୍ତିମାନକୁ ଭାଙ୍ଗିବାର ସୁଯୋଗ ଲିୱେଣ୍ଡୋସ୍କିଙ୍କ ନିକଟରେ ରହିଛି। ତେବେ ବୁନ୍ଦେସଲିଗାରେ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନ ମୁଲେର […]

ଖେଳ

ସ୍ବିତେକ୍‌ ଜିତିଲେ ଇଟାଲିଆନ୍‌ ଓପନ୍‌

ରୋମ୍‌: ପଞ୍ଚଦଶ ମାନ୍ୟତାପ୍ରାପ୍ତ ପୋଲାଣ୍ଡ୍‌ ଲଳନା ଇଗା ସ୍ବିତେକ୍‌ ଇଟାଲିଆନ୍‌ ଓପନ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ରବିବାର ଫାଇନାଲ୍‌ରେ ୧୯ ବର୍ଷ ବୟସ୍କା‌ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ସ୍ବିତେକ୍‌ ୪୫ ମିନିଟ୍‌ ମୁକାବିଲାରେ ଚେକ୍‌ ଗଣରାଜ୍ୟର ନବମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍‌କୋଭାଙ୍କୁ ସିଧାସଳଖ ୬-୦ ଓ ୬-୦ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଏଥି ସହିତ ସ୍ବିତେକ୍‌ ନିଜର ତୃତୀୟ ଡବ୍ଲୁଟିଏ ଟ୍ରଫି କରାୟତ୍ତ କରିଛନ୍ତି। ଏହା ପୂର୍ବରୁ ସେ ଜାନୁଆରିରେ ରୋଲାଣ୍ଡ ଗ୍ୟାରସ୍‌ ସଫଳତା […]