ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧିହେଲେ ‘ସିଙ୍ଘମ୍ ରିଟର୍ନ୍ସ’ ଫେମ୍ ସୋନାଲି କୁଲକର୍ଣ୍ଣି,ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ନୂଆଦିଲ୍ଲୀ ୨୦/୦୫: ବଲିଉଡ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ଗତକାଲି ତାଙ୍କର ୩୩ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଅବସରରେ ଅଭିନେତ୍ରୀ ତାଙ୍କ ବିବାହର ଖୁସି ଖବର ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ଅଭିନେତ୍ରୀ ଫ୍ୟାନ୍ସମାନଙ୍କୁ କହିଛନ୍ତି ଯେ ସେ କୁନାଲ ବେନୋଡେକରଙ୍କୁ ବିବାହ କରୁଛନ୍ତି। ଏହା ପରେ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋନାଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଅଭିନେତ୍ରୀ ଦୁବାଇରେ ଅତି ସରଳ ଭାବରେ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର ଚମତ୍କାର ଫାଇଦା

ନୂଆଦିଲ୍ଲୀ ୧୯/୦୫: ମିଠା ଏବଂ ରସଯୁକ୍ତ ସ୍ୱାଦର ଲିଚୁକୁ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଅଟେ ।ଏଥିରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ସ୍ୱାସ୍ଥ୍ୟ ଏବଂ ସ୍କିନ୍ ପାଇଁ ଲାଭଦାୟକ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା… […]

ଖେଳ ଦେଶ ବିଦେଶ

ରବ୍ଦ ହେଲା ଏସିଆ କପ୍, ଦେଖିବାକୁ ମିଳିବନି ଭାରତ-ପାକ୍ ମୁକାବିଲା

ନୂଆଦିଲ୍ଲୀ, ୨୦।୦୫: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ପଡିଛି । କ୍ରିକେଟ ଉପରେ ମଧ୍ୟ କରୋନାର କଳା ବାଦଲ ହଟୁନାହିଁ । ଭାରତରେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ଏବେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ମଧ୍ୟ ରବ୍ଦ ହୋଇଛି । ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ କରୋନା ମହମାରୀକୁ ନଜରରେ ରଖି ରବ୍ଦ କରି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଣିଷଙ୍କ ଭଳି ମାଙ୍କଡଙ୍କୁ କରୋନା ଭୟ: ସଂକ୍ରମଣ ରୋକିବା ପାଇଁ ହେଲା ଆଇସୋଲେସନ୍ ବ୍ୟବସ୍ଥା

ନୂଆଦିଲ୍ଲୀ ୨୦/୦୫: ଦିଲ୍ଲୀ ସରକାରଙ୍କ ବନ ବିଭାଗ ୧୪ ଦିନ ପାଇଁ ୬୦ ଟି ମାଙ୍କଡକୁ କ୍ୟାରେନଣ୍ଟାଇନ୍ କରିଛି। ଏହି ମାଙ୍କଡମାନଙ୍କୁ ଦକ୍ଷିଣ ଦିଲ୍ଲୀର ସେହି ସ୍ଥାନରୁ ଧରାଯାଇଥିଲା, ଯେଉଁଠାରେ ଅଧିକ କରୋନା ମାମଲା ଦେଖାଦେଇଥିଲା । ବନ ବିଭାଗ ଟିମ୍ ଏହି ମାଙ୍କଡମାନଙ୍କୁ ତୁଗଲକାବାଦର ପଶୁ ଉଦ୍ଧାର କେନ୍ଦ୍ରରେ କ୍ୟାରେନଣ୍ଟାଇନ୍ କରିଥିଲା। ସେମାନଙ୍କ ମଧ୍ୟରୁ ୩୦ ଟି ମାଙ୍କଡ଼ର ୧୪ ଦିନିଆ ଆଇସୋଲେସନ୍ ସମାପ୍ତ ହୋଇସାରିଛି, ଯେଉଁମାନଙ୍କୁ ବର୍ତ୍ତମାନ ଆସୋଲା ଭାଟି ବନ୍ୟଜନ୍ତୁ ଅଭୟାରଣ୍ୟରେ ଛଡା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜୁଲାଇରେ ଥମିବ କରୋନାର ଦ୍ୱିତୀୟ ଲହର, ୬ରୁ ୮ ମାସ ମଧ୍ୟରେ ଆସିବ ତୃତୀୟ ଲହର : ସତର୍କ କରାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୦।୦୫ : ଭାରତରେ କରୋନାର ଦ୍ୱିତୀୟ ଲହର ଜୁଲାଇ ମାସରେ କମିଯିବ । କିନ୍ତୁ ୬ରୁ ୮ ମାସ ପରେ ଆସିବ ତୃତୀୟ ଲହର । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ତିନି ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ କମିଟି ଏହି ଅନୁମାନ କରିଛି । ଏହାସହ ଭାରତ ସରକାରଙ୍କୁ ମଧ୍ୟ ସତର୍କ କରାଇଛି । ସୂତ୍ର ମଡେଲକୁ ଉପଯୋଗ କରି ବୈଜ୍ଞାନିକମାନେ ଭବିଷ୍ୟତବାଣୀ କରିଛନ୍ତି ଯେ, ମେ ଶେଷରେ ଦୈନିକ ଦେଢ ଲକ୍ଷ କେସ୍ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବହୁତ ପାଟି କରୁଥିଲେ ସ୍ୱାମୀ, ମୁହଁ ଉପରେ ବସି ପଡିଲେ ୧୦୦ କେଜିର ସ୍ତ୍ରୀ, ଚାଲିଗଲା ଜୀବନ

ନୂଆଦିଲ୍ଲୀ, ୨୦/୦୫: ସ୍ୱାମୀଙ୍କ ଉପରେ ମଦ ନିଶାରେ ବସି ପଡିଲେ ସ୍ତ୍ରୀ । ଚାଲିଗଲା ସ୍ୱାମୀଙ୍କ ଜୀବନ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଋଷରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ମଦ ନିଶାରେ ୧୦୧ କେଜିର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ବସି ପଡିବାରୁ ଏହି ଅଘଟଣ ଘଟିଥିଲା । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଏହି ମାମଲା ଋଷର ଏକ ସହରର ସାମ୍ନାକୁ ଆସିଛି । ପତି ଓ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରଥଖଳାରୁ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ, ୪ ଭୋଇ ସେବକ ଓ ଜଣେ ବିଶ୍ବକର୍ମା ସେବକ ପଜିଟିଭ୍

ରୀ ୨୦।୫: ରଥଖଳାରୁ ପୁଣି ଚିହ୍ନଟ ହେଲେ ୫ ଜଣ କରୋନା ସଂକ୍ରମିତ । ୪ ଭୋଇ ସେବକ ଏବଂ ଜଣେ ବିଶ୍ବକର୍ମା ସେବକ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୁଧବାର ରଥଖଳାର ୨ ବିଶ୍ବକର୍ମା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ରଥ ନିର୍ମାଣରେ ନିୟୋଜିତ ୮୮ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇସାରିଛି ।

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୪୯୮ ପଜିଟିଭ୍

ଭୁବନେଶ୍ୱର ୨୦।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ନେଲା ଆଉ ୨୫ଜଣଙ୍କ ଜୀବନ, ୨୪୦୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର ୨୦।୦୫ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଚଣ୍ଡିଖୋଲ ୨୦।୫: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଏକାଦଶାହରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କବି ବୈଷ୍ଣବ ଚରଣ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଉତ୍ସବରେ ସମାଜସେବୀ ଯଶୋଦିପ୍ତ ସାମଲ ଅଧ୍ୟକ୍ଷତାରେ କୋଭିଡ୍ ନିୟମ ଅନୁସାରେ ପ୍ରସ୍ତରଗ୍ରାମ ଶୁଖୁଆପଦାର ଆଖପାଖ ଅଞ୍ଚଳର କିଛି ବରିଷ୍ଠ ପ୍ରସ୍ତରଶିଳ୍ପୀ ଯୋଗ ଦେଇଥିଲେ । ନିଜ […]