ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ଟିକା ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ସଜାଗ ରୁହନ୍ତୁ: ଜିଲ୍ଲା ଅଧିକାରୀମାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ସଜାଗ ରହିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲ୍ଲା ଅଧିକାରୀମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଅବସ୍ଥା ସଙ୍କଟାପନ୍ନ, ଆମେ ଯେମିତି କିଛି ନଷ୍ଟ ନ କରନ୍ତି, ସେଥିପ୍ରତି ସୁନିଶ୍ଚିତ ରୁହନ୍ତୁ। କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହରେ ବିଶେଷ ପ୍ରଭାବିତ ହୋଇଥିବା ୫ଟି ଜିଲ୍ଲାରୁ ମହାରାଷ୍ଟ୍ର, କେରଳ ଏବଂ ଉତ୍ତର ପ୍ରଦେଶ ସମେତ ୧୦ଟି ରାଜ୍ୟର ୫୪ ଜିଲ୍ଲାର ମାଜିଷ୍ଟ୍ରେଟ୍‌ମାନଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ବୈଠକରେ ବସିଥିବା ବେଳେ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ : ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେ ନେଇ ବୈଠକରେ ବିଚାରବିମର୍ଷ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କରୋନା କାଳରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ଇମ୍ୟୁନୋଲୋଜିଷ୍ଟ୍‌ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ୫ ସୂତ୍ରୀ ଫର୍ମୁଲା

ଭୁବନେଶ୍ବର: କରୋନା ବିଗାଡ଼ି ଦେଇଛି ଆମ ଚିରାଚରିତ ଜୀବନଶୈଳୀ। ସକାଳ ମର୍ଣ୍ଣିଂ ୱାକ୍‌ଠାରୁ ଆରମ୍ଭ କରି ଯୋଗ କ୍ଲାସ୍‌, ଜିମ୍‌, ନୃତ୍ୟ ଶିକ୍ଷା ଆଦିରେ ଯେମିତି କୋଲପ ପଡ଼ିଯାଇଛି। ଆମର ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଶାରୀରିକ ବ୍ୟାୟାମ ଅତ୍ୟାବଶ୍ୟକ ହୋଇପଡ଼ିଥିବା ବେଳେ ଏବେ ଏସବୁ ବନ୍ଦ ରହିଛି। ଏଥିସହ ଏହି ଲକ୍‌ଡାଉନ୍‌ ସମୟ ଆମ ଜୀବନଶୈଳୀରେ ବହୁ ପରିବର୍ତ୍ତନ ଆଣିଛି। ଆଉ ୧୦ଟାରୁ ୬ଟା ଅଫିସ୍‌ ଟାଇମ୍‌ ନଥିବାରୁ ଅନେକଙ୍କ ଖାଦ୍ୟଶୈଳୀରେ ବି […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କରୋନା କାଳରେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତ ନଳୀରେ ରକ୍ତ ପ୍ରବାହର ଅସ୍ୱାସ୍ଥ୍ୟକର ବୃଦ୍ଧି ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତ୍ୟେକ ୫ ଜଣ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ। ଏହି ସମସ୍ୟା ପାଇଁ ବିଶ୍ବରେ ୯.୪ ମିଲିୟନ୍‌ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ବଳ୍ପ ଆୟପୂର୍ଣ୍ଣ ଦେଶମାନଙ୍କରେ ଏହି […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରରେ ବକେୟା ପଇସା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶଂସା କରିବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ସାଧାରଣ ରହିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ମିଥୁନ: ସଙ୍ଗୀତ, କଳା କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଚାକିରିଜୀବୀଙ୍କର ଆୟ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦୂର ହେବ। କର୍କଟ: ବ୍ୟବସାୟରେ ଯଥେଷ୍ଟ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନା ନେଲା ଆଉଜଣେ ରାଜନେତାଙ୍କ ଜୀବନ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ

ନୂଆଦିଲ୍ଲୀ ୨୦/୦୫: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଗୋଟିଏ ଦିନ ପାଇଁ ରାଜ୍ୟ ଶୋକର ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ପାହାଡିଆଙ୍କ ପରଲୋକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ଶୋକ ପ୍ରକାଶ କରିଛନ୍ତି। ଗେହଲୋତ୍ ଟୁଇଟ୍ କରି କହିଛନ୍ତି, ‘ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ଅଙ୍ଗନଓ୍ବାଡୀ କର୍ମୀଙ୍କୁ ଡାକ୍ତରଖାନାରେ ଅଣଦେଖା, ଭଙ୍ଗା ଗୋଡରେ ଗଛମୂଳେ ରାତି କାଟିଲେ

ବରଗଡ ୨୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଖୋଲୁଛନ୍ତି । ହେଲେ କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଭିଡ୍ ଆକ୍ରାନ୍ତମାନେ ଚିକିତ୍ସିତ ହେବାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବରଗଛ ମୂଳେ ରାତି ସାରା […]

କଳା ଓ ସଂସ୍କୃତି ଧର୍ମ

ବଗଳାମୁଖୀ ଜୟନ୍ତୀ: ଏହି ଶୁଭ ଦିନରେ କରନ୍ତୁ ଏହିପରି କାମ, ଦୁର ହେବ ସମସ୍ତ ସମସ୍ୟା

ନୂଆଦିଲ୍ଲୀ ୧୯/୦୫: ମେ ୨୦, ଶୁକ୍ରବାର ଦିନ ବଗଳାମୁଖୀ ଜୟନ୍ତୀର ଶୁଭ ପର୍ବ । ପୌରାଣିକ କଥା ଅନୁଯାୟୀ, ଏହି ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୁପ ମା ବଗଳାମୁଖୀଙ୍କ ଜନ୍ମ ହୋଇଥିଲା । ଦେବୀଙ୍କର ହଳଦିଆ ରଙ୍ଗ ଅତି ପ୍ରିୟ ହୋଇଥିବାରୁ ଏହି ଦିନକୁ ‘ପିତାମ୍ବରୀ ଜୟନ୍ତୀ’ ମଧ୍ୟ କୁହାଯାଏ । ବିଶ୍ୱାସ କରାଯାଏ ଯେ ଦେବୀ ମାଙ୍କୁ ପୂଜା ଏବଂ କିଛି ବିଶେଷ କାର୍ଯ୍ୟ କରିବା ଦ୍ୱାରା ଜ ଦୁଃଖ ଏବଂ ଶତ୍ରୁମାନଙ୍କଠାରୁ ମୁକ୍ତି […]

କଳା ଓ ସଂସ୍କୃତି ଧର୍ମ

ମନ୍ଦିରରେ ପ୍ରବେଶ ପୂର୍ବରୁ କାହିଁକି ବଜାନ୍ତି ଘଣ୍ଟି? ଜାଣନ୍ତୁ ଏହାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ୱ

ନୂଆଦିଲ୍ଲୀ ୧୯/୦୫: ମନ୍ଦିର ଭିତରକୁ ଯିବା ପୂର୍ବରୁ ଘଣ୍ଟି ବଜାଯାଏ । ଏହି ପରମ୍ପରା ହିନ୍ଦୁ ଧର୍ମରେ ଶତାବ୍ଦୀ ଧରି ଚାଲିଆସୁଛି । ଏଥି ସହିତ ଅନେକ ଲୋକ ଠାକୁର ଘରେ ପୂଜା ସମୟରେ ଘଣ୍ଟି ବଜାନ୍ତି। କିନ୍ତୁ ଆପଣ ଜାଣନ୍ତି ଏହା କାହିଁକି କରାଯାଏ? ଏହା ପଛର କାରଣ କ’ଣ? ବାସ୍ତବରେ, ଏହା କରିବା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ … ଘଣ୍ଟି ବଜାଇବା […]

ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

କାଶ୍ମୀରକୁ ମଧ୍ୟ ଟକ୍କର ଦେଇଥାଏ ଭାରତର ଏହି ୩ଟି ସୁନ୍ଦର ସ୍ଥାନ

ନୂଆଦିଲ୍ଲୀ ୨୦/୦୫: ଛୁଟିରେ ବୁଲିଯିବାର ନାମ ଆସିବା ମାତ୍ରେ ସମସ୍ତଙ୍କର ପ୍ରଥମ ପସନ୍ଦ କାଶ୍ମୀର ହୋଇଥାଏ । କିନ୍ତୁ ବାସ୍ତବରେ, କାଶ୍ମୀର ବ୍ୟତୀତ ଭାରତରେ ଅନେକ ସ୍ଥାନ ଅଛି ଯାହା ଖୁବ୍ ଆକର୍ଷିତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଭାରତର ଏପରି ୩ ଟି ସ୍ଥାନ ଯାହା ସୌନ୍ଦର୍ଯ୍ୟ ଦୃଷ୍ଟିରୁ କାଶ୍ମୀରକୁ ଟକ୍କର ଦେଇଥାଏ । ସ୍ପିତି ଘାଟୀ, ହିମାଚଳ ପ୍ରଦେଶ: ସ୍ପିତି ଉପତ୍ୟକା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨,୫୦୦ ଫୁଟ ଉଚ୍ଚରେ ରହିଥାଏ। ଅତ୍ୟଧିକ […]