ମନୋରଞ୍ଜନ

ସଞ୍ଜୟ ଲୀଲା ଭନସାଲୀଙ୍କ ସହ ପୁଣି କାମ କରିବେ ଦୀପିକା ପାଦୁକୋନ, ‘ବାଇଜୁ ବାୱରା’ରେ ଲେଡି ଡନ୍ ହେବାର ଚର୍ଚ୍ଚା

ନୂଆଦିଲ୍ଲୀ ୨୬/୦୫: ବାଜିରାଓ ମସ୍ତାନୀ, ରାମ ଲୀଲା ଏବଂ ପଦ୍ମାବତ ପରେ ଦୀପିକା ପାଦୁକୋନଙ୍କୁ ପୁଣି ଥରେ ବଲିଉଡ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ, ଦୀପିକା ଭନସାଲୀଙ୍କ ‘ବାଇଜୁ ବାୱରା’ରେ ଡକାୟତମାନଙ୍କ ରାଣୀ ରୂପମତି ଭୂମିକାରେ ନଜର ଆସିପାରନ୍ତି । ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ। ଭନସାଲୀ ତାଙ୍କ ପରବର୍ତ୍ତୀ ଫିଲ୍ମରେ ଦୀପିକାଙ୍କୁ କାଷ୍ଟ କରିବାକୁ ଆଗ୍ରହୀ ଅଛନ୍ତି । […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବୃଷ: କ୍ୟାରିୟରରେ ଅଗ୍ରସର ହେବାର ପ୍ରୟାସ ଲାଭଦାୟକ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ସଫଳତା ହାସଲ ହେବ। ଭାଇ ନିଜ କାମରେ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଔଷଧ ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ। କର୍କଟ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ […]

ମନୋରଞ୍ଜନ

ପ୍ରିୟାଙ୍କୁ ବାଟରେ କରୋନା କଣ୍ଟା

ପ୍ରିୟାଙ୍କ ବାଟରେ କରୋନା କଣ୍ଟା। ଓଲିଉଡ୍‌ର ନବାଗତ ନାୟିକା ପ୍ରିୟା ଗୋଟିଏ ପରେ ଗୋଟିଏ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ କରୋନା ପାଇଁ ତାଙ୍କ ଏକ ନୂଆ ମ୍ୟୁଜିକ୍‌ ଭିଡିଓର ସୁଟିଂ ଆରମ୍ଭ ହୋଇପାରୁନି। ଗତ ମାର୍ଚ୍ଚ ୧୯ ତାରିଖରେ ହ୍ୟୁମାନ୍ ସାଗର୍‌ ‘ଆଖିରେ ଲୁହ ଦେଇ କେମିତି ଅଛୁ’ ଆଲବମ୍‌ରେ କଣ୍ଠଦାନ କରିଥିଲେ। ଓଡ଼ିଆ ହିଟ୍ସ ପକ୍ଷରୁ ନିବେଦିତ ଏହି ଗୀତର ନିର୍ଦ୍ଦେଶନା ନାଗାର୍ଜୁନ ଦେଇଥିଲେ। […]

ମନୋରଞ୍ଜନ

ସନିଙ୍କ ଓଜନ ବଢ଼ାଉଛି ଲକ୍‌ଡାଉନ୍‌

କରୋନା ଜନିତ ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ପାଇଁ ସବୁ ବନ୍ଦ। ଗମନାଗମନ ଉପରେ ବି କଟକଣା। ତେବେ ବି-ଟାଉନ୍‌ ସେଲିବ୍ରିଟିଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବେ ଧୀରେଧୀରେ ଅନୁଭୂତ ହେବାରେ ଲାଗିଲାଣି। ଜିମ୍‌ ସେଣ୍ଟର ଓ ଯୋଗକେନ୍ଦ୍ର ବନ୍ଦ ହୋଇଯାଇଥିବାରୁ ବିଶେଷକରି ବଲିଉଡ୍‌ ଅଭିନେତ୍ରୀମାନେ ନିଜ ଫିଟନେସ୍‌ ଓ ପତଳା ଚେହେରାକୁ ନେଇ ଚିନ୍ତିତ ହୋଇପଡ଼ିଲେଣି। ବଲିଉଡ୍‌ ସୁନ୍ଦରୀ ସନି ଲିଓନିଙ୍କ ସହ ଘଟିଥିବା ଏକ ଘଟଣା ଆଧାର‌ରେ ଆମେ ଏଇକଥା କହୁଛି। ସନି ଗତକାଲି ଘରେ ଏକ […]

ମନୋରଞ୍ଜନ

ଆତ୍ମଜୀବନୀର ପ୍ରଚ୍ଛଦ ସେୟାର୍ କଲେ ନିନା

ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଆତ୍ମଜୀବନୀ ପୁସ୍ତକର ପ୍ରଥମ ଝଲକ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ନିନା ବହିର ପ୍ରଚ୍ଛଦ ପୃଷ୍ଠାକୁ ସେୟାର୍‌ କରି ଲେଖିଛନ୍ତି ଯେ ବର୍ତ୍ତମାନ ମଣିଷ ସମାଜ ସବୁଠୁ ଦୁଃଖ ଓ କଷ୍ଟକର ସମୟ ଦେଇ ଗତି କରୁଛି। ତାହା ସେ ତାଙ୍କ ପୁସ୍ତକ ଆରମ୍ଭରୁ ଉଲ୍ଲେଖ କରିଛନ୍ତି। ଗତ ଲକ୍‌ଡାଉନ୍‌ ସମୟରେ ନିନା ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ତାଙ୍କର ଏହି ଆତ୍ମଜୀବନୀର ନାଁ ସେ ‘ସଚ୍ଚ କହୁଁ […]

ଖେଳ

ମୋନାକୋ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ମୋନାକୋ: ରେଡ୍‌ ବୁଲ୍‌ ରେସିଂର ମ୍ୟାକ୍ସ ଭର୍ସ୍ତାପେନ ରବିବାର ଫର୍ମୁଲା ୱାନ୍‌ ରେସ୍‌ର ମୋନାକୋ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ଏହି ବିଜୟ ତାଙ୍କୁ ପ୍ରଥମ ଥର ଲାଗି ବିଶ୍ବ ଚାମ୍ପିଅନ୍‌ସିପ୍‌ ତାଲିକାର ଶୀର୍ଷରେ ପହାଞ୍ଚାଇଛି। ୨୩ ବର୍ଷୀୟ ଏହି ନେଦରଲାଣ୍ଡ ଚାଳକ ରବିବାର ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍‌ର ଲୁଇସ ହାମିଲଟନ୍‌ଙ୍କୁ ୧୪ ପଏଣ୍ଟ୍‌ ପଛ‌ରେ ରହି ରେସ୍‌ ଆରମ୍ଭ କରିଥିଲେ। ଭର୍ସ୍ତାପେନ୍‌ ଦ୍ରୁତ ରେସ୍‌ ଶେଷ କରିଥିବାରୁ ଅତିରିକ୍ତ ପଏଣ୍ଟ୍‌ ପାଇ ନିଜ […]

ଖେଳ

ଆଷ୍ଟନ ମାର୍ଟିନ ରେସିଂ ଏକାଡେମି ଲାଗି ରବୀନ୍ଦ୍ର ମନୋନୀତ

ବେଙ୍ଗାଲୁରୁ: ଭାରତୀୟ ଜିଟି-୪ କାର୍ ରେସର୍‌ ଅଖିଳ ରବୀନ୍ଦ୍ର ଲଗାତାର ତୃତୀୟବର୍ଷ ପାଇଁ ପ୍ରତିଷ୍ଠିତ ଆଷ୍ଟନ ମାର୍ଟିନ୍ ରେସିଂ ଏକାଡେମି (ଏଏମ୍ଆର୍‌) ଲାଗି ମନୋନୀତ ହୋଇଛି। ଆଷ୍ଟନ ମାର୍ଟିନର କ୍ଲାସ୍ ଅଫ୍ ୨୦୨୧ରେ ତୃତୀୟ ଥର ପାଇଁ ସ୍ଥା‌ନ ପାଇବା ପରେ ତାଙ୍କ ପାଇଁ ଏହି ଦଳର ମୁଖ୍ୟ ରେସିଂ ଦଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ୨୪ ବର୍ଷୀୟ ରବୀନ୍ଦ୍ର ସଂପ୍ରତି ୟୁରୋପୀୟ ଜିଟି-୪ ଚାମ୍ପିଅନସିପ୍‌ରେ ଏଜିଏସ୍ ଇଭେଣ୍ଟ୍ସ ରେସିଂ ଦଳର ପ୍ରତିନିଧିତ୍ବ କରୁଛନ୍ତି। […]

ଖେଳ

କାର୍‌ କଂପାନିକୁ କୋର୍ଟକୁ ଟାଣିଲେ କର୍ମଚାରୀ, କୋଭିଡ୍ ନିୟମ ପାଳନ ହେଉନଥିବା ଅଭିଯୋଗ

ଚେନ୍ନାଇ: କାରଖାନାରେ କୋଭିଡ୍‌-୧୯ ମହାମାରୀ ନେଇ ରହିଥିବା ନିୟମ ଠିକ୍ ଭାବେ ପାଳନ ହେଉନଥିବା ଅଭିଯୋଗ କରି ଏକ କାର୍ କଂପାନି ବିରୋଧରେ କର୍ମଚାରୀ ସଂଘ ତରଫରୁ କୋର୍ଟରେ ମାମଲା ରୁଜୁ କରାଯାଇଛି। ସଂଘ ତରଫରୁ ଅଭିଯୋଗ କରାଯାଇଛି କାରଖାନା ଭିତରେ ସାମାଜିକ ଦୂରତ୍ବ ନିୟମକୁ ଠିକ୍ ଭାବେ ପାଳନ କରାଯାଉନାହିଁ ଓ କଂପାନି ଯେଉଁ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରୁଛି ତାହା ଜୀବନ ପ୍ରତି ରହିଥିବା ବିପଦ ତୁଳନାରେ ବହୁତ କମ୍। କୋର୍ଟରେ ମାମଲାର ଶୁଣାଣି […]

ଖେଳ

ସୁଶୀଲଙ୍କୁ ରିମାଣ୍ଡରେ ନେଲା ଦିଲ୍ଲୀ ପୁଲିସ, ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ ଦିଲ୍ଲୀର ମୁଣ୍ଡକାରୁ ଗିରଫ

ନୂଆଦିଲ୍ଲୀ: ଉଦୀୟମାନ କୁସ୍ତି ତାରକା ସାଗର ଧନକର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା, ଭାରତର ସଫଳତମ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ରୋହିଣୀର ଏକ ଅଦାଲତ ୬ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ଗତ ୨୦ ଦିନ ଧରି ଫେରାର ଥିବା ସୁଶୀଲଙ୍କୁ ଦିଲ୍ଲୀ ପୁଲିସ ରବିବାର ଅଦାଲତରେ ହାଜର କରିଥିଲା। ତା’ ସହ ଅଧିକ ପଚାରା ଉଚରା ପାଇଁ ତାଙ୍କୁ ୧୨ ଦିନ ରିମାଣ୍ଡରେ ନେବାକୁ […]

ଖେଳ

ଆଟ୍‌ଲେଟିକୋ ମାଦ୍ରିଦକୁ ଲା’ ଲିଗା ମୁକୁଟ: ରିଅଲ୍‌ ଦ୍ବିତୀୟ, ବାର୍ସିଲୋନା ତୃତୀୟ ବିଜୟ ଉତ୍ସବରେ ଦୁଃଖଦ ଘଟଣା: ଯୁବ ପ୍ରଶଂସକ ମୃତ

ମାଦ୍ରିଦ: ଆଟ୍‌ଲେଟିକୋ ମାଦ୍ରିଦ ନିଜ ସହରର ପ୍ରତିଦ୍ବନ୍ଦ୍ବୀ ରିଅଲ୍‌ ମାଦ୍ରିଦକୁ ପଛରେ ପକାଇ ଲା’ ଲିଗା ମୁକୁଟ କରାୟତ୍ତ କରିଛି। ଶନିବାର ମଧ୍ୟ ରାତ୍ରିରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଟ୍‌ଲେଟିକୋ ୨-୧ ଗୋଲ୍‌ରେ ରିଅଲ୍‌ ଭାଲାଡୋଲିଡ୍‌କୁ ମାତ୍‌ ଦେଇ ୭ ବର୍ଷ ବ୍ୟବଧାନ‌ ତଥା ୨୦୧୪ ପରେ ସ୍ପାନିସ ଚାମ୍ପିଅନ୍‌ସିପ୍‌ରେ ପ୍ରଥମ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଓସ୍‌କାର ପ୍ଲାନୋ (୧୮ ମିନିଟ୍‌)ଙ୍କ ଗୋଲ୍‌ରେ ଭାଲାଡୋଲିଡ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏମିତି ବି ପ୍ରଥମାର୍ଧକୁ ନିଜ […]