ରାଜ୍ୟ

ଇଣ୍ଡିଆ ମେଣ୍ଟର ଓଡ଼ିଶା ଶାଖା ବୈଠକ: ୧୭ ଦଳ ସାମିଲ

ଭୁବନେଶ୍ୱର: କଂଗ୍ରେସ ସମେତ ରାଜ୍ୟର ୧୭ଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡି ଓ ବିଜେପି ବ୍ୟତୀତ)ର ମୁଖ୍ୟମାନଙ୍କର ଏକ ବୈଠକ ଆଜି ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ ଏଥିରେ ସଭାପତିତ୍ବ କରିଥିଲେ। ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଯୋଗଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ(ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖା ଅଧ୍ୟକ୍ଷ), ପ୍ରସାଦ ହରିଚନ୍ଦନ(ଇଣ୍ଡିଆ […]

ରାଜ୍ୟ

ଓଡ଼ିଶା ଜଙ୍ଗଲରେ କଳା ବାଘ ପରିବାର

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି। ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏନେଇ ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍‌ ବାଘଙ୍କ ପରିବାରର ଦୃଶ୍ୟ ବିରଳରୁ ଅତିବିରଳ ବୋଲି ଶ୍ରୀ ନନ୍ଦ ଲେଖିଛନ୍ତି। ଶିମିଳିପାଳ ଅଭୟାରଣ୍ୟାରେ ହିଁ କେବଳ ୧୦ଟି ମେଲାନିଷ୍ଟକ୍‌ ବାଘ ରହିଥିବା ନେଇ […]

ରାଜ୍ୟ

ଗାଁ ମହିଳାଙ୍କ ନିଶାମୁକ୍ତି ଅଭିଯାନ: ୧୫ବର୍ଷ ହେଲା ଗାଁରେ ମଦ ବନ୍ଦ

ନବରଙ୍ଗପୁର: ଗାଁରେ ମଦ ବିକ୍ରି କରିବାକୁ ଦିଆଯାଉନି। ମଦ ବିକିଲେ ଜରିମାନା ଆଦାୟ କରାଯାଉଛି। ମଦ ପିଇଲେ ବି ଦଣ୍ଡ ମିଳୁଛି। ଯାହାଫଳରେ ମଦ କାରବାର ସହ ମଦ୍ୟପାନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗାଁକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ୧୫ବର୍ଷ ତଳେ ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମର ମହିଳା ଓ ଯୁବଗୋଷ୍ଠୀ ଆରମ୍ଭ କରିଥିବା ଅଭିଯାନକୁ ଏମିତି ସଫଳତା ମିଳିଛି। ସିନ୍ଧିଗାଁର ମହିଳାଙ୍କ କହିବା ଅନୁଯାୟୀ, ପୂର୍ବରୁ ନିଜ ଗାଁର ପୁରୁଷମାନେ ମଦ୍ୟପାନ କରି କିଛି କାମ […]

ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ‘ଶ୍ରୀସେତୁ’ ସମ୍ପର୍କର ସେତୁ

ପୁରୀ: ପୂର୍ଣ୍ଣରୂପ ନେବାକୁ ଯାଉଛି ରାଜ୍ୟର ସର୍ବପ୍ରଥମ ‘ଟ୍ରମ୍ପେଟ୍‌ ବ୍ରିଜ୍‌’ ବା ‘ଶ୍ରୀସେତୁ’। ତୂରୀ ଆକୃତିର ଏହି ଶ୍ରୀସେତୁ ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କର ସେତୁ ହେବାକୁ ଯାଉଛି। ଜିଲ୍ଲାର ଏହି ସବୁଠୁ ବଡ଼ ଓଭର୍‌ବ୍ରିଜ୍‌ ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ବାଗତ ଅପେକ୍ଷାରେ। ପୁରୀ-ଭୁବନେଶ୍ବର ୩୦୬ ନମ୍ବର ଜାତୀୟ ରାଜପଥର ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ଛକ ବାଇପାସ୍‌ ରାସ୍ତାରୁ ଦୁଇଟି ଓଭର୍‌ବ୍ରିଜ୍‌ ଦେଇ ଏହି ସେତୁ ବଡ଼ଦାଣ୍ଡ ସଂଲଗ୍ନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚୁଛି। ଏହି ସେତୁରେ […]

ରାଜ୍ୟ

ବେଲପାହାଡ଼ରେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ଯୁବକଙ୍କ ଜୀବନ

ଝାରସୁଗୁଡ଼ା: ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଲଖନପୁର ସାହାଜବାହାଲ ଗ୍ରାମର ୩ ଯୁବକ ଏକ ବାଇକ୍(ଓଡି ୨୩ ପି ୨୦୦୯)ଯୋଗେ ବେଲପାହାଡ଼ରୁ ଲଖନପୁର୍ ଦିଗରେ ଯାଉଥିବା ବେଳେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ […]

ରାଜ୍ୟ

ନିର୍ବାଚନୀ ଇସ୍ତାହାରରେ ‘ଜଳବାୟୁ ପରିବର୍ତ୍ତନ’ ପ୍ରସଙ୍ଗ ସ୍ଥାନ ପାଉ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଏବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଲାଣି। ଦେଶ ତଥା ରାଜ୍ୟର ନିର୍ବାଚନରେ ଏହି ପ୍ରସଙ୍ଗଟି ପ୍ରାଥମିକତା ନପାଇଲେ, ଆଗାମୀ ଦିନରେ ମାନବ ସମାଜକୁ ଏକ ବଡ଼ ବିପଦ ମାଡ଼ିଆସିବ। ତେଣୁ ଆସନ୍ତା ନିର୍ବାଚନରେ ପ୍ରତି ଦଳ ଯେଉଁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବେ, ସେଥିରେ ‘ଜଳବାୟୁ ପରିବର୍ତ୍ତନ’ ପ୍ରସଙ୍ଗଟି ଗୁରୁତ୍ବ ପାଉ। ପ୍ରତି ଦଳ ‘ଜଳବାୟୁ ସେଲ୍‌’ ଖୋଲନ୍ତୁ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତିଙ୍କ ପାଇଁ ଜଳବାୟୁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଉ।ବକୁଳ […]

ରାଜ୍ୟ

ପୁଣି ମାତିଲେ ଫ୍ରାଞ୍ଚାଇଜ୍ ଠକ: ନକଲି କମ୍ପାନି ଖାଇଗଲା ୧୧ ଲକ୍ଷ

କଟକ: ପୁଣି କଟକରେ ଫ୍ରାଞ୍ଚାଇଜ୍ ଖୋଲିବାର ଲୋଭ ଦେଖାଇ ସାଇବର୍ ଠକ ୧୧ଲକ୍ଷ ଟଙ୍କା ଜଣେ ବ୍ୟବସାୟୀଙ୍କ ନିକଟରୁ ଠକି ନେଇଛନ୍ତି। ‘ଶ୍ରୀଲେଦର୍ସ’ କମ୍ପାନିର ଫ୍ରାଞ୍ଚାଇଜ୍ ଖୋଲିବା ପୂର୍ବରୁ ପଞ୍ଜୀକରଣ ଓ ସାର୍ଟିଫିକେଟ୍ ଯୋଗାଇବାର ବିଭିନ୍ନ ପ୍ରକ୍ରିୟା ପାଇଁ ଏହି ଟଙ୍କା ଠକେଇ ହୋଇଛି। ଏହି ଘଟଣାରେ କଟକ ସାଇବର୍ ଥାନାରେ ଠକେଇର ଶିକାର ହୋଇଥିବା ବ୍ୟବସାୟୀଜଣକ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, କଟକ ଲାଲ୍‌ବାଗ ଥାନା ଅଞ୍ଚଳରେ […]

ରାଜ୍ୟ

ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କୁ ଏବେ ବସ୍ତି ବିକାଶ ଚିନ୍ତା

ରାଉରକେଲା: ଆଗକୁ ସାଧାରଣ ନିର୍ବାଚନ। ନେତାଙ୍କୁ ଘାରିଛି ବସ୍ତି ବିକାଶ ଚିନ୍ତା। ବର୍ଷ ବର୍ଷ ଧରି ପାଦ ପଡୁ ନଥିବା ବସ୍ତିଗୁଡ଼ିକୁ ଏବେ ରାଜନୈତିକ ଦଳ ନେତାଙ୍କ ସୁଅ ଛୁଟିଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଚାଲୁଛି ବିଭିନ୍ନ କାର୍ଯ୍ୟକ୍ରମ। ନାନାଦି ସମସ୍ୟାକୁ ନେଇ ହଇରାଣ ହରକତ ବସ୍ତିବାସିନ୍ଦାଙ୍କୁ ରାଜନୈତିକ ଦଳର ନେତାମାନେ ଏବେ ବିକାଶର ସ୍ବପ୍ନ ଦେଖାଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ପାନପୋଷରୁ ଓରାମପଡ଼ା, ପ୍ରଧାନପାଲୀରୁ ଫର୍ଟିଲାଇଜର ଓ ନବକୃଷ୍ଣନଗର ପର୍ଯ୍ୟନ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦ୍ୟୁତ୍ ତାର ଛିଡ଼ି ମହିଳାଙ୍କ ମୃତ୍ୟୁ, ଟାଟା କମ୍ପାନି ନାମରେ ଥାନାରେ ଅଭିଯୋଗ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡ଼ିହି ପଞ୍ଚାୟତ ଇଟ୍ଟାପଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ସ୍ବର୍ଗତ ବିଶ୍ୱନାଥ ବାରିକଙ୍କ ସ୍ତ୍ରୀ ଲକ୍ଷ୍ମୀ ବାରିକ (୬୬)ଙ୍କ ମୃତ୍ୟୁ ଘଟିଛି। ଏଥିନେଇ ନାତି ସୁଜିତ କୁମାର ବାରିକ ଟାଟା କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଆଜି ସକାଳ ୫ଟା ସମୟରେ ପରିବାର ଲୋକେ ଉଠି ଦେଖିବାକୁ ପାଇଥିଲେ କି ଘର […]

ରାଜ୍ୟ

ଇତିହାସ ପୃଷ୍ଠାରୁ: କଂଗ୍ରେସର ଧାରଣା ଥିଲା ଧନୀ ଲୋକ ମନ୍ତ୍ରୀ ହେଲେ ଦୁର୍ନୀତି କରିବେନି

ବ୍ରିଟିସ ସରକାରକୁ ବିରୋଧ କରି ସରକାରୀ ବିଦ୍ୟାଳୟ ଛାଡ଼ି ଆସିଥିବା ଛାତ୍ରମାନଙ୍କ ପାଇଁ ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ପ୍ରମୁଖଙ୍କ ଉଦ୍ୟମରେ ସମ୍ବଲପୁର ଝାଡ଼ୁଆପଡ଼ାଠାରେ ଏକ ଜାତୀୟ ବିଦ୍ୟାଳୟ ସ୍ଥାପନା ହୋଇଥିଲା। ସେବେଳେ ନୀଳକଣ୍ଠ ଦାସ କଲିକତାରେ ଅଧ୍ୟାପକ ଥିଲେ। ସେ ଚାକିରି ଛାଡ଼ି ଜାତୀୟ ବିଦ୍ୟାଳୟରେ ଯୋଗ ଦେବା ପାଇଁ ୧୯୨୧ ଜାନୁଆରୀ ୭ ତାରିଖ ଦିନ ସମ୍ବଲପୁରରେ ପହଞ୍ଚି ରାଜନୀତି ଜୀବନର ଶୁଭାରମ୍ଭ କରିଥିଲେ। ଚନ୍ଦ୍ରଶେଖର ବେହେରା ଓ ଧରଣୀଧର ମିଶ୍ରଙ୍କ ସହ ମିଶି ସମ୍ବଲପୁର […]