ମହାମିଳନର ପର୍ବ ଶୀତଳ ଷଷ୍ଠୀ
ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଷଷ୍ଠୀ ଶିବ ଓ ପାର୍ବତୀଙ୍କର ବିବାହ ତିଥି। ଏ ଦୃଷ୍ଟିରୁ ଏହା ଏକ ମହାମିଳନର ପର୍ବ। ସାରା ଓଡ଼ିଶାରେ ଏହା ଉତ୍ସବ ରୂପେ ମହା ସମାରୋହରେ ପାଳିତ ହୁଏ। ବିଶେଷ କରି ସମ୍ବଲପୁରର ଏହା ଏକ ଆଡ଼ମ୍ବରପୂର୍ଣ୍ଣ ଲୋକପର୍ବ। ପୁରୀର ଷୋହଳ ଶାସନରେ ମଧ୍ୟ ଶୀତଳଷଷ୍ଠୀ ଏକ ପ୍ରମୁଖ ପର୍ବ। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଓଡ଼ିଶାର ପ୍ରମୁଖ ଶିବମନ୍ଦିର। ଏହି ମନ୍ଦିରରେ, ଜଗମୋହନର ଦକ୍ଷିଣଦ୍ୱାରଠାରେ ଶିବ ଓ ପାର୍ବତୀଙ୍କ ବିବାହଉତ୍ସବର ଏକ ସୁନ୍ଦର ଦୃଶ୍ୟ […]