ରାଜ୍ୟ

ଛୁଟି ମିଳିଲାନି ବୋଲି…. ଆତ୍ମହତ୍ୟା କଲେ ବିଡିଓ, ବେକ କାଟିଲେ ଶିକ୍ଷକ

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ବରଂଜନ ମହାନ୍ତି (୫୧)ଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି। ଅଭିଯୋଗ ​ହେଉଛି; ଜିଲ୍ଲାପାଳ ଛୁଟି ଦେଉ ନଥିବାରୁ ମାନସିକ ଚାପର ଶିକାର ହୋଇ ଶ୍ରୀ ମହାନ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସବୁଦିନ ପରି ଆଜି ମଧ୍ୟ ସକାଳ ୧୦ଟାରେ ବିଶ୍ବରଂଜନ ମହାନ୍ତି ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ପ୍ରାୟ ସାଢ଼େ ୧୧ଟା ବେ​ଳକୁ ସେ ଶରୀର ଅସୁସ୍ଥ ଥିବା କହି ୧୦୦ […]

ରାଜ୍ୟ

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ: ‘ଭାଷା ହିଁ ଭବିଷ୍ୟତ’

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୩ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋଗୋ ଉନ୍ମୋଚନ କରିଛନ୍ତି। ଏହାର ଟ୍ୟାଗ୍‌ଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିବା ସହ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ […]

ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ପୂଜା ଆରମ୍ଭ

ପୁରୀ: ଜାନୁଆରି ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ ଶୁଭବେଳାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଚୂଡ଼ାନ୍ତ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା […]

ରାଜ୍ୟ

କୋରାପୁଟ ଜିଲ୍ଲାରେ ୮୭ହଜାର ୨୮୦ହେକ୍ଟର ଜମିରେ ହେବ ରବି ଚାଷ

ଜୟପୁର: ରବି ଚାଷ ପାଇଁ ଗୋଟିଏ ପଟେ ଚାଷୀ ମୁଣ୍ଡରେ ପଗଡ଼ି ଭିଡିବା ସହ ଜମିରେ ଓହ୍ଲାଇ ପଡ଼ିଛି। ସରକାରୀ ବିହନ ଓ ସାର ପାଇଁ ଅପେକ୍ଷା ନ କରି ହାଇବ୍ରୀଡ ବିହନ, ଘରୋଇ କଂପାନୀ ଗୁଡିକ ନିକଟରୁ ରାସୟନିକ ସାର ଆଣି ଜମିରେ ପକାଇ ଚାଷ କାମ ଆରମ୍ଭ କରିସାରିଲାଣି। ହଳକୁ ଅପେକ୍ଷା କରିବା ବଦଳରେ ପାୱରଟିଲର ଲଗାଇ କାଦୁଅ କରିବା ବି ଆରମ୍ଭ କରିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିଚାଷ […]

ରାଜ୍ୟ

ରାସାୟନିକ ବିପର୍ଯ୍ୟୟର ମୁକାବିଲା: ଓଡ଼ିଶାରେ ଦେଶର ପ୍ରଥମ ମକ୍ ଏକ୍ସରସାଇଜ୍

ଭୁବନେଶ୍ବର: ରାସାୟନିକ ବିପର୍ଯ୍ୟୟର ମୁକାବିଲା ଓ ଏହିଭଳି ଆପଦକାଳୀନ ସ୍ଥିତିର ସାମ୍ନା କରିବା ପାଇଁ ପ୍ରାକ୍ ପ୍ରସ୍ତୁତି ସ୍ବରୂପ ଆଜି ୧୦ଟି ଜିଲ୍ଲାର ୨୮ଟି ଶିଳ୍ପାନୁଷ୍ଠାନ ଏବଂ ପାରାଦୀପ ବନ୍ଦରରେ ଦେଶର ପ୍ରଥମ ମକ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଯାଇଛି। ଏହି ମକ୍ ଏକ୍ସରସାଇଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ଯଦି ଭବିଷ୍ୟତରେ କୌଣସି ପ୍ରକାରର ରାସାୟନିକ ଗ୍ୟାସ୍‌ ଲିକ୍ ହୁଏ, ବିସ୍ଫୋରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦୁର୍ଘଟଣା ଘଟିଲେ ତାହାକୁ ତ୍ବରିତ ବେଗରେ ପ୍ରଭାବଶାଳୀ […]

ରାଜ୍ୟ

ବିଜେଡିର ପ୍ରଚାର କରୁଛି ପ୍ରଶାସନ: କଂଗ୍ରେସ

ରାୟଗଡ଼ା: ରାୟଗଡ଼ାରେ ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୨ଛାତ୍ରୀ ଗୁରୁତର ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଜିଲ୍ଳା କଂଗ୍ରେସ କମିଟି। କାର୍ଯ୍ୟକ୍ରମ ଆୟୋଜକ ଓ ଛାତ୍ରଛାତ୍ରୀଙ୍କୁ ପଠାଇଥିବା ସମସ୍ତ କଲେଜଗୁଡ଼ିକର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଳା ଆରକ୍ଷୀ ଅଧକ୍ଷୀକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଏହି ଦାବିପତ୍ରକୁ ଏକ ଏଫଆଇଆର ଭାବେ ପରିଗଣିତ କରି ପଦକ୍ଷେପ ତଦନ୍ତ କରିବାକୁ ଅନୁରୋଧ କରିଛି ଡିସିସି କମିଟି। […]

ରାଜ୍ୟ

ସ୍ବଚ୍ଛତାରେ ଓଡ଼ିଶା ଚତୁର୍ଥ: ଗୁଜରାଟ, ତାମିଲନାଡ଼ୁ ଭଳି ରାଜ୍ୟକୁ ପଛରେ ପକାଇଲା

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦେଶର ସ୍ବଚ୍ଛ ସହର ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନ ହାସଲ କରିଛି। ଗତଥର ଓଡ଼ିଶା ୯ମ ସ୍ଥାନରେ ଥିବାବେଳେ ଚଳିତବର୍ଷ ଓଡ଼ିଶା ୫ଟି ସ୍ଥାନ ଉପରକୁ ଉଠିଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ରେ ଯେଉଁ ତିନିଟି ରାଜ୍ୟ ପ୍ରଥମ ତିନିଟି ସ୍ଥାନରେ ଥିଲେ ସେମାନଙ୍କ ମଧ୍ୟରେ ସାମାନ୍ୟ ଅଦଳବଦଳ ହୋଇଥିବାବେଳେ ଓଡ଼ିଶା ଲମ୍ବା ଡିଆଁ ମାରିଛି। ୨୦୨୨ରେ ମଧ୍ୟପ୍ରଦେଶ ସ୍ବଚ୍ଛ ରାଜ୍ୟ ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ଏଥର ମହାରାଷ୍ଟ୍ର […]

ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବଦଳୁଛି ସ୍ବର୍ଣ୍ଣାଭ ବେଳାଭୂମି

ପୁରୀ: ଦେଶ ବିଦେଶରେ ସୁଖ୍ୟାତି ଅର୍ଜିଥିବା ପୁରୀ ସୂ୍ର୍ଣ୍ଣାଭ ବେଳାଭୂମିର ବଦଳୁଛି କଳେବର। ବେଳାଭୂମି ସହ ବେଳାମାର୍ଗର ହେବ ଆଖିଝଲସା ସୌନ୍ଦର୍ଯ୍ୟୀକରଣ। ବ୍ଲୁ-ଫ୍ଲାଗ୍‌ର ଅନୁଭବ ଦେବ ଦିଗବାରେଣୀରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ବିସ୍ତୃତ ବେଳାଭୂମି। ‘ଅବଢ଼ା’ ଯୋଜନାରେ ପ୍ରାୟ ୧୦୨ କୋଟି ଟଙ୍କା ବ୍ୟୟରେ ଦିଗବାରେଣୀ ଛକଠାରୁ ଷ୍ଟର୍ଲିନ୍‌ ଛକ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ କିଲୋମିଟର ପରିବ୍ୟାପ୍ତ ବେଳାମାର୍ଗ ଓ ବେଳାଭୂମିର ଚାଲିଛି ଉନ୍ନତୀକରଣ। ଖୁବ୍‌ଶୀଘ୍ର ଦେଶ ବିଦେଶର ପର୍ଯ୍ୟଟକ ବେଳାଭୂମିର ନୂଆରୂପ ଦେଖିବେ। ଏହି ବିକାଶ […]

ରାଜ୍ୟ

ରାଜ୍ୟରେ ଶୀତର ପ୍ରକୋପ ଜାରି: ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ୧୫ ଡିଗ୍ରି ତଳେ ୧୯ ସହରର ତାପମାତ୍ରା ଥିବା ଜଣାଯାଇଛି। ୭. ୪ ଡିଗ୍ରୀ ସହ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ ୧୩.୭, କେଉଁଝରରେ ୧୩, ମାଲକାନଗିରିରେ ୧୪.୯ […]

ରାଜ୍ୟ

ଅତି ସାଂଘାତିକ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାରୁ ୬: ଭୁବନେଶ୍ବର ସ୍ଥିତି ଗମ୍ଭୀର

ଭୁବନେଶ୍ବର: ଦିନ କେଇଟା ମଧ୍ୟରେ ଦିଲ୍ଲୀ ଅବସ୍ଥା ଭୋଗିଲାଣି ଓଡ଼ିଶା। ରାଜ୍ୟର ଗୋଟିଏ ପରେ ଗୋଟିଏ ସହରର ବାୟୁ ପ୍ରଦୂଷଣ ଏବେ ଦିଲ୍ଲୀକୁ ଟପୁଛି। ଗତ ସପ୍ତାହରେ ତାଳଚେର, ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ସହରକୁ ଟପିଯାଇଥିଲା। ଏବେ ବାଲେଶ୍ବର ଅବସ୍ଥା ତଦ୍ରୂପ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିବିସିବି) ତଥ୍ୟ ଅନୁଯାୟୀ, ବାଲେଶ୍ବର ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି, ଯାହାକି ଦିଲ୍ଲୀଠାରୁ ଅଧିକ। ଅପରାହ୍ଣ ୪ଟା ସୁଦ୍ଧ‌ା ଦିଲ୍ଲୀ […]