ଏକଲବ୍ୟ ଆଦର୍ଶ ବିଦ୍ୟାଳୟ: ସୁନ୍ଦରଗଡ଼ରେ ୧୬ରୁ ୪ଟି କାର୍ଯ୍ୟକ୍ଷମ, ଜାଗା ବିବାଦରୁ ବିଳମ୍ବ
ରାଉରକେଲା: କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ୬୩ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ୧୬ଟି। ବର୍ତ୍ତମାନ ସୁଦ୍ଧା ୧୬ଟି ମାତ୍ର ୪ଟି କାର୍ଯ୍ୟକ୍ଷମ ହୋଇପାରିଛି। ଚାଲିଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ରହିଛି କୁଆରମୁଣ୍ଡା ବ୍ଲକ୍ର କୁଆରମୁଣ୍ଡା, ଲହୁଣିପଡ଼ାର ଶରଧାପୁର, ରାଜଗାଙ୍ଗପୁରର ଲାଇଙ୍ଗ ଓ ସୁନ୍ଦରଗଡ଼ର ଭବାନୀପୁର। ଜିଲ୍ଲାର ଟାଙ୍ଗରପାଲିର ତେଲିପାଲି, ବିଶ୍ରାର ବିଜାଡ଼ିହି, ବଡ଼ଗାଁର ଭୋଇପାଲି ଓ ସବ୍ଡେଗାର ସବ୍ଡେଗାରେ ନିର୍ମାଣ […]









