ମନୋରଞ୍ଜନ

ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ

ଅହମଦାବାଦ ୨୫/୦୬ : ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ସୋସାଇଟି ଅଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଦୁର୍ବବ୍ୟବହାର ସହ ସୋସାଇଟିର ଅନ୍ୟ ବାସିନ୍ଦାଙ୍କୁ ମିଛ ମାମଲାରେ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ରୋହତଗୀଙ୍କ ନାଁରେ ରହିଛି । ଅଭିନେତ୍ରୀଙ୍କର ଏପରି ବ୍ୟବହାର କାରଣରୁ ସୋସାଇଟିର ଲୋକମାନେ ଦୀର୍ଘ ଦିନ ଧରି କ୍ଷୁବ୍ଧ ଥିଲେ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍ […]

ମନୋରଞ୍ଜନ

ପ୍ରେମିକା ପାଇଁ ଯୁବକ ଆଇଫୋନ ମାଗିବାରୁ ସୋନୁ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କ ସାହାଯ୍ୟ କରିବାକୁ କୌଣସି ମଉକା ଛାଡ଼ି ନଥାଆନ୍ତି। ଏହି କାରଣରୁ ସୋନୁ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି। ଆଉ ସୋନୁ ବି ଆଗକୁ ଆସି ଯଥା ସମ୍ଭବ ଲୋକଙ୍କ ସାହାଯ୍ୟ କରୁଛନ୍ତି। ଗତ ସୋମବାର ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ କରି କରି ପଚାରିଥିଲେ, ଭାଇ ମୋର ପ୍ରେମିକା ମୋତେ ଆଇଫୋନ ମାଗୁଛି,ଏହାର କିଛି ହୋଇ ପାରିବ କି? ସୋନୁ ଏହି ପ୍ରଶ୍ନର ଯେଉଁଭଳି ଉତ୍ତର ଦେଇଛନ୍ତି ତାହା […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ। ବୃଷ: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ। ମିଥୁନ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ପାଇବେ। ସାଥୀ ସହିତ ସିନେମା ଦେଖିବାର ଯୋଜନା […]

ମନୋରଞ୍ଜନ

ସାଇକେଲରେ ବୁଲି ବ୍ରେଡ୍,ଅଣ୍ଡା ବିକ୍ରି କରୁଛନ୍ତି ସୋନୁ ସୁଦ: କହିଲେ, କିଏ କହୁଛନ୍ତି ମାଲ୍ ବନ୍ଦ ଅଛି

ମୁମ୍ବାଇ ୨୪/୦୬: ସୋନୁ ସୁଦ୍ କରୋନା ଭାଇରସରେ ପୀଡିତ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ରିସେଣ୍ଟ୍ ସୋସିଆଲ ମିଡିଆ ପୋଷ୍ଟରେ ସେ ଏକ ସାଇକେଲରେ ବ୍ରେଡ୍ ଏବଂ ଅଣ୍ଡା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଲାଗୁଛି ଯେ ସୋନୁ ନିଜର ଅଣ୍ଡା, ବ୍ରେଡ୍ ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ଏହାର ନାମ ଦେଇଛନ୍ତି ‘ସୋନୁ ସୁଦଙ୍କ ସୁପରମାର୍କେଟ୍’ […]

ମନୋରଞ୍ଜନ

ବଲିଉଡ ପରେ ଏବେ ହଲିଉଡରେ ଡେବ୍ୟୁ କରିବେ ବିଦ୍ୟୁତ ଜାମୱାଲ୍, ଆକ୍ସନ୍ ଷ୍ଟାରଙ୍କୁ ସାଇନ୍ କରାଇଲା ୱାଣ୍ଡର୍ ଷ୍ଟ୍ରିଟ୍

ନୂଆଦିଲ୍ଲୀ ୨୪/୦୬: ଅଭିନେତା ବିଦ୍ୟୁତ ଜାମୱାଲ ଫିଲ୍ମରେ ନିଜର ଦମଦାର ଅଭିନୟ ଏବଂ ଆକ୍ସନ୍ ପାଇଁ ବେଶ ଜଣାଶୁଣା । କେବଳ ଏତିକି ନୁହେଁ, ସେ ଦୁନିଆର ଟପ୍ ମାର୍ଶଲ କଳାକାରଙ୍କ ମଧ୍ୟରୁ ଜଣେ। ଅତୀତରେ, ସେ ବ୍ରୁସ୍ ଲି, ଜ୍ୟାକି ଚେନ୍ ଏବଂ ଜେଟ୍ ଲି ଭଳି ଦିଗଜମାନଙ୍କ ସହିତ ଗୁଗୁଲରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ବର୍ତ୍ତମାନ ଖୁବ୍ ଶୀଘ୍ର ସେ ହଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି । ନିଜର କାର୍ଯ୍ୟ ଏବଂ ପ୍ରତିଭା […]

ମନୋରଞ୍ଜନ

ଉପସ୍ଥାପିକା ମାନସୀ

ଶ୍ରୀମତୀ କମ୍ ନୁହନ୍ତି, ବୋହୂ ଆମର ସୁପରଷ୍ଟାର୍‌, ଝୁମ୍ ଓଡ଼ିଶା ଝୁମ୍, ଆପଣଙ୍କ ପସନ୍ଦ, ଭଳି ଓଡ଼ିଆ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ରିୟାଲିଟି ସୋ’ରେ ସେ ଉପସ୍ଥାପନା କରିଛନ୍ତି। ପୁଣି ଷ୍ଟାର ସ୍ପାର୍ଟସ୍ ଚ୍ୟାନେଲରେ ପ୍ରସାରିତ ‘ଖେଲୋ ଇଣ୍ଡିଆ ଖେଲୋ’, ହକି ୱାର୍ଲଡ କପ୍’, ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ମ୍ୟାଚ ଆଦିରେ ସେ କମେଣ୍ଟାରି କରିଛନ୍ତି। ଏଥିରେ ତାଙ୍କ ନିପୁଣତା ଥାଇଲାଣ୍ଡ ଓ ମାଲେସିଆ ଆଦି ଦେଶରେ ଅନୁଷ୍ଠିତ ଆଖିଦୃଶିଆ ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳିଛି। ଏଥର […]

ମନୋରଞ୍ଜନ

କଙ୍ଗନା ହେବେ ଇନ୍ଦିରା!

ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ବଳିଷ୍ଠ ଅଭିନୟ ଏବଂ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ କରିବା ପରେ ଏବେ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଏକ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଜରୁରୀକାଳୀନ ପରିସ୍ଥିତି ଉପରେ ଏହି ଫିଲ୍ମ ଆଧାରିତ ହେବ। କଙ୍ଗନା ଏଥିରେ ଇନ୍ଦିରାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଫିଲ୍ମ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟର କେତେକ […]

ମନୋରଞ୍ଜନ

ଗର୍ଜିଅସ୍ ଗୁଞ୍ଜନ୍

‘ଧଡକ୍’ ଚଳଚ୍ଚିତ୍ରରୁ ବଡ଼ ପରଦାରେ ପାଦ ଦେଇଥିବା ଜାହ୍ନବୀଙ୍କୁ ଏହା ଭିତରେ ‘ଘୋଷ୍ଟ ଷ୍ଟୋରିଜ୍’, ‘ଅଙ୍ଗ୍ରେଜି ମିଡିଅମ୍’, ‘ଗୁଞ୍ଜନ ସକ୍ସେନୋ: ଦ କାର୍ଗିଲ ଗାର୍ଲ’, ‘ରୁହି’ ଆଦିରେ ଫିଲ୍ମରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଆଗକୁ ଆସୁଛି ଜାହ୍ନବୀଙ୍କ ଅଭିନୀତ ‘ଦୋସ୍ତାନା-୨’ ଓ ‘ଗୁଡ୍ ଲକ୍ ଜେରି’। ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ। କିଛିଦିନ ତଳେ ସେ ସୂର୍ଯ୍ୟାସ୍ତ ବେଳେ ସମୁଦ୍ର ତଟରେ ନିଜର କିଛି ଫଟୋସୁଟ୍ କରିଛନ୍ତି। ସେ ହ୍ବାଇଟ୍ ଟପ୍ ଓ ପ୍ରିଣ୍ଟେଡ୍ […]

ଖେଳ

ଜାଦେଜା ହେଲେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଟେଷ୍ଟ୍‌ ଅଲ୍‌ରାଉଣ୍ଡର

ଦୁବାଇ: ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଲଣ୍ଡନର ସାଉଥମ୍ପଟନ୍‌ରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସ ଅବସରରେ ଆଇସିସି ଟେଷ୍ଟ୍‌ ମାନ୍ୟତାର ସର୍ବଶ୍ରେଷ୍ଠ ଅଲ୍‌ରାଉଣ୍ଡର ହୋଇଛନ୍ତି। ଏକ୍ଷେତ୍ରରେ ସେ ୱେଷ୍ଟଇଣ୍ଡିଜ୍‌ର ଜାସନ୍‌ ହୋଲ୍‌ଡରଙ୍କୁ ଗାଦିଚ୍ୟୁତ କରିଛନ୍ତି। ବିଶ୍ବର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଟେଷ୍ଟ୍‌ ଅଲ୍‌ରାଉଣ୍ଡର ହୋଇଥିବା ଜାଦେଜା (୩୮୬ ରେଟିଂ ପଏଣ୍ଟ୍‌) ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ହୋଲ୍‌ଡର (୩୮୪)ଙ୍କଠୁ ୨ ପଏଣ୍ଟ୍‌ ଆଗରେ ରହିଛନ୍ତି। ଏହି ତାଲିକାରେ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ […]

ଖେଳ

ଡବ୍ଲୁଟିସି ଫାଇନାଲ୍‌ରେ ଭାରତର ସ୍ବପ୍ନ ଧୂଳିସାତ୍‌, ନ୍ୟୁଜିଲାଣ୍ଡ୍‌ ଜିତିଲା ପ୍ରଥମ ଟ୍ରଫି କାଇଲ୍‌ ଜାମିସନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ସାଉଥମ୍ପଟନ୍: ବର୍ଷା ବ୍ୟାଘାତ, ‌ଆଲୋକ ଅଭାବ ଏବଂ ବାରମ୍ବାର ଖେଳ ବନ୍ଦ ହେବା ସତ୍ତ୍ବେ ସଂରକ୍ଷିତ ଦିବସରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫଳାଫଳ ବାହାରିଗଲା। ଏତେସବୁ ପ୍ରତିବନ୍ଧକ ସତ୍ତ୍ବେ ଭାରତ ପରାଜୟରୁ ବଞ୍ଚି ପାରିଲାନି। ପ୍ରଥମ ଦିନରୁ ବର୍ଷା ଯୋଗୁଁ ୪ ଦିନ ମଧ୍ୟରେ ପୂରା ୨ ଦିନ ଖେଳ ଆଦୌ ସମ୍ଭବ ହୋଇନଥିଲା। ଏହା ବ୍ୟତୀତ ଅନ୍ୟ ଦୁଇ ଦିନ ମଧ୍ୟ ଅଧିକାଂଶ ସମୟ ନଷ୍ଟ ହୋଇଥିଲା। ଏହାସତ୍ତ୍ବେ ରିଜର୍ଭ ଦିବସରେ ହିଁ ନ୍ୟୁଜିଲାଣ୍ଡ୍‌ […]