ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ : ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
ମୁମ୍ୱାଇ ୩୦/୬: ଭେଟେରାନ ଅଭିନେତା ତଥା ଥିଏଟର ଆର୍ଟିଷ୍ଟ ନାସିରୁଦ୍ଦିନ ଶାହା ଅସୁସ୍ଥ । ୭୦ ଦଶକରେ ସମାନ୍ତରାଳ ସିନେମା ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାସିରୁଦ୍ଦିନ ଶାହାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାସିରୁଦ୍ଦିନଙ୍କ ପତ୍ନୀ ରତ୍ନା ପାଠକ ଶାହା ଏନେଇ ସ୍ପଷ୍ଟ କରିଛନ୍ତି । ରତ୍ନା କହିଛନ୍ତି ଯେ ନାସିର ସାହାବଙ୍କୁ ନିମୋନିଆ ହୋଇଛି । ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । “ତାଙ୍କ ଫୁସଫୁସରେ ନିମୋନିଆର […]