ରାଜ୍ୟ

‘ହାତ’ ଧରିଲେ ଗମାଙ୍ଗ ପରିବାର: ଜିଲ୍ଲା କଂଗ୍ରେସରେ ହଇଚଇ

ରାୟଗଡ଼ା/ନୂଆଦିଲ୍ଲୀ: କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଗମାଙ୍ଗ ପରିବାର। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ, ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ଘରକୁ ବାହୁଡ଼ିଛନ୍ତି। ସେହିପରି ପୂର୍ବତନ ବରଗଡ଼ ସାଂସଦ ସଂଜୟ ଭୋଇ ମଧ୍ୟ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନରେ ଗମାଙ୍ଗ ପରିବାରରୁ କିଏ […]

ରାଜ୍ୟ

୨୪ରେ ଓଡ଼ିଶାରେ ପରିବର୍ତ୍ତନ ହେବ: ବିଶ୍ବେଶ୍ବର ଟୁଡୁ

ଭଦ୍ରକ: ଭଦ୍ରକରେ ବୁଧବାର ବିଜେପିର ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଆସି  ସହୀଦ୍ ଭଗତ୍ ସେନାର ମୁଖ୍ୟ ସମାଜସେବୀ ସୀତାଂଶୁ ମହାପାତ୍ର ଗାନ୍ଧି ପଡିଆଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ବହୁ ଦିନରୁ ସୀତାଂଶୁ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ସେ ପଦ୍ମ ଧରିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ସୀତାଂଶୁ ବିଧିବଦ୍ଧ […]

ରାଜ୍ୟ

୧୯ ଯାଏ ହାଲୁକା ବର୍ଷା

ଭୁବନେଶ୍ବର: ଜାନୁଆରି ୧୭ରୁ ୧୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁରରେ ବର୍ଷା ହେବାକୁ ଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ନ ହେଲେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ମୁଖ୍ୟତଃ […]

ରାଜ୍ୟ

ବେଲୁ ରାସ୍ତାରେ ମଦ ମାଫିଆ: ଢେଙ୍କାନାଳ ଆମ୍ବପଳାସ ପାଲଟିଛି କାରବାରର ପେଣ୍ଠ

କଟକ: ଦେଶୀ ମଦର ଚୋରା କାରବାର ଏବେ ଚିନ୍ତା ବଢାଇଲାଣି। ଯେଉଁ ଢଙ୍ଗରେ ନବେ ଦଶକରେ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ଦେଶୀ ମଦର ଚୋରା କାରବାର କରୁଥିଲା ଏବେ କଟକର ମଦ ମାଫିଆ ସେହି ଢଙ୍ଗରେ ଚୋରା କାରବାର ବ୍ୟାପକ କଲେଣି। ଗୋଟିଏ ପଟେ ଏପ୍ରକାର କାରବାର ମଦ୍ୟପଙ୍କ ପାଇଁ ବିପଦ ବଢାଉଥିବା ବେଳେ ଅନ୍ୟପଟେ ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ପିଇ ହାତୀ ପଲଙ୍କ ଉତ୍ପାତ ବି ଚିନ୍ତାର କାରଣ ହୋଇଛି। […]

ରାଜ୍ୟ

ସଙ୍କଟରେ ପକ୍ଷୀ ବଂଶ: ଦେଶର ୧୭୮, ଓଡ଼ିଶା‌ର ୧୯ ପ୍ରଜାତି ପ୍ରତି ବିପଦ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ହେଉ ଅଥବା ସହରୀକରଣର ପ୍ରଭାବ। ପକ୍ଷୀଙ୍କ ପାଇଁ ବିପଦ ବଢ଼ି ବଢ଼ି ଚାଲିଛି। ଦିନେ ସକାଳ ହେବା କ୍ଷଣି ପକ୍ଷୀଙ୍କ କଳରବରେ ଉଛୁଳି ପଡ଼ୁଥିବା ପରିବେଶ ଆଉ ନାହିଁ। ସହରରୁ ଗୋଟିଏ ପରେ ଗୋଟିଏ ପ୍ରଜାତିର ପକ୍ଷୀ ବିଲୁପ୍ତ ହେଲେଣି। ଶାଣୁଣା ବଂଶ ଲୋପ ପାଇବାକୁ ବସିଲାଣି। ବାଇ ଚଢ଼େଇ ଏବେ କାଁ ଭାଁ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ସମେତ ଗାଁ ଗହଳିରେ ପକ୍ଷୀଙ୍କ ଉପସ୍ଥିତି କିଛିଟା ଆଶ୍ବସ୍ତି ଆଣିଦେଇଛି ସତ, […]

ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜି ଲୋକାର୍ପଣ

ପୁରୀ: ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ଶ୍ରୀକ୍ଷେତ୍ର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।। ସମୟ ସାକ୍ଷୀ ହେବାକୁ ଯାଉଛି ଶ୍ରୀମନ୍ଦିର ଚୌହଦୀ ସୌନ୍ଦର୍ଯ୍ୟୀକରଣର ଅନନ୍ୟ ରୂପାନ୍ତର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଲୋକାର୍ପିତ ହେବ ଭବ୍ୟ ଓ ଦିବ୍ୟର ଏହି ପ୍ରଦକ୍ଷିଣ ମାର୍ଗ। ଯାହା ଭକ୍ତଙ୍କ ଚିନ୍ତନରେ ଭରିଦେବ ଆଧ୍ୟାତ୍ମିକତା। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲୋକାର୍ପଣ ପୂର୍ବରୁ ବରଣୀୟ […]

ରାଜ୍ୟ

ରମେଶ ସାଏଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ଖଣ୍ଡା!

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଭାରେ ବସିଲେ। ଅଥଚ ରାଜ୍ୟ ସରକାରଙ୍କ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ବି କଲେନି। ଏହାକୁ ନେଇ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଉପରେ ଖପ୍ପା ହୋଇଛି ବିଜେଡି। ଶାସକ ଦଳର ବିଧାୟକ ହୋଇ ବି ମନ୍ତ୍ରୀମାନଙ୍କୁ ଅପମାନିତ କରିବା ଘଟଣାକୁ ଦଳ ସହଜରେ ଗ୍ରହଣ କରିନି। କୌଣସି ସମୟରେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ରାଜନୈତିକ […]

ରାଜ୍ୟ

ମକାପୁଟରୁ ହଟିବ ମୁଖ୍ୟଡମ୍ପିଂ ୟାର୍ଡ: ସରିଲା ଡ୍ରୋନ ସର୍ଭେ

ଜୟପୁର: ସହରର ୨୮ଟି ୱାର୍ଡରୁ ସଂଗ୍ରୃହିତ ହେଉଥିବା ସୁଖିଲା ଓକଂଚା ମଇଳା, ଆବର୍ଜନା ଆଦିକୁ ମକାପୁଟ ମୁଖ୍ୟଡମ୍ପିଂୟାର୍ଡ,ଗୋଡିଆଧୋବା ସାହି, କୁମ୍ଭାରସାହି ନିକଟରେ ଥିବା ଡମ୍ପିଂୟାର୍ଡରେ  ପକାଯାଉଛି। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ତୁରନ୍ତ ଏହି ଡମ୍ପିଂୟାର୍ଡ ସବୁକୁ ହଟାଇ ଅତ୍ୟାଧୁନିକ ପ୍ରଣାଳୀରେ ବର୍ଜବସ୍ତୁକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ପ୍ରାରମ୍ଭିକ ଭାବେ ମକାପୁଟ ମୁଖ୍ୟଡମ୍ପିଂୟାର୍ଡ ସଂପୁର୍ଣ୍ଣ ଉଚ୍ଛେଦ କରିବା ପ୍ରକ୍ରିୟା ପୌରପାଳିକା ପକ୍ଷରୁ ଆରମ୍ଭ ‌ହୋଇଛି। ଏହି କ୍ରମରେ ଗତ କିଛି ଦିନ ହେବ ଡ୍ରୋନ […]

ରାଜ୍ୟ

ବସନ୍ତ କୁମାରୀ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର

କଟକ: କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ବସନ୍ତ କୁମାରୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଶତାବ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଉଦ୍‌ଘାଟକ ଭା‌ବେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ତଥା ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଡକ୍ଟର […]

ରାଜ୍ୟ

ମୟୂରଭଞ୍ଜରେ ପାରଦ ତଳମୁହାଁ: ଘନକୁହୁଡ଼ି ଓ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ବାରିପଦା: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହେ ହେଲା ଅସହ୍ୟ ଶୀତ ଲହରି ଲାଗି ରହିଛି। ଦିନତମାମ କୋହଲା ପାଗ ସାଙ୍ଗକୁ ରାତିରେ ହାଡ଼ଭଙ୍ଗା ଜାଡ଼ ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରି ପକାଇଛି। ମୁଖ୍ୟତଃ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳ ସହ ବାରିପଦା, ଯଶିପୁର, କରଞ୍ଜିଆ, ବିଶୋଇ, ଶୁକୃଳି, ଠାକୁରମୁଣ୍ଡା, ତିରିଂ, ବହଳଦା ଆଦି ବ୍ଲକ୍‌ରେ ଶୀତର ପ୍ରକୋପ ଅଧିକ ରହୁଥିବା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଶିମିଳିପାଳର ନଅଣା, ଗୁଡ଼ୁଗୁଡ଼ିଆ, […]