ଶରଧାବାଲିରେ ୩ ରଥ, ଆଜି ଅପରାହ୍ନରେ ଆଡପ ମଣ୍ଡପ ବିଜେ କରିବେ ତିନିଠାକୁର
ପୁରୀ ୧୩/୭: ଶରଧାବାଲିରେ ୩ ରଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ ହୋଇଛନ୍ତି କାଳିଆ ଠାକୁର । ଅପରାହ୍ଣରେ ତିନି ଠାକୁର ଆଡପ ମଣ୍ଡପକୁ ବିଜେ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇପାରିବେ ନାହିଁ। କୋଭିଡ କଟକଣା ମଧ୍ୟରେ ଗତକାଲି ସଂଧ୍ୟା ପୂର୍ବରୁ ଶେଷ ହୋଇଥିଲା ରଥଟଣା । ତେବେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ […]