ଧର୍ମ

ନୀଳକନ୍ଦରରେ ନୀଳାଦ୍ରିନାଥ, ଶ୍ରୀମନ୍ଦିରରେ ନୀତିକାନ୍ତି ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅଭଡ଼ା

ପୁରୀ ୨୪/୭: ୨୯ ଦିନ ପରେ ରତ୍ନବେଦିକୁ ଫେରିଛନ୍ତି ମହାବାହୁ । ଚତୁର୍ଦ୍ଦଶୀ ତିଥି ଶୁକ୍ରବାର ନୀଳାଦ୍ରି ବିଜେ ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଉଭା ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୀଳାଦ୍ରିନାଥଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର । ଗତମାସ ୨୪ ତାରିଖ ସ୍ନାନପୂର୍ଣ୍ଣିମା ଭୋରରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ିଥିଲେ । ରଥାରୁଢ଼ ଠାକୁରମାନେ ଗୋଟି ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିଜେ ହୋଇଥିଲେ । ବଡ଼ଦେଉଳ ପରମ୍ପରାକ୍ରମେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ କଳି (ପାରମ୍ପରିକ ବଚନିକା) ଅନୁଷ୍ଠିତ ହୋଇଥିଲା । […]

ଧର୍ମ

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ କୋଣ ଅନୁକୋଣରେ ଅଛନ୍ତି ଭୋଳେନାଥ

ନୂଆଦିଲ୍ଲୀ ୨୪/୦୭ : ଭଗବାନ ଶିବଙ୍କୁ ଭୋଳେନାଥ, ମହାଦେବ ଇତ୍ୟାଦି ନାମରେ ପୂଜା କରାଯାଏ। କୁହାଯାଏ ଯେ ଟିକିଏ ଭକ୍ତିରେ ସେ ନିଜ ଭକ୍ତଙ୍କ ଇଚ୍ଛା ପୂରଣ କରି ଦିଅନ୍ତି। ଭାରତରେ ତାଙ୍କର ଅନେକ ପ୍ରାଚୀନ ମନ୍ଦିର ପ୍ରତିଷ୍ଠିତ । କିନ୍ତୁ ଆପଣ ଜାଣନ୍ତି କି ଭଗବାନ ଶିବଙ୍କ ମନ୍ଦିର ଭାରତ ବାହାରେ ଅର୍ଥାତ୍ ବିଦେଶରେ ମଧ୍ୟ ପ୍ରତିଷ୍ଠିତ ହୋଇଛି । ଭାରତ ଠାରୁ ନେଇ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଇତ୍ୟାଦି ଅନେକ ଦେଶରେ ଶିବଙ୍କର ପ୍ରାଚୀନ […]

ରାଶିଫଳ

ଜୁଲାଇ ୨୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆଜି ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ସମସ୍ୟା ନେଇ ମାନସିକ ସ୍ଥିତି ଭଲ ରହିବ । ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ମତାନ୍ତର ସୃଷ୍ଟି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ । ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ । ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି । ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ । କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ […]

ଖେଳ

ଟୋକିଓ ଅଲିମ୍ପିକରେ ଭାରତର ବିଜୟ ଅଭିଯାନ ଆରମ୍ଭ, ଭାରତ୍ତୋଳକରେ ଚାନୁଙ୍କୁ ରୌପ୍ୟ

ଜାପାନ ୨୪/୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ […]

ମନୋରଞ୍ଜନ

ପୁଣି ଗ୍ଲାମର୍ ଲୁକ୍ ଦେଖାଇଲେ ସୁହାନା : ଫଟୋ କ୍ଲିକ୍ କଲେ ଗୌରୀ, କମେଣ୍ଟ୍ ଦେଲେ ସାହାରୁଖ

ମୁମ୍ବାଇ ୨୪/୦୭ : ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ଝିଅ ସୁହାନା ଖାନ ଜଣେ ସୋସିଆଲ୍ ମିଡିଆ ଷ୍ଟାର୍ । ସୁହାନା ବର୍ତ୍ତମାନ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହି ସମୟରେ ସୁହାନା କାଜୁଆଲ୍ ଲୁକରେ ଅଛନ୍ତି । ବିଶେଷ କଥା ହେଉଛି ତାଙ୍କର ଏହି ଫଟୋକୁ ଗୌରୀ ଖାନ କ୍ଲିକ୍ କରିଛନ୍ତି । ସୁହାନା ଏକ ଧଳା ଟପ୍ ସହିତ ଡେନିମ୍ ସର୍ଟସ୍ ପିନ୍ଧିଛନ୍ତି […]

ଖେଳ

ଟୋକିଓ ଅଲିମ୍ପିକରେ କୋଭିଡ-୧୯ ନିୟମ ଉଲ୍ଲଂଘନ, ବିନା ମାସ୍କରେ ଉଦଘାଟନୀ ସମାରୋହରେ ସାମିଲ ହେଲେ ପାକିସ୍ତାନୀ ଆଥଲେଟ୍

ଟୋକିଓ ୨୪/୭: ବିବାଦରେ ଫସିଗଲେ ପାକିସ୍ତାନୀ ଆଥଲେଟ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ବିନା ମାସ୍କରେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଯାହାକି ସାମାଜିକ ଗଣମଧ୍ୟାମରେ ବେଶି ଟ୍ରୋଲ ହେଉଛି । କୋଭିଡ ନିୟମ ଅନୁସାରେ ଆଥଲେଟଙ୍କୁ ଉଦଘାଟନୀ ସମାରୋହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯଇଥିଲା । ହେଲେ ବ୍ୟାଡମିଣ୍ଟନ ଖେଳାଳି ମହୂର ଶହଜାଦ କିନ୍ତୁ ମୁହଁରେ ଠିକ ରୂପେ ମାସ୍କ ପିନ୍ଧିନଥିଲେ । କିନ୍ତୁ ସୁଟର […]

ଖେଳ

ଜାଜା-ପ୍ରିନସେସ୍ ଅଫ୍ ଟେବୁଲ୍ ଟେନିସ୍ : ମାତ୍ର ୧୨ ବର୍ଷରେ ଅଲିମ୍ପିକରେ ଏଣ୍ଟ୍ରି, ଟୋକିଓରେ ସର୍ବକନିଷ୍ଠ ଖେଳାଳି

ଟୋକିଓ, ୨୪/୦୭ : ବୟସ ମାତ୍ର ୧୨ ବର୍ଷ । କିନ୍ତୁ ସେ ହେଉଛନ୍ତି ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ଖେଳାଳି । ସେ ହେଲେ ସିରିଆର ବାଳିକା ତଥା ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍ ଜାଜା । କମ୍ ବୟସରୁ ସେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଏହାସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ହେଣ୍ଡ୍ ଜାଜା ହେଉଛନ୍ତି ଅଲିମ୍ପିକ୍ସ ଇତିହାସର ଅନ୍ୟତମ ସର୍ବକାଳୀନ ସର୍ବକନିଷ୍ଠ ଖେଳାଳି । […]

ମନୋରଞ୍ଜନ

ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ କରୋନା ସଂକ୍ରମିତ

ନୂଆଦିଲ୍ଲୀ ୨୨/୦୭ : ଦେଶରେ କରୋନା ଭାଇରସର ମାମଲା କମ୍ ହେଉଥିବାରୁ ଲୋକମାନେ ଶାନ୍ତିରେ ନିଶ୍ୱାସ ମାରୁଥିଲେ, କିନ୍ତୁ ପୁଣି ଥରେ ନୂଆ ମାମଲା ବଢିବାରେ ଲାଗିଛି । କରୋନାରେ ଅନେକ ସେଲିବ୍ରେଟ୍ ସଂକ୍ରମିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ କେତେକ ଏହି ମହାମାରୀକୁ ପରାସ୍ତ କରିଥିବାବେଳେ ଆଉ କେତେକ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏହି ସମୟରେ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଯାହା ପରେ ସେ ନିଜକୁ କ୍ୱାରେଣ୍ଟାଇନ୍ […]

ଧର୍ମ

କର୍କଟ ରାଶିରେ ପ୍ରବେଶ କରିବେ ବୁଧ : ମେଷ ଏବଂ ମିଥୁନ ସମେତ ଏହି ରାଶିର ବ୍ୟକ୍ତିଙ୍କର ହେବ ଲାଭ

ନୂଆଦିଲ୍ଲୀ ୨୨/୦୭ : ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି । ବୁଧ ଗ୍ରହ ଜୁଲାଇ ୨୫ରେ ଚନ୍ଦ୍ରଙ୍କ ରାଶି କର୍କଟରେ ପ୍ରବେଶ କରିବେ । ଏହି ରାଶିରେ ପୂର୍ବରୁ ସୂର୍ଯ୍ୟଦେବ ବସିଛନ୍ତି । ଅଗଷ୍ଟ ୯ ପର୍ଯ୍ୟନ୍ତ ବୁଧ କର୍କଟ ରାଶିରେ ରହିବ । ଏହା ପରେ ସେ ସୂର୍ଯ୍ୟଙ୍କ ରାଶି ସିଂହରେ ପ୍ରବେଶ କରିବେ । କର୍କଟ ରାଶିରେ ବୁଧ ଏବଂ ସୂର୍ଯ୍ୟଙ୍କର ଏକ ବିଶେଷ ସଂଯୋଗ ହେବ […]

ଧର୍ମ

ଶ୍ରାବଣ ମାସରେ ରାଶି ଅନୁସାରେ କରନ୍ତୁ ଶିବଙ୍କ ମନ୍ତ୍ର ଜପ, ମିଳିବ ଇଚ୍ଛାକୃତ ଫଳ

ନୂଆଦିଲ୍ଲୀ ୨୨/୦୭ : ପବିତ୍ର ଶ୍ରାବଣ ମାସ ଜୁଲାଇ ୨୫ରୁ ଆରମ୍ଭ ହୋଇ ୨୨ ଅଗଷ୍ଟରେ ଶେଷ ହେବ । ବିଶ୍ୱାସ ରହିଛି ଯେ ଏହି ପୁରା ମାସରେ ଭୋଳାନାଥ ଏବଂ ଦେବୀ ପାର୍ବତୀ ପୃଥିବୀ ଭ୍ରମଣ କରି ଭକ୍ତମାନଙ୍କୁ ଆଶୀର୍ବାଦ କରିଥାନ୍ତି। ସେଥିପାଇଁ ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜା ଏବଂ ବ୍ରତ ପାଳନ କରାଯାଇଥାଏ। ଏଥି ସହିତ, କିଛି ଲୋକ ବିଶେଷ ମନ୍ତ୍ର ଜପ କରି ତାଙ୍କର ଆଶୀର୍ବାଦ ପାଇଥାନ୍ତି । ଜ୍ୟୋତିଷ […]