ଖେଳ

ଦୀପିକା କୁମାରୀଙ୍କ ପଦକ ଆଶା ଧୂଳିସାତ୍, କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କଠୁ ପରାସ୍ତ

ଟୋକିଓ, ୩୦/୦୭ : ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ପଦକ ଜିତିବା ସ୍ୱପ୍ନ ଚୁରମାର ହୋଇଯାଇଛି । ଦୀପିକା ଟୋକିଓ ଅଲିମ୍ପିକ୍ସରୁ ପରାସ୍ତ ହୋଇ ବାଦ୍ ପଡିଛନ୍ତି । ସେ ବ୍ୟକ୍ତିଗତ ଇଭେଣ୍ଟରେ ସେମିଫାଇନାଲରେ ପହଁଚିପାରି ନଥିଲେ । ସେ କ୍ୱାର୍ଟର ଫାଇନାଲରେ କୋରିଆର ଅନ୍ ସାନଙ୍କଠୁ ୬-୦ରେ ପରାଜୟବରଣ କରିଥିଲେ । ଏହାପୂର୍ବରୁ ଦୀପିକା ପ୍ରି କ୍ୱାର୍ଟର ଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିଅନ ତଥା ଋଷ ଅଲିମ୍ପିକ ସମିତିର ସେନିଆ ପେରୋବାଭଙ୍କୁ ମାତ୍ ଦେଇଥିଲେ […]

ମନୋରଞ୍ଜନ

ବଲିଉଡର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ ଜନ୍ମ ଦିନ ; ୬୨ ବର୍ଷରେ ଫିଟ୍ ଆଣ୍ଡ ଷ୍ଟାଇଲିସ୍ ଷ୍ଟାରଙ୍କ ଲାଇଫ୍ ଷ୍ଟୋରୀ ଆହୁରି ଚମତ୍କାର

ମୁମ୍ବାଇ ୨୯/୦୭ : ବଲିଉଡର ମୁନ୍ନା ଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ ଆଜି ୬୨ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ବଲିଉଡର ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି । ତେବେ ତାଙ୍କ ଜୀବନ କାହାଣୀ ବେଶ୍ ଘଟଣାବହୁଳ ଓ ଆଶ୍ଚର୍ଯ୍ୟଜନକ । ଆକ୍ଟିଙ୍ଗ ଠାରୁ ଆରମ୍ଭ କରି ବେପରୱା ଜୀବନଶୈଳୀ, ନିଶା ଠାରୁ ଆରମ୍ଭ କରି ଜେଲର କଳା କଠୋରୀ, ପ୍ରେମ ବିଚ୍ଛେଦ । ତାଙ୍କ ବ୍ୟକ୍ତିଗତ ଜୀବନର […]

ମନୋରଞ୍ଜନ

ଅନୁଷ୍କା ଶର୍ମାଙ୍କ ନିଦ ହଜାଇ ଦେଇଛି ‘ବଚପନ୍ କା ପ୍ୟାର୍’: ଇନଷ୍ଟାଗ୍ରାମରେ ସେୟାର କଲେ ମିମ୍

ମୁମ୍ବାଇ ୨୯/୦୭ : ବର୍ତ୍ତମାନ ଇଂଲଣ୍ଡରେ ରହୁଥିବା ଅନୁଷ୍କାଙ୍କ ଆଖିରେ ନିଦ ନାହିଁ । ତାଙ୍କ ନିଦ ହଜାଇଛି ଇଣ୍ଟରନେଟ୍ ରେ ଭାଇରାଲ ହେଉଥିବା ‘ଗୀତ ବଚପନ କା ପ୍ୟାର’..। ଆଉ ଏହି ବଚପନ କା ପ୍ୟାର ଗୀତ ପାଇଁ ଭାଇରାଲ ଛତିଶଡର ସହଦେବ ଡିର୍ଡୋ ଅନୁଷ୍କାଙ୍କ ପସନ୍ଦ। ଏନେଇ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେଆର କରିଛନ୍ତି । ଅନୁଷ୍କା ଏବେ ସ୍ବାମୀ ବିରାଟ କୋହଲି ଓ ଝିଅ ଭାମିକାଙ୍କ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

୩୦ ବର୍ଷର ଜସଲିନଙ୍କୁ ଗର୍ଲଫ୍ରେଣ୍ଡ୍ କହି ବିଗ୍ ବସ୍ ରେ ଏଣ୍ଟ୍ରି କରିଥିଲେ ଅନୁପ ଜଲୋଟା

ନୂଆଦିଲ୍ଲୀ ୨୯/୦୭ : ‘ଏସି ଲାଗି ଲଗନ୍ ମୀରା ହୋ ଗଇ ମଗନ୍’ ଗାଇଥିବା ପ୍ରସିଦ୍ଧ ଭଜନ ସମ୍ରାଟ ଅନୁପ ଜଲୋଟା ଜୁଲାଇ ୨୯, ୧୯୫୩ ରେ ନୈନିତାଲରେ ଜନ୍ମଗ୍ରହଣ କରିଥିଲେ। ଅନୁପ ଜଲୋଟାଙ୍କ ଜୀବନ ଏତେ ବିବାଦ ମଧ୍ୟରେ ନଥିଲା, କିନ୍ତୁ ସେ ବିଗ୍ ବସ୍ ସିଜିନ୍ ୧୨ ଘରେ ପ୍ରବେଶ କରିବା ମାତ୍ରେ ହଠାତ୍ ଲାଇମ୍ ଲାଇଟକୁ ଆସିଥିଲେ। ଆଜି ତାଙ୍କର ଜନ୍ମଦିନ, ତେଣୁ ଏହି ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ସହ ଜଡିତ […]

ମନୋରଞ୍ଜନ

‘ସ୍କାଇ ହାଇ’ରେ ଆସିମ୍-ହିମାଂଶୀ

ଟେଲିଭିଜନରେ ୧୪ଟି ସିଜିନ୍ ଧରି ପ୍ରସାରିତ ହେଇଆସୁଥିବା ମଜାଦାର ରିୟାଲିଟି ସୋ’ ‘ବିଗ୍ ବସ୍’ର ଶେଷ ସିଜିନରେ ବେଶ୍ ଲୋକପ୍ରିୟ ହେଇଛନ୍ତି ଆସିମ୍ ରିୟାଜ୍ ଓ ହିମାଂଶୀ ଖୁରାନା ଯୋଡ଼ି। କେହି କେହି ସେମାନଙ୍କୁ ‘ଆସିମାଂଶୀ’ ବୋଲି ସମ୍ବୋଧନ କରୁଛନ୍ତି। ଏ ଦୁହେଁ ସୋସିଆଲ୍ ମିଡିଆ (ଇନ୍‌ଷ୍ଟାଗ୍ରାମ୍) ରେ ମଧ୍ୟ ମଜାଦାର ଗେମ୍ ଖେଳୁଥିବାର ଦେଖିବାକୁ ମିଳୁଛି। ଏବେ ପୁଣି ଏଇ ଯୋଡ଼ି ଆଉ ଏକ ନୂଆ ଚମକ ଦେଖାଇଛନ୍ତି। ନୂଆ ଭିଡିଓ ସଙ୍ଗ୍‌ ‘ସ୍କାଇ ହାଇ’ରେ […]

ମନୋରଞ୍ଜନ

ସନ୍ତୁଙ୍କ ହାତରେ ‘ରଘୁ’

ମାୟାନଗରୀ ମୁମ୍ବାଇରେ ଏକ ୱେବ୍ ସିରିଜ୍‌ର ନିର୍ଦ୍ଦେଶନା ଦାୟିତ୍ବ ଓଡ଼ିଆ ନିର୍ଦ୍ଦେଶକ ସନ୍ତୁଙ୍କୁ ମିଳିଛି। ସନ୍ତୁଙ୍କ ପୂରାନାମ ସନ୍ତୋଷ ବିଶୋୟୀ। ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରିତ ହେବାକୁ ଥିବା ଏହି ୱେବ୍ ସିରିଜ୍‌ର ଟାଇଟଲ୍ ରହିଛି ‘ରଘୁ ଇନ୍ ମୁମ୍ବାଇ’। ମୁମ୍ବାଇରେ ଏଭଳି ନିର୍ଦ୍ଦେଶନା ସୁଯୋଗ ସମ୍ଭବତଃ ପ୍ରଥମ ଥର ପାଇଁ ସନ୍ତୋଷଙ୍କ ଭଳି ଜଣେ ଓଡ଼ିଆ ପୁଅ ପାଇଛନ୍ତି। ଜାଫର୍ ଫିଲ୍ମସ୍ ପ୍ରଡକ୍ସନ୍ ହାଉସ୍ ଏହି ୱେବ୍ ସିରିଜ୍‌ ପ୍ରଯୋଜନା କରୁଛି। ଏହାର ଅନ୍ୟୂନ ୧୦ଟି ଏପିସୋଡ୍‌ର […]

ମନୋରଞ୍ଜନ

ମୁକ୍ତିଲାଭ ପୂର୍ବରୁ ପ୍ରଘଟ

ବଲିଉଡ୍ ଅଭିନେତ୍ରୀ କ୍ରୀତି ସାନନ୍‌ଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ମିମି’ ମୁକ୍ତିଲାଭ କରିବାର ଚାରିଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ପ୍ରଘଟ (ଲିକ୍) ହେଇଯାଇଛି। ଏହାର ଅଫିସିଆଲ୍ ରିଲିଜ୍ ନେଟ୍‌ଫ୍ଲିକ୍ସରେ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ‘ମିମି’ ନିର୍ଦ୍ଧାରିତ ତାରିଖରେ ରିଲିଜ୍ ପୂର୍ବରୁ ଅନ୍‌ଲାଇନ୍ ପାଇରେସିର ଶିକାର ହେଇଛି। ରିପୋର୍ଟ ଅନୁସାରେ ଜିଓ ଷ୍ଟୁଡିଓ ଓ ମେଡାକ୍ ଫିଲ୍ମସ୍ ଦ୍ବାରା ପ୍ରସ୍ତୁତ ‘ମିମି’ର ପାଇରେଟେଡ୍ ଭର୍ସନ୍ ଗତ ୨୬ ତାରିଖରେ ଟେଲିଗ୍ରାମ୍‌ରେ ଦେଖିବାକୁ ମିଳିଛି। ଟେଲିଗ୍ରାମ୍ […]

ମନୋରଞ୍ଜନ

ମଞ୍ଜରୀ ଟିଭିର ‘ଭାଉଜ ନମସ୍କାର’: ଲକଡାଉନ୍ ପରେ ଚଳଚଞ୍ଚଳ ଭାଉଜଙ୍କ ଘର

ଭୁବନେଶ୍ବର: ଲକଡାଉନ୍‌ର କଟକଣା ଆମ ସାମାଜିକ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିଛି। ମହାମାରୀର ଡରରେ ପାରିବାରିକ ମିଳାମିଶା ପ୍ରାୟତଃ ବନ୍ଦ ହୋଇଯାଇଥିଲା କହିଲେ ଚଳେ। ଏବେ କିନ୍ତୁ ସଂକ୍ରମଣ ହାର କମିବା ପରେ ଗାର୍ଗୀ ଭାଉଜଙ୍କ ଘର ପୁଣି ଚଳଚଞ୍ଚଳ ହୋଇଉଠିଛି। ଗୃହିଣୀମାନେ ତାଙ୍କ ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ପୁଣି ଖଟି ଜମେଇବା ଆରମ୍ଭ କରିଦେଇଛନ୍ତି। ଆଉ ଏଇ ସବୁ ମଜାଦାର ଖେଳ ଓ ଭରପୂର ମନୋରଞ୍ଜନର ଝଲକ୍ ଆପଣ ଦେଖିବାକୁ […]

ଧର୍ମ

ଶ୍ରାବଣ ମାସରେ ଘରେ ସ୍ଥାପନା କରନ୍ତୁ ମହାଦେବଙ୍କ ଏହିଭଳି ପ୍ରତିମା, ମିଳିବ ଶୁଭ ଫଳ

ଭୁବନେଶ୍ୱର ୨୮/୦୭ : ଶ୍ରାବଣ ମାସ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ସେଥିପାଇଁ ଘରେ ଭଗବାନ ଶିବଙ୍କ ପ୍ରତିମା ବା ଫଟୋ ସ୍ଥାପନା ବେଳେ ବାସ୍ତୁ ନିୟମ ପ୍ରତି ସଚେତନ ହେବ ଆବଶ୍ୟକ। ବାସ୍ତୁଶାସ୍ତ୍ରକୁ ଦୃଷ୍ଟିରେ ରଖି ଯଦି ଭଗବାନ ଶିବଙ୍କ ପ୍ରତିମା ସ୍ଥାପନା କରାଯାଏ ତାହେଲେ ଘରେ ସର୍ବଦା ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଘରେ ସୁଖ ଏବଂ ଶାନ୍ତି ରହିଥାଏ। ପରିବାର ସଦସ୍ୟ ସୁସ୍ଥ ରୁହନ୍ତି। ଭଗବାନ ଶିବ […]

ଦେଶ ବିଦେଶ ଧର୍ମ

ନାଗପଞ୍ଚମୀ ଦିନ କରନ୍ତୁ ଏହି ଉପାୟ, ସର୍ପଦୋଷରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ ୨୯/୦୭ : ହିନ୍ଦୁ ଧର୍ମରେ ବ୍ରତ, ପର୍ବ ଏବଂ ତିଥିଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଏହି ଦିନ ବିଧି ବିଧାନ ସହିତ ପୂଜା କରିବା ଦ୍ୱାରା ଶୁଭ ଫଳାଫଳ ପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ନାଗପଞ୍ଚମୀର ପବିତ୍ର ଦିନ ପାଳନ କରାଯାଏ । ଏଥର ଏହି ଶୁଭ ଦିନ ଅଗଷ୍ଟ ୧୩ ରେ ପଡୁଛି । ବିଶ୍ୱାସ କରାଯାଏ […]